ଆସନ୍ତା ୬ରେ ଚାଷୀଙ୍କ ଚକାଜାମ ଆନ୍ଦୋଳନ

ନୂଆଦିଲ୍ଲୀ (ବଡ଼ ଖବର): କେନ୍ଦ୍ରର ନୂତନ କୃଷି ଆଇନ ବିରୋଧରେ ଦୀର୍ଘ ୨ମାସ ହେବ ଜାରି ରହିଛି କୃଷକ ଆନ୍ଦୋଳନ । କୃଷି ଆଇନ ପ୍ରତ୍ୟାହାର ଦାବିରେ ନିଜ ଜିଦରେ ଅଟଳ ରହି ବିଭିନ୍ନ କୃଷକ ସଙ୍ଗଠନ ଦିଲ୍ଲୀ ସୀମାରେ ଆନ୍ଦୋଳନ ଜାରି ରଖିଛନ୍ତି । ତେବେ ଏହି ଆନ୍ଦୋଳନକୁ ଆହୁରି ତୀବ୍ର କରିବା ପାଇଁ ନିଷ୍ପତ୍ତି ନେଇଛି କିଶାନ ମୋର୍ଚ୍ଚା । ଏଥିପାଇଁ କିଶାନ ମୋର୍ଚ୍ଚା ତରଫରୁ ଆସନ୍ତା ୬ ତାରିଖରେ ସମଗ୍ର ଭାରତରେ ଚକାଜାମ ଆନ୍ଦୋଳନର ଡାକରା ଦିଆଯାଇଛି । ଏହି ଦିନ ରାସ୍ତାରେ କୌଣସି ଗାଡ଼ି ଗଡ଼ିବ ନାହିଁ । ଦିନ ୧୨ଟାରୁ ଅପରାହ୍ନ ୩ଟା ଯାଏଁ ଦେଶର ସବୁଆଡ଼େ ଚାଷୀମାନେ ଆନ୍ଦୋଳନ କରି ଚକା ଜାମ କରିବେ ବୋଲି ମୋର୍ଚ୍ଚା ପକ୍ଷରୁ ଘୋଷଣା କରାଯାଇଛି ।

ଏହି ସମୟରେ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥକୁ ଚାଷୀମାନେ ଅବରୋଧ କରିବେ ବୋଲି ସ୍ୱରାଜ ଇଣ୍ଡିଆର ମୁଖ୍ୟ ଯୋଗେନ୍ଦ୍ର ଯାଦବ କହିଛନ୍ତି । ଅନ୍ୟପଟେ ଜାନୁଆରୀ ୨୬ରେ ଚାଷୀଙ୍କ ପକ୍ଷରୁ କୃଷି ଆଇନକୁ ବିରୋଧ କରି ଟ୍ରାକ୍ଟର ରାଲି କରିଥିଲେ । ଯେଉଁଥିରେ ବ୍ୟାପକ ହିଂସାକାଣ୍ଡ ଘଟିଥିଲା । ଏହାକୁ ଦୃଷ୍ଟିରେ ରଖି ଗତକାଲି ଚାଷୀମାନେ ନିଜର ସଂସଦ ଘେରାଉ ଅଭିଯାନକୁ ବନ୍ଦ ରଖିଥିଲେ । କିନ୍ତୁ ଆଗାମୀ ୬ ତାରିଖରେ ଚକା ଜାମ ଆନ୍ଦୋଳନ କରିବେ ବୋଲି ଘୋଷଣା କରାଯାଇଛି । ସେପଟେ ଆଜି ବସିବ କେନ୍ଦ୍ର ଓ କୃଷକ ୧୧ ତମ ବୈଠକ । ଦିଲ୍ଲୀ ବିଜ୍ଞାନ ଭବନରେ ଏହି ଆଲୋଚନା ହେବ । ଆଜି ବାହାରିପାରେ ସମାଧାନର ବାଟ । ତେଣୁ ଆଜିର ବୈଠକ ଉପରେ ରହିଛି ସମାଧାନର ବାଟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!