Masthead

ମହଙ୍ଗା ପଡିଲା ସାଦା ପୋଷାକ

ଅନୁଗୁଳ(ବଡ଼ ଖବର ବ୍ୟୁରୋ): ମଦ୍ୟପଙ୍କୁ କାବୁ କରିବାକୁ ସାଦା ପୋଷାକରେ ଯାଇଥିଲା ପୋଲିସ । ହେଲେ ମଦୁଆ ସେମାନଙ୍କୁ ନିସ୍ତୁକ ମାଡ଼ ମାରିବା ଘଟଣା ଅନୁଗୁଳ ଜିଲ୍ଲା ବନ୍ତଳା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ରବିବାର ସନ୍ଧ୍ୟାରେ ବନ୍ତଳା ଛକରେ ବଲଙ୍ଗ ଗ୍ରାମର ଅଲୋକ ସାହୁ ଓ ମହେଶ କୁମାର ସ୍ୱାଇଁ ମଦ୍ୟପାନ କରି ଉତ୍ପାତ କରୁଥିଲେ । ଏନେଇ ସ୍ଥାନୀୟ ଲୋକମାନେ ବନ୍ତଳା ପୋଲିସକୁ ସୂଚନା ଦେଇଥିଲେ । ଘଟଣା ସମ୍ପର୍କରେ ଖବର ପାଇ ଥାନାର ଏଏସଆଇ ସେଠାରେ ସାଦା ପୋଷାକରେ ପହଞ୍ଚିଥିଲେ । ଥାନା ଠାରୁ ୧୦୦ମିଟର ଦୂରରେ ଥିବା ମଦ ଦୋକାନକୁ ଆଲୋକ ଓ ମହେଶ ଯାଇଥିବା ଜାଣି ଏଏସଆଇ ସେମାନଙ୍କ ମୋଟର ସାଇକେଲରୁ ଚାବି ନେଇଯାଇଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ନିଶାଶକ୍ତ ଆଲୋକ ଓ ମହେଶ ଏଏଏସଆଇଙ୍କୁ ମାଡ଼ ମାରିବା ସହ ଜାବୁଡି ଧରିଥିଲେ । ଯୁବକଙ୍କ କବଳରୁ ରକ୍ଷା ପାଇବାକୁ ପୋଲିସ ଅଫିସର ଜଣକ ଚିତ୍କାର କରିଥିଲେ । ବିକଳରେ ସେ ସ୍ଥାନୀୟ ଲୋକଙ୍କୁ ସାହାଯ୍ୟ ମାଗିଥିଲେ । ସ୍ଥାନୀୟ ଲୋକମାନେ ଦୁଇ ଯୁବକଙ୍କ କବଳରୁ ପୋଲିସ ଅଫିସରଙ୍କୁ ମୁକ୍ତ କରିଥିଲେ । ଦୁଇ ମଦୁଆଙ୍କ ଠାରୁ ମାଡ଼ ଖାଇଥିବା ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଅଭିଯୁକ୍ତ ଦୁଇ ଯୁବକଙ୍କୁ ପୋଲିସ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମୋ ପାଇଁ ଛୁଆଙ୍କୁ ଲଗାଇଛନ୍ତି ନବୀନ: ଧର୍ମେନ୍ଦ୍ର ପ୍ରଧାନ 🔴 ବୈତରଣୀରେ ବଢ଼ୁଛି ପାଣି, ପୁଣି ଡରାଇଲା ବନ୍ୟା 🔴 ଓଡ଼ିଶା ଜଙ୍ଗଲରେ ଅସୁରକ୍ଷିତ କି ‘ବାଘ’? 🔴 ଲିଫ୍ଟ ମନା କରିବା ପଡ଼ିଲା ମହଙ୍ଗା 🔴 ଆଜି ସୃଷ୍ଟି ହେବ ଲଘୁଚାପ, ୧୧ ଯାଏଁ ପ୍ରବଳ ବର୍ଷା 🔴 ବିଜୟଙ୍କ ଛାଡ଼ପତ୍ର ମାମଲାରେ ବଡ଼ ଟ୍ୱିଷ୍ଟ 🔴 ବ୍ରିକ୍ସ ବୈଠକ, ୩ ଦେଶକୁ ବଡ଼ ସହଯୋଗ ଘୋଷଣା କଲା ଭାରତ 🔴 ଓଡିଶାକୁ ରେଡ୍ ୱାର୍ଣ୍ଣିଂ, ଭିଜିବ ସାରା ରାଜ୍ୟ 🔴 ନୂଆଖାଇ ପାଇଁ ବଲାଙ୍ଗିରରେ ନବାନ୍ନ ଲଗ୍ନ ଧାର୍ଯ୍ୟ 🔴 ୫ ହଜାର କୋଟିର ଫାଇନ୍ ଗଣିବ ମେଟା 🔴 ମୋ ପାଇଁ ଛୁଆଙ୍କୁ ଲଗାଇଛନ୍ତି ନବୀନ: ଧର୍ମେନ୍ଦ୍ର ପ୍ରଧାନ 🔴 ବୈତରଣୀରେ ବଢ଼ୁଛି ପାଣି, ପୁଣି ଡରାଇଲା ବନ୍ୟା 🔴 ଓଡ଼ିଶା ଜଙ୍ଗଲରେ ଅସୁରକ୍ଷିତ କି ‘ବାଘ’? 🔴 ଲିଫ୍ଟ ମନା କରିବା ପଡ଼ିଲା ମହଙ୍ଗା 🔴 ଆଜି ସୃଷ୍ଟି ହେବ ଲଘୁଚାପ, ୧୧ ଯାଏଁ ପ୍ରବଳ ବର୍ଷା 🔴 ବିଜୟଙ୍କ ଛାଡ଼ପତ୍ର ମାମଲାରେ ବଡ଼ ଟ୍ୱିଷ୍ଟ 🔴 ବ୍ରିକ୍ସ ବୈଠକ, ୩ ଦେଶକୁ ବଡ଼ ସହଯୋଗ ଘୋଷଣା କଲା ଭାରତ 🔴 ଓଡିଶାକୁ ରେଡ୍ ୱାର୍ଣ୍ଣିଂ, ଭିଜିବ ସାରା ରାଜ୍ୟ 🔴 ନୂଆଖାଇ ପାଇଁ ବଲାଙ୍ଗିରରେ ନବାନ୍ନ ଲଗ୍ନ ଧାର୍ଯ୍ୟ 🔴 ୫ ହଜାର କୋଟିର ଫାଇନ୍ ଗଣିବ ମେଟା