Masthead

ଖୁସି ଖବର: ଭାରତରେ ବାହାରିବାକୁ ଯାଉଛି ଆଉ ଏକ ଟିକା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଭାରତ ପାଇଁ ଖୁସି ଖବର । ଭାରତରେ ଜୁନ ସୁଦ୍ଧା ଆସୁଛି ଆଉ ଏକ ଟିକା । କୋଭାକ୍ସିନ ଓ କୋଭିସିଲ୍ଡ ପରେ ଭାରତରେ ଆଉ ଏକ ଟିକା ବାହାରିବାକୁ ଯାଉଛି । ଏହି ସୂଚନା ଦେଇଛନ୍ତି ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ସିଇଓ ଆଦର ପୁନାୱାଲା । ଶନିବାର ସେ କହିଛନ୍ତି, ଆସନ୍ତା ଜୁନ ସୁଦ୍ଧା ତାଙ୍କ କମ୍ପାନୀ ଦ୍ୱୀତିୟ କରୋନା ଟିକା ବାହାର କରିବାକୁ ଯାଉଛି ।

ସରକାରଙ୍କ ଅନୁମୋଦନ ମିଳିଲେ ଏହା ଭାରତର ତୃତୀୟ କରୋନା ଟିକା ହେବ । ସେ କହିଛନ୍ତି ଯେ ‘ନୋଭାକ୍ସ’ ସହ ହୋଇଥିବା ସହଭାଗିତା ଚୁକ୍ତି ଉତ୍ତମ ଫଳ ପ୍ରଦାନ କରିଛି । ଭାରତରେ ଏହାର ପରୀକ୍ଷା ପାଇଁ ଆବେଦନ କରାଯାଇଛି । ସବୁକିଛି ଠିକ ହେଲେ ଜୁନ ସୁଦ୍ଧା ଏହା ବ୍ୟବହାର ଲାଗି ଉପଲବ୍ଧ ହେବ । ଅନ୍ୟପଟେ ଦେଶବ୍ୟାପୀ ଚାଲିଥିବା ଟିକାକରଣ କାର୍ଯ୍ୟକ୍ରମରେ ଶନିବାର ସୁଦ୍ଧା ୩୫ ଲକ୍ଷ ୨୭ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ