Masthead

ବିଧାୟିକାଙ୍କୁ ୭କିମି ଚଲାଇଲେ ଗ୍ରାମବାସୀ

କରଞ୍ଜିଆ (ବଡ଼ ଖବର ବ୍ୟୁରୋ) : ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଉପଖଣ୍ଡ ଅଞ୍ଚଳରେ ହାତୀ ଉପଦ୍ରବ ଦୀର୍ଘ ଏକ ମାସ ଧରି ବଢିଚାଲିଛି । ଏଥିପାଇଁ ତାଟ, କୁଂଜିଆ, ବିଉଁରିଆ, ନାକୁଡ଼ାମତା ଗ୍ରାମର ଲୋକେ ଅତିଷ୍ଟ ହୋଇପଡିଲେଣି । ବାରମ୍ବାର ଅଭିଯୋଗ ପରେବି ଶୁଣିବାକୁ ନାରାଜ ବନ ବିଭାଗ । ଅଭିଯୋଗ ନଶୁଣିବାରୁ ଦୁଧିଆଣି ରେଞ୍ଜ ଅଫିସ ଘେରାଉ କରିବା ସହିତ ୨୨୦ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ ଲୋକେ । ବିଧାୟିକା ସେହି ରାସ୍ତା ଦେଇ ବାରିପଦା ଯାଉଥିଲେ । ହେଲେ ସେ ଲୋକଙ୍କ ସମସ୍ୟାକୁ ନବୁଝି ଏଡାଇ ହୋଇ ଚାଲି ଯାଉଥିଲେ । ବିପନ୍ନ ଲୋକେ ଏହା ଦେଖି ବିଧାୟିକାଙ୍କ ଗାଡ଼ି ଅଟକାଇଥିଲେ । ବିଧାୟିକାଙ୍କୁ ସବୁକଥା ଜଣାଇଥିଲେ । ପରେ ତାଙ୍କୁ ଗାଡିରୁ ଓହ୍ଲାଇ ହାତୀ ନଷ୍ଟ କରିଥିବା ବିଲ ପାଖକୁ ତାଙ୍କୁ ଚଲାଇ ଚଲାଇ ନେଇ ଯାଇଥିଲେ କ୍ଷତିଗ୍ରସ୍ତ ଘର, ପରିବା ଚାଷ, ଉଜୁଡ଼ା ଫସଲ ବୁଲେଇ ବୁଲେଇ ବିଧାୟିକାଙ୍କୁ ଦେଖାଇଲେ । ଲୋକଙ୍କ ଅସୁବିଧା ନବୁଝି ମୁହଁ ଫେରାଇ ଚାଲିଯାଉଥିଲେ ବିଧାୟିକା । ଏହି ମୁହଁ ଫେରାଇ ପଳାଇବା ଘଟଣା ବିଧାୟିକାଙ୍କୁ ମହଙ୍ଗା ପଡ଼ିଛି ବୋଲି ଚର୍ଚ୍ଚା ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼