ଭବାନୀପାଟଣା(ବଡ଼ ଖବର ବ୍ୟୁରୋ): ରସିକିଆ ପୋଲିସ ଅଧିକାରୀ ପୋଲିସ ପଞ୍ଝାରେ । ମାଲକାନଗିରି ଡିଏସପି ଭାବେ କାର୍ଯ୍ୟ କରୁଥିବା ଅକ୍ଷୟ ନାୟକଙ୍କୁ କଳାହାଣ୍ଡି ଜିଲ୍ଲା ପୋଲିସ ଅଟକ ରଖିଛି । ଜଣେ ବିବାହିତା ମହିଳା କନେଷ୍ଟବଳଙ୍କୁ ପ୍ରେମ କରୁଥିଲେ ଡିଏସପି ଅକ୍ଷୟ । ପରେ ତାଙ୍କୁ ପ୍ରତାରଣା ଓ ବ୍ଲାକମେଲିଂ କରୁଥିବା ଅଭିଯୋଗ ହୋଇ ଆସୁଥିଲା । ପୀଡ଼ିତା ମହିଳା କନେଷ୍ଟବଳ କେସିଙ୍ଗା ଥାନାରେ ମାମଲା ରୁଜୁ କରିଥିଲେ । ଏହି ଅଭିଯୋଗ ଆଧାରରେ କେସିଙ୍ଗା ପୋଲିସ ଅକ୍ଷୟଙ୍କୁ ଅଟକ ରଖି ପଚରାଉଚରା କରୁଛି । ପୂର୍ବରୁ ଅକ୍ଷୟ ନାୟକ କେସିଙ୍ଗାରେ ଏସଡିପିଓ ଭାବେ କାର୍ଯ୍ୟ କରୁଥିଲେ ।