Masthead

ଦୁଃଖର ପାହାଡ: ଭିନ୍ନକ୍ଷମ ଶିଶୁର ଚିକିତ୍ସାରେ ଅର୍ଥ ପ୍ରତିବନ୍ଧକ

ତୁଷୁରା (ବଡ଼ ଖବର ବ୍ୟୁରୋ): ବଲାଙ୍ଗୀର ଜିଲ୍ଲା ତୁଷୁରା ଏନଏସିର ୫ନଂ ୱାର୍ଡରେ ରହନ୍ତି ଗୌର ଛତ୍ରିଆ । ଜୀବନ ଅଧାଅଧୀ କଟିଲାଣି ଦାରିଦ୍ରରେ । ପରିବାର କହିଲେ ସ୍ତ୍ରୀ ସୁନିତୀ ଆଉ ପୁଅ ମୋହିତ । ପୁଅର ଜନ୍ମକୁ ନେଇ ଗୌର ଖୁସି ହେବେ କଣ ଦୁଃଖର ପାହାଡ ମୁଣ୍ଡାଇ ଚାଲଛନ୍ତି ୪ ବର୍ଷ ହେଲା । ଗୌର ଓ ସୁନିତିଙ୍କ ବାର୍ଦ୍ଧକ୍ୟରେ ପୁଅ ସାହାରା ହେବ କଣ  ବରଂ ଏବେ ଠୁ ସେମାନେ ପୁଅର ସାହାରା ପାଲଟିଛନ୍ତି । ୪ ବର୍ଷର ଭିନ୍ନକ୍ଷମ ପୁଅ ମୋହିତ ଲାଗି ଘରର ସୁନା, ଗହଣା,ଜମି ବାଡ଼ି ସବୁ ବନ୍ଧା ରଖି ସାରିଲେଣୀ । ଏପରି କି ସାହିପଡିଶା ଓ ବନ୍ଧୁ ବାନ୍ଧବଙ୍କ ଠାରୁ ହାତ ଉଦ୍ଧାରି କରିଛନ୍ତି ଗୌର । ହେଲେ ଏଯାଏ ପୁଅ ରୋଗ ଭଲ ହେଉନି । ଭୁବନେଶ୍ୱର ନେଇ ଦେଖାଇଥିଲେ ବି କିଛି ସୁଫଳ ମିଳିନି । ଜନ୍ମରୁ ସେ ଶଯ୍ୟାଶାୟୀ । ଖେଳ କୁଦ ବୟସରେ ଜୀବନ ସହିତ ସଂଗ୍ରାମ କରୁଛି । ପୁଅର ଚିକିତ୍ସା ପାଇଁ ବଲାଙ୍ଗିର, ବୁର୍ଲା, ଭୁବନେଶ୍ୱରରୁ ଫେରିଲେଣୀ ଗୌର । ହେଲେ କିଛି ସୁଫଳ ମିଳିନି । ଉଚ୍ଚତର ଚିକିତ୍ସା ଲାଗି ଦରକାର ବିପୁଳ ଟଙ୍କା । ସରକାର ଯଦି ଗୌରଙ୍କ ଦୁଃଖ ବୁଝନ୍ତେ ତେବେ ପିଲାଟାର ଚିକିତ୍ସା ହୋଇପାରନ୍ତା ବୋଲି ପଡୋଶୀ କହିଛନ୍ତି । ମୋହିତଙ୍କ ସମ୍ପର୍କରେ ମୁନସିପାଲ୍ଟି ଇଓଙ୍କୁ କହିିବାରୁ ସରକାରୀ ନିୟମାନୁସାରେ ସହାୟତା ଯୋଗାଇ ଦେବାକୁ ସେ ପ୍ରତିଶୁତି ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ