Masthead

ଆଜିଠାରୁ ‘ସମାଲୋଚନା’

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ‘ବଡ଼ ଖବର’ ମିଡ଼ିଆ ଗ୍ରୁପର ସାପ୍ତାହିକ ‘ସମାଲୋଚନା’ ଆଜି ଅପରାହ୍ନ ୪ଟାରେ ଲୋକାର୍ପିତ ହେବ । ଲୋକାର୍ପଣର କିଛି ମୁହୂର୍ତ୍ତ ପରେ କାର୍ଟୁନଭିତ୍ତିକ ନ୍ୟୁଜ ପେପର ‘ସମାଲୋଚନା’ ପାଠକ ପାଠିକାମାନେ ସଂଗ୍ରହ କରିପାରିବେ । ଭୁବନେଶ୍ୱର ୟୁନିଟ ୩ ସ୍ଥିତ ଉତ୍କଳ ସମ୍ବାଦିକ ଭବନ ପରିସରରେ ଅନୁଷ୍ଠିତ ହେବ ଲୋକାର୍ପଣ ଉତ୍ସବ । ଆୟୋଜିତ ଉତ୍ସବରେ ଆପଣମାନଙ୍କୁ ସାଦର ନିମନ୍ତ୍ରଣ କରିଛନ୍ତି ‘ବଡ଼ ଖବର’ ମିଡ଼ିଆ ଗ୍ରୁପର ଅଧ୍ୟକ୍ଷ ତଥା ମୁଖ୍ୟ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ ।

ଆପଣମାନଙ୍କ ମନରେ ଉଙ୍କି ମାରୁଥିବା ସମସ୍ତ ପ୍ରଶ୍ନର ଉତ୍ତର ନିଶ୍ଚୟ ପାଇବେ । ଲୋକାର୍ପଣ ଉତ୍ସବରେ ବିଭିନ୍ନ ବର୍ଗର ଲୋକଙ୍କ ସମାଗମ ହେବ । ଉତ୍ସବର ମୁଖ୍ୟ ଅତିଥି ଆଉ କେହି ନୁହନ୍ତି, ସାଢେ ୪ କୋଟି ଓଡ଼ିଆଙ୍କ ଆରାଧ୍ୟ ପ୍ରଭୁ ଶ୍ରୀଜଗନ୍ନାଥ । ତାଙ୍କରି ଆଶିଷକୁ ଆଧାର କରି ଓ ଆପଣମାନଙ୍କ ଭଲପାଇବା, ସ୍ନେହ ଓ ଶ୍ରଦ୍ଧାକୁ ସାଥୀରେ ଧରି ଆଗେଇ ଚାଲିବ ‘ସମାଲୋଚନା’ ।

‘ସମାଲେଚନା’ ଭିନ୍ନ ସ୍ୱାଦର ସପ୍ତାହିକ । ଏହାର ସମସ୍ତ ବିଷୟ ବସ୍ତୁ କେବଳ କାର୍ଟୁନ ମାଧ୍ୟମରେ ଉପସ୍ଥାପିତ ହେବ । ଚତୁର୍ଥ ସ୍ତମ୍ଭର ସଚ୍ଚା ସିପାହୀ ଭାବେ ଲୋକଙ୍କ ଚ୍ୟାନେଲ ‘ବଡ଼ ଖବର’ ସହ ମିଶି କାର୍ଯ୍ୟ କରିବ । ଆଉ ଉନ୍ମୋଚନ ଉତ୍ସବର ଅନ୍ୟ ଅତିଥିମାନେ କିଏ ଜାଣନ୍ତି ? ଆପଣ ଆସିଲେ ନିଶ୍ଚୟ ସେମାନଙ୍କୁ ଚିହ୍ନିପାରିବେ, ସେମାନଙ୍କ ବିଷୟରେ ଜାଣିପାରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ