Masthead

ବଦଳିବ ସମଲେଶ୍ୱରୀ ମନ୍ଦିରର ଚିତ୍ର

ସମ୍ବଲପୁର (ବଡ଼ ଖବର ବ୍ୟୁରୋ): ଗତ ଜାନୁଆରୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମଲେଶ୍ୱରୀ ମନ୍ଦିର ସହ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ପାଇଁ ୫୦ କୋଟି ଟଙ୍କାର ଅନୁଦାନ ଘୋଷଣା କରିଥିଲେ । ଯାହାକୁ ନେଇ ଆରମ୍ଭ ହେବାକୁ ଯାଉଛି ସମଲେଶ୍ୱରୀ ମନ୍ଦିରରେ ଲାଇଟ ଆଣ୍ଡ ସାଉଣ୍ଡ ଶୋ’ । ଏନେଇ ପ୍ରସ୍ତତି ଆଗେଇ ଚାଲିଥିବା ବେଳେ ସମ୍ବଲପୁର ବାସିନ୍ଦା ଏହାକୁ ସ୍ୱାଗତ କରିଛନ୍ତି ।

ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବି ମା’ ସମଲେଶ୍ୱରୀ । ସମେଲେଇ ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ଅତି ଶୀଘ୍ର ଆରମ୍ଭ ହେବ ଲାଇଟ ଆଣ୍ଡ ସାଉଣ୍ଡ ପ୍ରୋଜେକ୍ଟ। କୋଣାର୍କ ମନ୍ଦିର ଢାଞ୍ଚାରେ ଏହା ବିକଶିତ ହେବ। ଝିକିମିକି ଆଲୋକ ମାଳା ମଧ୍ୟରେ ଗୁଞ୍ଜରୀ ଉଠିବ ଗୌରବମୟ ସମ୍ବଲପୁରର ଇତିହାସ ଓ ମା ସମଲେଶ୍ୱରୀଙ୍କ ମହିମାର ଗାଥା। ଏଥିପାଇଁ ସ୍କ୍ରିପ୍ଟ କାର୍ଯ୍ୟ ଶେଷ ହୋଇସାରିଥିବା ବେଳେ, ସଫ୍ଟୱେୟାର ଓ ଭଏସ ଓଭର କାର୍ଯ୍ୟ ଦିଲ୍ଲୀରେ ଜାରି ରହିଛି। ଟ୍ରାଇ କଲର ଇଣ୍ଡିଆ ସଂସ୍ଥା ଦ୍ବାରା ଏହି ସମ୍ପୂର୍ଣ୍ଣ ପ୍ରୋଜେକ୍ଟ କାର୍ଯ୍ୟ ଚାଲିଛି। ଆଉ ଏହା ନିକଟରେ ଏକ ଯାତ୍ରୀ ନିବାସ ଓ ପ୍ରସାଦ ସେବନ ଗୃହ ମଧ୍ୟ ନିର୍ମାଣ ହେବ। ଏଥିପାଇଁ ୨ କୋଟି ଟଙ୍କାର ଅନୁଦାନ ରାଜ୍ୟ ସରକାରଙ୍କ ପକ୍ଷରୁ ମଞ୍ଜୁର ହୋଇଛି। ଏହି ପଦକ୍ଷେପକୁ ସ୍ଥାନୀୟ ଲୋକେ ସ୍ୱାଗତ କରିଛନ୍ତି।

ତେବେ ଏହି ପ୍ରୋଜେକ୍ଟ ୨୦୧୭ରେ ଆରମ୍ଭ ହୋଇଥିବାବେଳେ, ଏଥିପାଇଁ ରାଜ୍ୟ ସରକାର ସାଢ଼େ ୭ କୋଟି ଟଙ୍କାର ଅନୁଦାନ ମଞ୍ଜୁର କରିଥିଲେ। ହେଲେ କୋଭିଡ ମହାମାରୀ କାରଣରୁ ଏହି କାର୍ଯ୍ୟ ଅଟକି ଯାଇଥିଲା। ବର୍ତ୍ତମାନ ସ୍ଥିତି ସୁଧୁରିବାରୁ ଏହା ପୁଣି ଆରମ୍ଭ ହୋଇଛି। ଜାନୁଆରୀ ସୁଦ୍ଧା ଏହା କାର୍ଯ୍ୟକ୍ଷମ ହେବ ବୋଲି କୁହାଯାଇଛି। ଏହାସହ ସମଲେଶ୍ୱରୀ ମନ୍ଦିରର ପାରିପାରିପାର୍ଶିକ ବିକାଶ ପାଇଁ ପୁରୀ ମନ୍ଦିର ପରି ଟ୍ରପୋଗ୍ରାଫିକ ସର୍ଭେ ମଧ୍ୟ ସରିଛି। ସମଲେଶ୍ୱରୀ ମନ୍ଦିରରେ ଲାଇଟ ଆଣ୍ଡ ସାଉଣ୍ଡ ଶୋ’ ନିମନ୍ତେ ପ୍ରସ୍ତୁତି ଚୂଡାନ୍ତ ହୋଇସାରିଛି ଓ ଖୁବ ଶୀଘ୍ର ଏହାର କାଯ୍ୟ ଶେଷ ହେବ ବୋଲି ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।
ସମଲେଶ୍ୱରୀ ମନ୍ଦିରରେ ଲାଇଟ ଆଣ୍ଡ ସାଉଣ୍ଡ ଶୋ’ କାର୍ଯ୍ୟ ଦ୍ୱାରା ସମଲେଶ୍ୱରୀ ମନ୍ଦିରର ରୂପରେଖ ବଦଳିବା ସହ ଆଧ୍ୟାତ୍ମିକ ପର୍ଯ୍ୟଟନର ବିକାଶ ହେବ ବୋଲି ଆଶା କରାଯାଉଛି

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶୁଭମନ ଗିଲ ଟେଷ୍ଟ ଟିମ କ୍ୟାପଟେନ 🔴 ମୌସୁମୀ…ତମେ କେଉଁଠି ଥିଲ, ଏତେ ଜଲଦି ଆସିଗଲ 🔴 ଏନକାଉଣ୍ଟର ପୂର୍ବରୁ ହାର୍ଡକୋର ମାଓନେତା ବାସବରାଜର ଶେଷ ଚିଠି 🔴 ଯାହାଙ୍କ ସୁରକ୍ଷା ଦାୟିତ୍ବ ତୁଲାଉଛନ୍ତି ତାଙ୍କଠୁ ସମ୍ମାନିତ ହେଉଛନ୍ତି 🔴 ଫରେଷ୍ଟରଙ୍କୁ ଗୁଳି କରି ପହତ୍ୟା 🔴 କାଳବୈଶାଖୀ ପାଇଁ ଆଲର୍ଟ 🔴 ଭିଜିଲାନ୍ସ ଜାଲରେ ପୋଲିସ ASI 🔴 ଆଜି ବସିବ ନୀତି ଆୟୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ 🔴 ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ 🔴 ଆତଙ୍କବାଦୀଙ୍କୁ ଉପଯୁକ୍ତ ଜବାବ ଦେଇଛି ଭାରତ : ଗୃହମନ୍ତ୍ରୀ ଅମିତ୍ ସାହା 🔴 ଶୁଭମନ ଗିଲ ଟେଷ୍ଟ ଟିମ କ୍ୟାପଟେନ 🔴 ମୌସୁମୀ…ତମେ କେଉଁଠି ଥିଲ, ଏତେ ଜଲଦି ଆସିଗଲ 🔴 ଏନକାଉଣ୍ଟର ପୂର୍ବରୁ ହାର୍ଡକୋର ମାଓନେତା ବାସବରାଜର ଶେଷ ଚିଠି 🔴 ଯାହାଙ୍କ ସୁରକ୍ଷା ଦାୟିତ୍ବ ତୁଲାଉଛନ୍ତି ତାଙ୍କଠୁ ସମ୍ମାନିତ ହେଉଛନ୍ତି 🔴 ଫରେଷ୍ଟରଙ୍କୁ ଗୁଳି କରି ପହତ୍ୟା 🔴 କାଳବୈଶାଖୀ ପାଇଁ ଆଲର୍ଟ 🔴 ଭିଜିଲାନ୍ସ ଜାଲରେ ପୋଲିସ ASI 🔴 ଆଜି ବସିବ ନୀତି ଆୟୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ 🔴 ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ 🔴 ଆତଙ୍କବାଦୀଙ୍କୁ ଉପଯୁକ୍ତ ଜବାବ ଦେଇଛି ଭାରତ : ଗୃହମନ୍ତ୍ରୀ ଅମିତ୍ ସାହା