Masthead

ଖୁଲମଖୋଲା କୋଭିଡ୍ ନିୟମ ଉଲ୍ଲଙ୍ଘନ

ସାଲେପୁର (ବଡ଼ ଖବର ବ୍ୟୁରୋ): ଆଜି ଥିଲା ବିଜେଡିର ୨୪ତମ ପ୍ରତିଷ୍ଠା ଦିବସ । ରାଜ୍ୟବାପୀ ଦଳ ପକ୍ଷରୁ କରାଯାଇଥିଲା ପାଳନ । ବିଭିନ୍ନ ସ୍ଥାନରେ କୋଭିଡ ନିୟମର ଉଲ୍ଲଙ୍ଘନ ହୋଇଥିବା ନଜରକୁ ଆସିଥିଲା । କଟକ ଜିଲ୍ଲା ସାଲେପୁର ଏଥିରୁ ବାଦ ପଡ଼ିନଥିଲା । ସାଲେପୁର ବ୍ଲକ ଗୋପିନାଥପୁରରେ ବିଜେଡି ପ୍ରତିଷ୍ଠା ଦିବସରେ କୋଭିଡ୍ ନିୟମର ଖୁଲମଖୁଲା ଉଲଙ୍ଘନ ହୋଇଥିବା ଦେଖିବାକୁ ମିଳିଥିଲା । ଶହ ଶହ କର୍ମୀ ବିନା ମାସ୍କରେ ବସିଥିଲେ । ଆଉ ସାମାଜିକ ଦୂରତା କଥା ନକହିବା ଭଲ ।

ସାଧାରଣ ଲୋକଙ୍କ କଥା ଛାଡନ୍ତୁ ନେତାମାନେ ମଧ୍ୟ କୋଭିଡ କଟକଣାକୁ ଫୁ କରିଦେଇଥିଲେ । ମଞ୍ଚରେ କୌଣସି ସାମାଜିକ ଦୂରତା ନଥିଲା । ସବୁଠାରୁ ବଡ଼ କଥା ହେଉଛି ବିଧାୟକ ପ୍ରଶାନ୍ତ ବେହେରା ବିନା ମାସ୍କରେ ମଞ୍ଚ ପରିଚାଳନା କରିଥିବା ବେଳେ କଟକ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ ମଧ୍ୟ ବିନା ମାସ୍କରେ ମଞ୍ଚାସିନ ଥିଲୋ । ଯାହାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

ସାଧାରଣ ଲୋକ କୋଭିଡ ନିୟମ ଉଲଙ୍ଘନ କଲେ ଗଣିବାକୁ ପଡିଛି ମୋଟା ଅଙ୍କର ତଣ୍ଡ । ଯାହାର ବହୁ ଜ୍ୱଳନ୍ତ ଉଦାହରଣ ମଧ୍ୟ ପୂର୍ବରୁ ନଜିର ରହିଛି । ଚା ଦୋକାନୀ ହୁଅନ୍ତୁ ବା ଫଳ ଦୋକାନୀ ସମସ୍ତଙ୍କଠାରୁ କୋଭିଡ ନିୟମ ଉଲ୍ଲଙ୍ଘନ କରାଯାଇଥିବା ନେଇ ପୂର୍ବରୁ ଫାଇନ କଟାଯାଇଥିଲା । ମାତ୍ର ବାରମ୍ବାର ରାଜନେତାମାନେ କୋଭିଡ୍ ନିୟମର ଉଲ୍ଲଙ୍ଘନ କରୁଥିଲେ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଉ ନଥିବାକୁ ନେଇ ସାଧାରଣ ଲୋକେ ଉଠାଇଛନ୍ତି ଅନେକ ପ୍ରଶ୍ନ ।
ବିଜେଡି ସୁପ୍ରିମୋ ନବିନ ପଟ୍ଟନାୟକ ରାଜ୍ୟବାସୀଙ୍କୁ କୋଭିଡ ନିୟମ ପାଳନ କରିବାକୁ ନେଇ ବିଭିନ୍ନ ସଚେତନତା ବାର୍ତ୍ତା ବାଣ୍ଟୁଥିବା ବେଳେ ନିଜ ଦଳର ପ୍ରତିଷ୍ଠା ଦିବସରେ ଏଭଳି ଚିତ୍ରକୁ ନେଇ ଜନସାଧାରଣ ଉଠାଇଛନ୍ତି ଅନେକ ପ୍ରଶ୍ନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି