Masthead

ବଦଳିବ ସମଲେଶ୍ୱରୀ ମନ୍ଦିରର ଚିତ୍ର

ସମ୍ବଲପୁର (ବଡ଼ ଖବର ବ୍ୟୁରୋ): ଗତ ଜାନୁଆରୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମଲେଶ୍ୱରୀ ମନ୍ଦିର ସହ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ପାଇଁ ୫୦ କୋଟି ଟଙ୍କାର ଅନୁଦାନ ଘୋଷଣା କରିଥିଲେ । ଯାହାକୁ ନେଇ ଆରମ୍ଭ ହେବାକୁ ଯାଉଛି ସମଲେଶ୍ୱରୀ ମନ୍ଦିରରେ ଲାଇଟ ଆଣ୍ଡ ସାଉଣ୍ଡ ଶୋ’ । ଏନେଇ ପ୍ରସ୍ତତି ଆଗେଇ ଚାଲିଥିବା ବେଳେ ସମ୍ବଲପୁର ବାସିନ୍ଦା ଏହାକୁ ସ୍ୱାଗତ କରିଛନ୍ତି ।

ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବି ମା’ ସମଲେଶ୍ୱରୀ । ସମେଲେଇ ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ଅତି ଶୀଘ୍ର ଆରମ୍ଭ ହେବ ଲାଇଟ ଆଣ୍ଡ ସାଉଣ୍ଡ ପ୍ରୋଜେକ୍ଟ। କୋଣାର୍କ ମନ୍ଦିର ଢାଞ୍ଚାରେ ଏହା ବିକଶିତ ହେବ। ଝିକିମିକି ଆଲୋକ ମାଳା ମଧ୍ୟରେ ଗୁଞ୍ଜରୀ ଉଠିବ ଗୌରବମୟ ସମ୍ବଲପୁରର ଇତିହାସ ଓ ମା ସମଲେଶ୍ୱରୀଙ୍କ ମହିମାର ଗାଥା। ଏଥିପାଇଁ ସ୍କ୍ରିପ୍ଟ କାର୍ଯ୍ୟ ଶେଷ ହୋଇସାରିଥିବା ବେଳେ, ସଫ୍ଟୱେୟାର ଓ ଭଏସ ଓଭର କାର୍ଯ୍ୟ ଦିଲ୍ଲୀରେ ଜାରି ରହିଛି। ଟ୍ରାଇ କଲର ଇଣ୍ଡିଆ ସଂସ୍ଥା ଦ୍ବାରା ଏହି ସମ୍ପୂର୍ଣ୍ଣ ପ୍ରୋଜେକ୍ଟ କାର୍ଯ୍ୟ ଚାଲିଛି। ଆଉ ଏହା ନିକଟରେ ଏକ ଯାତ୍ରୀ ନିବାସ ଓ ପ୍ରସାଦ ସେବନ ଗୃହ ମଧ୍ୟ ନିର୍ମାଣ ହେବ। ଏଥିପାଇଁ ୨ କୋଟି ଟଙ୍କାର ଅନୁଦାନ ରାଜ୍ୟ ସରକାରଙ୍କ ପକ୍ଷରୁ ମଞ୍ଜୁର ହୋଇଛି। ଏହି ପଦକ୍ଷେପକୁ ସ୍ଥାନୀୟ ଲୋକେ ସ୍ୱାଗତ କରିଛନ୍ତି।

ତେବେ ଏହି ପ୍ରୋଜେକ୍ଟ ୨୦୧୭ରେ ଆରମ୍ଭ ହୋଇଥିବାବେଳେ, ଏଥିପାଇଁ ରାଜ୍ୟ ସରକାର ସାଢ଼େ ୭ କୋଟି ଟଙ୍କାର ଅନୁଦାନ ମଞ୍ଜୁର କରିଥିଲେ। ହେଲେ କୋଭିଡ ମହାମାରୀ କାରଣରୁ ଏହି କାର୍ଯ୍ୟ ଅଟକି ଯାଇଥିଲା। ବର୍ତ୍ତମାନ ସ୍ଥିତି ସୁଧୁରିବାରୁ ଏହା ପୁଣି ଆରମ୍ଭ ହୋଇଛି। ଜାନୁଆରୀ ସୁଦ୍ଧା ଏହା କାର୍ଯ୍ୟକ୍ଷମ ହେବ ବୋଲି କୁହାଯାଇଛି। ଏହାସହ ସମଲେଶ୍ୱରୀ ମନ୍ଦିରର ପାରିପାରିପାର୍ଶିକ ବିକାଶ ପାଇଁ ପୁରୀ ମନ୍ଦିର ପରି ଟ୍ରପୋଗ୍ରାଫିକ ସର୍ଭେ ମଧ୍ୟ ସରିଛି। ସମଲେଶ୍ୱରୀ ମନ୍ଦିରରେ ଲାଇଟ ଆଣ୍ଡ ସାଉଣ୍ଡ ଶୋ’ ନିମନ୍ତେ ପ୍ରସ୍ତୁତି ଚୂଡାନ୍ତ ହୋଇସାରିଛି ଓ ଖୁବ ଶୀଘ୍ର ଏହାର କାଯ୍ୟ ଶେଷ ହେବ ବୋଲି ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।
ସମଲେଶ୍ୱରୀ ମନ୍ଦିରରେ ଲାଇଟ ଆଣ୍ଡ ସାଉଣ୍ଡ ଶୋ’ କାର୍ଯ୍ୟ ଦ୍ୱାରା ସମଲେଶ୍ୱରୀ ମନ୍ଦିରର ରୂପରେଖ ବଦଳିବା ସହ ଆଧ୍ୟାତ୍ମିକ ପର୍ଯ୍ୟଟନର ବିକାଶ ହେବ ବୋଲି ଆଶା କରାଯାଉଛି

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା