Masthead

ଶିକୁଳିରେ ବନ୍ଧା ଜୀବନ

ଭଣ୍ଡାରିପୋଖରୀ (ବଡ଼ ଖବର ବ୍ୟୁରୋ): ଅର୍ଥ ସାଜିଛି ବାଧକ । ଭେଣ୍ଡିଆ ବୟସରେ ପରିବାର ପ୍ରତି ପୋଷଣ କରିବା ବଦଳରେ ଏବେ ଶିକୁଳିରେ ବନ୍ଧା ପଡିଛି ଜୀବନ । ବୃଦ୍ଧ ବୟସରେ ବାବା ମାଙ୍କ ଉପରେ ଏବେ ବୋଝ ହୋଇ ବିଛଣାରେ ଅଭିଶପ୍ତ ଜୀବନ ଜିଉଛନ୍ତି ଅମର । ପକ୍ଷାଘାତ ରୋଗରେ ଶିକାର ବାପାଙ୍କ ପାଇଁ ପାଲଟିଛି ଦୁଃଖର ଯନ୍ତ୍ରଣା । ଦୀର୍ଘ ୩ବର୍ଷ ହେବ ଶିକୁଳିରେ ହାତ ଗୋଡ଼ ବନ୍ଧା ହୋଇ ରହିଛନ୍ତି  ଅମର । ଅସହାୟ ପିଲାଟିର ଚିକିତ୍ସା ରେ ଅର୍ଥ ସାଜିଛି ବାଧକ । ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ବନ୍ଦାଳୋ ମଢିଆଳି ପଞ୍ଚାୟତ  ବଳିପୁର ଗ୍ରାମରେ ।

ପୁଅ ଅମର  ବାପାଙ୍କ କାମରେ ସାହାଯ୍ୟ କରିବା ସହ କିଛି ରୋଜଗାର କରୁଥିଲେ । ଅମରଙ୍କ ବାପା ପକ୍ଷାଘାତ ରୋଗରେ ଶିକାର ହେଲେ ପରେ କିଛି ବର୍ଷ ପରେ ପୁଅ ଅମର ମାନସିକ ବିକାରଗ୍ରସ୍ତ ହୋଇଗଲେ । ପୁଅ ଟି ପାଗଳ ହୋଇ ବାପା ମାଆଙ୍କୁ କାମୁଡିବା, ମାରିବା, ଘର ଦ୍ୱାରା ଭାଙ୍ଗିବା, ସହ ପଡୋଶୀଙ୍କୁ ମଧ୍ୟ ମାର ଧର କରୁଛି । ସେଥିପାଇଁ ପାଗଳ ଅବସ୍ଥାରେ ଜୀବନ ଜିଉଁଥିବା ଅମର ର ହାତ ଗୋଡ଼ ବାନ୍ଧି ଘରେ ରଖିଛନ୍ତି ପରିବାର ଲୋକ । ପୁଅଟିକୁ ଭଲ କରିବା ପାଇଁ ଆକୁଳ ନିବେଦନ କରିଛନ୍ତି ବାପା, ମାଆ । ଯଦି କିଛି ସରକାରୀ ସହାୟତା ମିଳନ୍ତା ତେବେ ପୁଅ ଭଲ ହୋଇପାରନ୍ତା ବୋଲି କହିଛନ୍ତି ପରିବାର ଲୋକେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼