Masthead

ପଶ୍ଚିମବଙ୍ଗରେ ବୋମା ବିସ୍ଫୋରଣ, ୬ ବିଜେପି କର୍ମୀ ଗୁରୁତର

କୋଲକତା (ବଡ଼ ଖବର ବ୍ୟୁରୋ): ପଶ୍ଚିମବଙ୍ଗର ୨୪ ପ୍ରଗଣା ଜିଲ୍ଲାରେ ବୋମା ବିସ୍ଫୋରଣ ଘଟିଛି। ଏଥିରେ ୬ ଜଣ ବିଜେପି କର୍ମୀ ଗୁରୁତର ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଆହତମାନଙ୍କ ମଧ୍ୟରେ ଅଛନ୍ତି, ଶୋଭନ ଦେବନାଥ, ବିକ୍ରମ ଶିଲ୍‌, ଅର୍ପଣ ଦେନାଥ, ସ୍ୱପନ୍‌ କୁରାଲି, ମହାଦେବ ନାଇକ । ଶୁକ୍ରବାର ରାତିରେ କିଛି ଲୋକଙ୍କ ସହ ବିବାହ ଅନୁଷ୍ଠାନରୁ ଫେରୁଥିବା ବେଳେ ଦୁର୍ବୃତ୍ତମାନେ ସେମାନଙ୍କ ଉପରକୁ ଦେଶୀ ବୋମା ଫିଙ୍ଗିଥିଲେ। ଅଧିକ ଚିକିତ୍ସା ନିମନ୍ତେ ଆହତମାନଙ୍କୁ ‘କ୍ୟାନିଙ୍ଗ୍‌ ସବ୍‌ଡିଭିଜ୍‌ନ୍‌ ହସ୍ପିଟାଲ୍‌’ରେ ଭର୍ତ୍ତି କରାଯାଇଛି।

ପଶ୍ଚିମବଙ୍ଗ ନିର୍ବାଚନକୁ ଆଉ ମାତ୍ର ଦିନ କେଇଟା ବାକି ଥିବାବେଳେ ଗୋସାବାର ବାଦାମଲତା ଅଞ୍ଚଳରେ ବୋମା ବିସ୍ଫୋରଣ ହୋଇଛି । ଏହାକୁ ନେଇ ରାଜନୀତି ଜୋର ଧରିଛି । ବିସ୍ଫୋରଣରେ ବିଜେପି କର୍ମୀମାନେ ଆହତ ହୋଇଥିବାବେଳେ ଏଥିରେ ଟିଏମସିର କୌଣସି ହାତ ନଥିବା ସ୍ଥାନୀୟ ଟିଏମସି ନେତା କହିଛନ୍ତି । ସେପଟେ ପ୍ରାଥମିକ ତଦନ୍ତରୁ ବୋମା ଲଗାଇବା ସମୟରେ ଏପରି ଘଟିଥିବା ପୋଲିସ କହିଛି । ସୂଚନା ମୂତାବକ, ପଶ୍ଚିମବଙ୍ଗରେ ମାର୍ଚ୍ଚ ୨୭ ତାରିଖରୁ ନିର୍ବାଚନ ହେବାକୁ ଯାଉଛି । ଆଠଟି ପର୍ଯ୍ୟାୟରେ ଏଠାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ