Masthead

ଦୁଇ ଭଉଣୀଙ୍କ ସଲୀଳ ସମାଧି

କାଲିମେଳା (ବଡ଼ ଖବର ବ୍ୟୁରୋ): ପାଣିରେ ବୁଡ଼ି ଚାଲିଗଲା ଦୁଇ ଭଉଣୀ ଜୀବନ । ମାଲକାନଗିରି ଜିଲ୍ଲା କାଲିମେଳା ବ୍ଳକ ସୀମାନ୍ତ ମୋଟୁ ଥାନା ଅନ୍ତର୍ଗତ ପୁଷୁଗୁଡା ପଞ୍ଚାୟତରେ ମୁକାନପାଲ୍ଲୀ ଗ୍ରାମରେ ଘଟିଛି ଏଭଳି ବଡ଼ ଅଘଟଣ । ମୃତ ଦୁଇଶିଶୁଙ୍କ ମଧ୍ୟରୁ ଜଣଙ୍କର ବୟସ ୩ ହୋଇଥିବା ବେଳେ ଅନ୍ୟଜଣକର ୬ ବୋଲି ସୂଚନା ମିଳିଛି । ଉକ୍ତ ଘଟଣା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଖବର ପାଇ ମୋଟୁ ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ ଆରମ୍ଭ କରିବା ସହ ଦୁଇ ଶିଶୁର ଶବକୁ ଜବଦ କରି ତଦନ୍ତ ଆରମ୍ଭ କରିଛନ୍ତି ।

ମୁକାନପାଲ୍ଲୀ ଗ୍ରାମର ଉପେଲ ଗଙ୍ଗାଙ୍କ ସ୍ତ୍ରୀ ଘରଠାରୁ ୫ ଶହ ମିଟର ଦୁରରେ ଥିବା ବିଲକୁ ଦୁଇ ଝିଅଙ୍କୁ ସାଙ୍ଗରେ ନେଇ ଧାନ କାଟିବାକୁ ଯାଇଥିଲେ । ମା’ ଧାନକାଟୁଥିବା ସମୟରେ ଏହି ଦୁଇ ଭଉଣୀ ପାଖରେ ଥିବା ଏକ ଗାଡିଆ ନିକଟରେ ବସିଥିଲେ । ଏହି ସମୟରେ ସାନ ଝିଅଟି ଖେଳୁଖେଳୁ ପାଣିରେ ପଡିଯାଇଥିଲା । ସାନଭଉଣୀ ପାଣିରେ ବୁଡିଯାଇଥିବା ଦେଖି ବଡଭଉଣୀ ତାକୁ ରକ୍ଷା କରିବାପାଇଁ ପାଣିକୁ ଯାଇଥିଲା । ତେବେ ଉକ୍ତ ଗାଡିଆରେ ପାଣି ଅଧିକ ଥିବାରୁ ଦୁଇ ଭଉଣୀ ବୁଡ଼ିଯାଇଥିଲେ । କିଛି ସମୟ ପରେ ମା’ ଆସି ଖୋଜାଖୋଜି କରିବା ପରେ ପାଣି ଭିତରୁ ଦୁଇ ଶିଶୁଙ୍କୁ ଉଦ୍ଧାର କରିଥିଲେ । କିନ୍ତୁ ସେତେବେଳକୁ ଦୁଇ ଭଉଣୀର ପ୍ରାଣବାୟୁ ଉଡିଯାଇଥିଲା । ପୋଲିସ ନିଜ ଆଡ଼ୁ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବ ବ୍ୟବଚ୍ଛେଦ ପାଇଁ କାଲିମେଳା ମେଡିକାଲକୁ ପଠାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା