Masthead

ବିଚ୍ ରାସ୍ତାରେ ଉଠବସ୍

ଉଦଳା(ବଡ଼ ଖବର ବ୍ୟୁରୋ): ଜନଗହଳିପୂର୍ଣ୍ଣ ସ୍ଥାନରେ ଶହ ଶହ ଲୋକଙ୍କ ସାମ୍ନାରେ ଯୁବକଙ୍କୁ ପ୍ୟାଂଟ ଖୋଲି କାନ ଧରି ଉଠବସ କରାଯାଇଛି । ଯାହାର ଭିଡିଓ ଏବେ ଭାଇରାଲ ହୋଇଛି । ଜଣେ ଯୁବକଙ୍କୁ ଅନ୍ୟ ଜଣେ ଯୁବକ ଏବଂ କିଛି ସ୍ଥାନୀୟ ଲୋକେ ବିଚ୍ ରାସ୍ତାରେ ମାଡ ମାରିବା ସହ ତାଙ୍କ ପ୍ୟାଂଟ ଖୋଲା କରାଇଥିଲେ । ଭିଡିଓରୁ ଘଟଣାଟି ଉଦଳାର ହୋଇଥିବା ଜଣାପଡିଛି । ଉଦଳା-ବାରିପଦା ମୁଖ୍ୟ ରାସ୍ତାର ମଧୁମଗ୍ନା ଲଜ୍ ନିକଟରେ ରାଜ୍ୟରାଜପଥରେ ଘଟଣାଟି ଘଟିଛି । କେବଳ ପ୍ୟାଂଟ ଖୋଲି ଉଠବସ୍ କରାଯାଇନାହିଁ ବରଂ ଯୁବକ ଜଣକୁ ନିସ୍ତୁକ ମାଡ ମଧ୍ୟ ପୂର୍ବରୁ ମରାଯାଇଛି ।

ମୋବାଇଲରେ ଫଟୋ ଦିଆନିଆକୁ ନେଇ ଏପରି କାଣ୍ଡ ହୋଇଥିବା ଜଣାପଡିଛି । ମାଡ ଖାଇଥିବା ଯୁବକ ଜଣକଙ୍କର ଘର ବାଣପୁର ଅଂଚଳର କିନ୍ତୁ ସେ ବାଲେଶ୍ୱରରେ ରହି କାର୍ୟ୍ୟ କରନ୍ତି । ମାଡ ମାରିଥିବା ଏବଂ ରାସ୍ତାରେ ପ୍ୟାଂଟ ଖୋଲିବାକୁ ବାଧ୍ୟ କରୁଥିବା ଯୁବକ ଜଣକ ସ୍ଥାନୀୟ ଅଂଚଳର । ସେ ଜୀବନରେ କେବେ ଉଦଳା ନ ଆସିବାକୁ ଧମକ ଦେଇଛନ୍ତି । ଉଠ୍ବସ୍‌ର ଭିଡିଓ ସୁଟିଂ କରିବାକୁ ସ୍ଥାନୀୟ ଯୁବକ ଜଣକ କହିଥିଲେ । ଏବଂ ତାହାର ଭିଡିଓ ବାଣପୁର ଗୃପ୍ରେ ପଠାଇବେ ବୋଲି କହିଛନ୍ତି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚିଥିଲା । ଯୁବକ ଜଣକ ପୋଲିସ ସାମ୍ନାରେ କାନ ଧରିଥିବା ଦେଖିବାକୁ ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ