ମହିଳା ଦିବସର ଶୁଭେଚ୍ଛା ଜଣାଇଲେ ବିରାଟ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ଆଜି ହେଉଛି ବିଶ୍ୱ ମହିଳା ଦିବସ । ଏହି ଦିବସ ଅବସରରେ ଭାରତୀୟ କ୍ରିକେଟ କ୍ୟାପଟେନ ବିରାଟ କୋହଲି ନିଜ ଝିଅ ଭାମିକା ଓ ପତ୍ନୀ ଅନୁଷ୍କା ଶର୍ମାଙ୍କ ଫଟୋ ପୋଷ୍ଟ କରିଛନ୍ତି ଏବଂ ମହିଳା ଦିବସର ଶୁଭକାମନା ମଧ୍ୟ ଜଣାଇଛନ୍ତି। ବିରାଟ ସୋସିଆଲ ମିଡ଼ିଆରେ ତାଙ୍କ ଝିଅ ଓ ସ୍ତ୍ରୀର ଫଟୋ ସେୟାର କରିଛନ୍ତି । ଅନୁଷ୍କା ତାଙ୍କ ଜୀବନର ସବୁଠାରୁ ଷ୍ଟ୍ରଙ୍ଗ ଲେଡି ଓ ତାଙ୍କ ଝିଅ ବି ତାଙ୍କ ଭଳି ହେଉ ବୋଲି ସେ ଚାହୁଁଛନ୍ତି।

ଫଟୋ ପୋଷ୍ଟ କରି କୋହଲି ଲେଖିଛନ୍ତି, ‘ଶିଶୁ ଜନ୍ମ କଲାବେଳେ ଦେଖିବା ସହଜ କଥା ନୁହେଁ। ଏହା ଅବିଶ୍ୱାସନୀୟ ଏବଂ ଆଶ୍ଚର୍ୟ୍ୟଜନକ ଅନୁଭବ। ଏହି ଦୃଶ୍ୟ ଦେଖିଲେ ଆପଣ ମହିଳାଙ୍କ ଅସଲ ତାକତ ଓ ଦିବ୍ୟତାକୁ ବୁଝି ପାରିବେ ଏବଂ ଭଗବାନ ମହିଳାଙ୍କ ଭିତରେ ଜୀବନ କାହିଁକି ସୃଷ୍ଟି କରିଛନ୍ତି ତାହା ବି ବୁଝି ପାରିବେ। ମହିଳାମାନେ ପୁରୁଷଙ୍କ ତୁଳନାରେ ବହୁତ ମଜବୁତ।’ଅନୁଷ୍କାଙ୍କୁ ମହିଳା ଦିବସର ଶୁଭକାମନା ଜଣାଇ କୋହଲି ଲେଖିଛନ୍ତି, ‘ମୋ ଜୀବନର ସବୁଠାରୁ ମଜବୁତ ଓ ସଫ୍ଟ ହାର୍ଟ ମହିଳାକୁ ମହିଳା ଦିବସର ଶୁଭକାମନା। ତାକୁ ବି ଶୁଭକାମନା ଯିଏ ଭବିଷ୍ୟତରେ ନିଜ ମା’ ଙ୍କ ଭଳି ହେବ। ଦୁନିଆର ସମସ୍ତ ମହିଳାଙ୍କୁ ଶୁଭକାମନା

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ