Masthead

ସହାୟତା ଅପେକ୍ଷାରେ ବାବୁଲି

କାକଟପୁର (ବଡ଼ ଖବର ବ୍ୟୁରୋ): ସମୟ ସମୟରେ ମଣିଷ ଜୀବନରେ ଦୁଃଖକଷ୍ଟ ଆସିଯାଏ। ଭଗବାନ ବି ବେଳେ ବେଳେ ନିଷ୍ଠୁର ହେଇଯାଆନ୍ତି। ବୋଝ ଉପରେ ନଳିତାବିଡ଼ା ପରି ଦୁଃଖୀ ଅସହାୟ ଲୋକଙ୍କ ଜୀବନରେ ଦୁଃଖର କଳା ବାଦଲ ଢାଙ୍କିଦିଅନ୍ତି । ଏଭଳି ଜଣେ ଗରିବ ଯୁବକଙ୍କ ଜୀବନରେ ଢାଙ୍କି ହୋଇଯାଇଛି କଳା ବାଦଲ। ସେ ହେଉଛନ୍ତି ପୁରୀ ଜିଲ୍ଲା କାକଟପୁର ବ୍ଲକ ଜଳେଶ୍ୱରପଡ଼ା ପଞ୍ଚାୟତ ତରତ ଗ୍ରାମର ବାବୁଲି ମହାନ୍ତି (୩୨) । ବାବୁଲି ଏବେ କିଡନୀ ଓ ଲିଭର ରୋଗରେ ପୀଡ଼ିତ ।
ଶିକ୍ଷାଗତ ଯୋଗ୍ୟତା ଭଲ ନ ଥିବାରୁ ବାବୁଲି ରାଜ୍ୟ ବାହାରେ ଏକ ଘରୋଇ କମ୍ପାନୀରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ଯାହା ରୋଜଗାର କରନ୍ତି ଘରକୁ ଆବଶ୍ୟକ ଅନୁଯାୟୀ ପଠାନ୍ତି । ଜମିବାଡ଼ି, ଧନସମ୍ପତ୍ତି ବୋଲି କିଛି ନ ଥିଲେ ବି ବାପା, ବୋଉ ଓ ସ୍ତ୍ରୀଙ୍କୁ ନେଇ ବେଶ୍ ହସଖୁସିରେ ଚାଲିଥିଲା ବାବୁଲିଙ୍କ ପରିବାର ।
ହେଲେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ୫ବର୍ଷ ପୂର୍ବେ ଚାକିରି ଛାଡ଼ି ଗାଁକୁ ଫେରିଆସିଲେ । ଏଠାରେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ସେ କିଡନୀ ଓ ଲିଭର ଜନିତ ରୋଗରେ ପୀଡ଼ିତ ଥିବା ଜଣାପଡ଼ିଲା । ଆଉ ବାବୁଲିଙ୍କ ଜୀବନ ଓ ତାଙ୍କ ପରିବାର ଉପରେ ଘୋଟିଗଲା ଦୁଃଖର କଳା ବାଦଲ। ଚାକିରି କରିବା ବେଳେ ଯାହା ବି ସ୍ୱଳ୍ପ ସଞ୍ଚୟ କରିଥିଲେ, ସେ ସବୁ ଚିକିତ୍ସାରେ ଖର୍ଚ୍ଚ ହୋଇଗଲା । ଆଉ ତା ପରେ ସ୍ତ୍ରୀଙ୍କ ଅଳଙ୍କାର ମଧ୍ୟ ବିକ୍ରି ସରିଛି । କିନ୍ତୁ ସ୍ୱାସ୍ଥ୍ୟାବସ୍ଥାରେ ସେପରି କୌଣସି ଉନ୍ନତି ପରିଲକ୍ଷିତ ହେଲାନାହିଁ । ବାବୁଲି ବଞ୍ଚି ରହିବାକୁ ହେଲେ ପ୍ରତି ମାସରେ ‘ଓ’ପଜିଟିଭ ରକ୍ତ ସହ ୫ ହଜାର ଟଙ୍କାର ଔଷଧ ନିହାତି ଆବଶ୍ୟକ । କିନ୍ତୁ ଘରର ଏକମାତ୍ର ରୋଜଗାରିଆ ପୁଅ ବାବୁଲି ରୋଗାକ୍ରାନ୍ତ ହେବା ପରେ ପରିବାର ଲୋକଙ୍କ ମୁହଁରେ ଦାନା ଗଣ୍ଡେ ଯୋଗାଇବା ଅସମ୍ଭବ ହେଉଥିବାବେଳେ ଔଷଧ କଥା ପଚାରୁଛି କିଏ ବଡ଼ ଦୁଃଖର କଥା ଯେ, ତାଙ୍କ ପରିବାର ସମ୍ପୂର୍ଣ୍ଣ ବାବୁଲିଙ୍କ ରୋଜଗାର ଉପରେ ନିର୍ଭର । ବାବୁଲି ଏକମାତ୍ର ରୋଜଗାରିଆ ସଦସ୍ୟ ତାଙ୍କ ପରିବାରର । ବାପା ମା’ ବି ଏ ଅସହାୟ ବୃଦ୍ଧା ବୟସରେ କୋଉଁଠି ଖଟିବେ । ଅର୍ଥ ଅଭାବରୁ ବାବୁଲିଙ୍କ ଏକ ବର୍ଷ ହେବ ଆଉ ଚିକିତ୍ସା ହୋଇପାରିନାହିଁ । ସୁଖର ସଂସାରରେ ଦଇବର କି ନଜର ଲାଗିଗଲା କେଜାଣି? ତାଙ୍କ ଚିକିତ୍ସା ପାଇଁ ଗ୍ରାମବାସୀ ମଧ୍ୟ ପ୍ରାଣପ୍ରଣେ ଚେଷ୍ଟା କରୁଛନ୍ତି । ଔଷଧ ଖାଇବାକୁ ଯାହା ପାଖରେ ପଇସା ନାହିଁ ସେ କେମିତି ଏତେ ବଡ଼ ରୋଗରୁ ମୁକୁଳିବ? ବାବୁଲି ଓ ତାଙ୍କ ପରିବାର ଏବେ ଅନ୍ୟର ହାତଟେକାକୁ ଅନେଇ ବସିଛନ୍ତି । ବାବୁଲିଙ୍କ ପରିବାର ଏବେ ସରକାରଙ୍କ ସାହାଯ୍ୟକୁ ଆଶା କରିଛନ୍ତି । ଯଦି ଏଭଳି ଅସମୟରେ ଯନ୍ତ୍ରଣା କଷ୍ଟ ପାଉଥିବା ବାବୁଲିଙ୍କୁ କେହି ସହୃଦୟ ବ୍ୟକ୍ତି ସାହାଯ୍ୟର ହାତ ବଢ଼ାନ୍ତେ ତେବେ ପୁଣି ହସ ଖୁସିର ସଂସାରକୁ ଫେରିପାନ୍ତେ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼