Masthead

ଖୁଲମଖୋଲା କୋଭିଡ୍ ନିୟମ ଉଲ୍ଲଙ୍ଘନ

ସାଲେପୁର (ବଡ଼ ଖବର ବ୍ୟୁରୋ): ଆଜି ଥିଲା ବିଜେଡିର ୨୪ତମ ପ୍ରତିଷ୍ଠା ଦିବସ । ରାଜ୍ୟବାପୀ ଦଳ ପକ୍ଷରୁ କରାଯାଇଥିଲା ପାଳନ । ବିଭିନ୍ନ ସ୍ଥାନରେ କୋଭିଡ ନିୟମର ଉଲ୍ଲଙ୍ଘନ ହୋଇଥିବା ନଜରକୁ ଆସିଥିଲା । କଟକ ଜିଲ୍ଲା ସାଲେପୁର ଏଥିରୁ ବାଦ ପଡ଼ିନଥିଲା । ସାଲେପୁର ବ୍ଲକ ଗୋପିନାଥପୁରରେ ବିଜେଡି ପ୍ରତିଷ୍ଠା ଦିବସରେ କୋଭିଡ୍ ନିୟମର ଖୁଲମଖୁଲା ଉଲଙ୍ଘନ ହୋଇଥିବା ଦେଖିବାକୁ ମିଳିଥିଲା । ଶହ ଶହ କର୍ମୀ ବିନା ମାସ୍କରେ ବସିଥିଲେ । ଆଉ ସାମାଜିକ ଦୂରତା କଥା ନକହିବା ଭଲ ।

ସାଧାରଣ ଲୋକଙ୍କ କଥା ଛାଡନ୍ତୁ ନେତାମାନେ ମଧ୍ୟ କୋଭିଡ କଟକଣାକୁ ଫୁ କରିଦେଇଥିଲେ । ମଞ୍ଚରେ କୌଣସି ସାମାଜିକ ଦୂରତା ନଥିଲା । ସବୁଠାରୁ ବଡ଼ କଥା ହେଉଛି ବିଧାୟକ ପ୍ରଶାନ୍ତ ବେହେରା ବିନା ମାସ୍କରେ ମଞ୍ଚ ପରିଚାଳନା କରିଥିବା ବେଳେ କଟକ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ ମଧ୍ୟ ବିନା ମାସ୍କରେ ମଞ୍ଚାସିନ ଥିଲୋ । ଯାହାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

ସାଧାରଣ ଲୋକ କୋଭିଡ ନିୟମ ଉଲଙ୍ଘନ କଲେ ଗଣିବାକୁ ପଡିଛି ମୋଟା ଅଙ୍କର ତଣ୍ଡ । ଯାହାର ବହୁ ଜ୍ୱଳନ୍ତ ଉଦାହରଣ ମଧ୍ୟ ପୂର୍ବରୁ ନଜିର ରହିଛି । ଚା ଦୋକାନୀ ହୁଅନ୍ତୁ ବା ଫଳ ଦୋକାନୀ ସମସ୍ତଙ୍କଠାରୁ କୋଭିଡ ନିୟମ ଉଲ୍ଲଙ୍ଘନ କରାଯାଇଥିବା ନେଇ ପୂର୍ବରୁ ଫାଇନ କଟାଯାଇଥିଲା । ମାତ୍ର ବାରମ୍ବାର ରାଜନେତାମାନେ କୋଭିଡ୍ ନିୟମର ଉଲ୍ଲଙ୍ଘନ କରୁଥିଲେ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଉ ନଥିବାକୁ ନେଇ ସାଧାରଣ ଲୋକେ ଉଠାଇଛନ୍ତି ଅନେକ ପ୍ରଶ୍ନ ।
ବିଜେଡି ସୁପ୍ରିମୋ ନବିନ ପଟ୍ଟନାୟକ ରାଜ୍ୟବାସୀଙ୍କୁ କୋଭିଡ ନିୟମ ପାଳନ କରିବାକୁ ନେଇ ବିଭିନ୍ନ ସଚେତନତା ବାର୍ତ୍ତା ବାଣ୍ଟୁଥିବା ବେଳେ ନିଜ ଦଳର ପ୍ରତିଷ୍ଠା ଦିବସରେ ଏଭଳି ଚିତ୍ରକୁ ନେଇ ଜନସାଧାରଣ ଉଠାଇଛନ୍ତି ଅନେକ ପ୍ରଶ୍ନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି