Masthead

ଦଶମ ଦିନରେ ପହଂଚିଲା କୃଷକ ଆନ୍ଦୋଳନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କେନ୍ଦ୍ରର କୃଷି ଆଇନ ବିରୁଦ୍ଧରେ ଜାରି ରହିଥିବା କୃଷକ ଆନ୍ଦୋଳନ ଦିନକୁ ଦିନ ଉଗ୍ର ରୂପ ନେବାରେ ଲାଗିଛି । ଆଜି କୃଷକ ଏବଂ ସରକାରଙ୍କ ମଧ୍ୟରେ ୫ମ ପର୍ଯ୍ୟାୟ ଆଲୋଚନା ହେବାକୁ ଯାଉଛି । ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଏକ ବୈଠକ ଡାକିଛନ୍ତି । ଏହି ବୈଠକରେ ଗୃହ ମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏବଂ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ ଉପସ୍ଥିତ ଅଛନ୍ତି । ଆଜି ଅପରାହ୍ନ ୨ଟାରେ କୃଷକମାନଙ୍କ ସହ ଆଲୋଚନା ହେବ ବୋଲି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ସୂଚନା ଦେଇଛନ୍ତି । ଅନ୍ୟପଟେ କିସାନ ମହାପଞ୍ଚାୟତ ନେତା ରାମପାଲ ଜଟ କହିଛନ୍ତି ଯେ, ସରକାର ଏହି ତିନୋଟି କଳା ଆଇନ ପ୍ରତ୍ୟାହାର ଘୋଷଣା କରିବା ଉଚିତ । ଏମଏସପି ଜାରି ରହିବ ବୋଲି ଲିଖିତ ଆକାରରେ ଜଣାଇବା ଉଚିତ ।

ଯଦି ଆଜିର ଆଲୋଚନା କୌଣସି ସକରାତ୍ମକ ଫଳାଫଳ ନଦିଏ , ତେବେ ରାଜସ୍ଥାନର କୃଷକମାନେ ଏନ-ଏଚ-୮ ସହିତ ଦିଲ୍ଳୀ ଅଭିମୁଖେ ଯାତ୍ରା କରିବେ ଏବଂ ଜନ୍ତରମନ୍ତର ମଇଦାନ ଛାଉଣି କରିବେ । ଅନ୍ୟପଟେ କୃଷକ ସଂଗଠନ ଡିସେମ୍ବର ୮ରେ ଭାରତ ବନ୍ଦ ଡାକରା ଦେଇଛନ୍ତି । ଏହାସହିତ କୃଷକଙ୍କ କହିବା ଅନୁଯାୟୀ, ଯଦି ଆଜି ସରକାରଙ୍କ ସହ ଆଲୋଚନାରେ କୌଣସି ଫଳାଫଳ ମିଳେନାହିଁ ତେବେ ସେ ସଂସଦକୁ ଘେରି ରହିବେ । ଦିଲ୍ଲୀ ସୀମାରେ ଥିବା କୃଷକମାନେ ଗତ ୯ ଦିନ ଧରି କୃଷି ନିୟମକୁ ବିରୋଧ କରି ଏହି ଆନ୍ଦୋଳନ ଜାରି ରଖିଛନ୍ତି । ସମସ୍ତ ପ୍ରସଙ୍ଗ କେନ୍ଦ୍ର ସରକାରଙ୍କ ସହ ଦୁଇ ଥର ଆଲୋଚନା ହୋଇଛି । କିନ୍ତୁ ଏପର୍ଯ୍ୟନ୍ତ କୌଣସି ଠୋସ ଫଳାଫଳ ପ୍ରକାଶ କରାଯାଇନାହିଁ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ