Masthead

ବନ୍ଧୁକ ମୁନରେ ସାମ୍ବାଦିକଙ୍କ ଠାରୁ ଲୁଟ୍

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଅପରାଧୀ ଉପରମୁହାଁ ହେଲେଣି । ପ୍ରତ୍ୟେକ ଦିନ ଛିନତାଇ ରାଜଧାନୀର ଏକ ସାଧାରଣ କଥା ହେଲାଣି । ମଙ୍ଗଳବାର ବିଳମ୍ବିତ ରାତିରେ ୟୁନିଟ୍-୮ ସ୍ଥିତ ଜିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ କାର୍ଯ୍ୟାଳୟ ସମ୍ମୁଖରେ ଜଣେ ସାମ୍ବାଦିକଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟେରାମାନେ ସବୁ ଲୁଟିନେଇଛନ୍ତି । ଏନେଇ ସେ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ମାମଲା ରୁଜୁ କରି ତଦନ୍ତ ଚଲାଇଛି । ହେଲେ ଲୁଟେରାଙ୍କ ପତ୍ତା ମିଳି ନାହିଁ ।

ଲୁଟର ଶିକାର ହୋଇଥିବା ବୌଦ୍ୟୁତିକ ଗଣମାଧ୍ୟମ (ନ୍ୟୁଜ-୧୮ଓଡିଆ)ର ସାମ୍ବାଦିକ ହେଉଛନ୍ତି ରାକେଶ ମହାନ୍ତି । ରାକେଶ ତାଙ୍କ କାର୍ଯ୍ୟାଳୟରୁ କାମ ସାରି ତାଙ୍କ ବାସ ଭବନଙ୍କୁ ଫେରୁଥିଲେ । ତିନିଜଣ ଦୁର୍ବୃତ୍ତ ଏକ କଳା ରଙ୍ଗର ବାଇକରେ ପିଛା କରିଥିଲେ । ସେହି ତିନିଜଣ ଆସି ରାକେଶଙ୍କ ସାମ୍ନାରେ ବାଇକ ରଖିଥିଲେ । ଏଣୁ ରାକେଶ ବାଧ୍ୟ ହୋଇ ନିଜ ଗାଡିକୁ ଅଟକାଇଥିଲେ । ଏହାପରେ ପକେଟରୁ ବନ୍ଧୁକ ବାହାର କରି ରାକେଶଙ୍କ ମୁଣ୍ଡରେ ଲଗାଇଥିଲେ । ରାକେଶ କିଛି କହିବା ପୂର୍ବରୁ ସେମାନେ ତାଙ୍କ ପକେଟରେ ଥିବା ୫ ହଜାର ଟଙ୍କା, ଡେବିଟ୍ କାର୍ଡ, କ୍ରେଡିଟ୍ କାର୍ଡ ଓ ସୁନାଚେନ୍ ଲୁଟି ନେଇଥିଲେ । ଅଭିଯୋଗ କଲେ ହତ୍ୟା କରିବାକୁ ଧମକ ମଧ୍ୟ ଦେଇଥିଲେ । ଯଦି ଜଣେ ସାମ୍ବାଦିକଙ୍କ ଠାରୁ ଲୁଟି ନେଉଛନ୍ତି ତେବେ ଜନସାଧାରଣ କଭଳି ସୁରକ୍ଷିତ, ଏନେଇ ପ୍ରଶ୍ନ ଉଠୁଛି । ତେବେ ସିସିଟିଭି ଫୁଟେଜ ମାଧ୍ୟମରେ ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା