Masthead

‘ଚାଷୀ ଆତ୍ମହତ୍ୟା କଲେଣି, ନବୀନ ବାବୁ ହସୁଛନ୍ତି’: ବର୍ଷିଲେ ତାରା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଧାନ ପ୍ରସଙ୍ଗ ନେଇ କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି ପ୍ରତିକ୍ରିୟା ରଖିଛନ୍ତି । ବିଜେପି ଓ ବିଜେଡି ନେତା ମିଳିତ ଭାବରେ ପ୍ରୟାସ କରୁଛନ୍ତି ବିଧାନସଭା ତାରା ପ୍ରସାଦ ବାହିନୀପତି । ବିଜେପି ଓ ବିଜେଡି ମିଳିତ ଭାବରେ ପ୍ରୟାସ କରୁଛନ୍ତି ବିଧାନସଭା ନଚାଲୁ,ଚାଷୀଙ୍କ ଧାନ ନଉଠୁ । କେବଳ ଡ୍ରାମା କରୁଛନ୍ତି ବୋଲି କହିଛନ୍ତି ତାରା । ବିଧାୟକ ଆତ୍ମହତ୍ୟା ଉଦ୍ୟମ କରୁଛନ୍ତି ,ଚାଷୀ ଆତ୍ମହତ୍ୟା କଲେଣି ନବୀନ ବାବୁ ହସୁଛନ୍ତି । ଲୋକଙ୍କ ସହ ସରକାର ବେଇମାନ କରିଛନ୍ତି । ଯେପର୍ୟ୍ୟନ୍ତ ଚାଷୀ ଙ୍କ ଧାନ ଉଠିନି ସେପର୍ୟ୍ୟନ୍ତ ଆନ୍ଦୋଳନ କରିବ କଂଗ୍ରେସ ।

ବିଧାନସଭା ଆରମ୍ଭରୁ ଆଜି ଗୃହରେ ଅଚଳାବସ୍ଥା ଜାରି ରହିଥିବା ବେଳେ ଉଭୟ ବିଜେଡି ଓ ବିଜେପି ଉପରେ ବର୍ଷିଛନ୍ତି ତାରା । ଗରିବ ଲୋକଙ୍କ ଟିକସରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ଅଧିବେଶନ ହେଉଥିଲେ ମଧ୍ୟ ଗୃହ ଚାଲୁନାହିଁ । ଜାଣିଶୁଣି ଉଭୟ ବିଜେପି-ବିଜେଡି ଗୃହ ଚଲାଇ ଦେଉନାହାନ୍ତି । ତେଣୁ ବାଚସ୍ପତି ତୁରନ୍ତ ସର୍ବଦଳୀୟ ବୈଠକ ଡାକି ଏ ବାବଦରେ ଆଲୋଚନା ସହ ଗୃହ କାର୍ଯ୍ୟକୁ ସ୍ୱାଭାବିକ କରିବାକୁ ପଦକ୍ଷେପ ନିଅନ୍ତୁ ବୋଲି କହିଛନ୍ତି ତାରା । ମଣ୍ଡିରୁ ଧାନ ଉଠିବା ନେଇ ମନ୍ତ୍ରୀ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହାକୁ କାର୍ଯ୍ୟକାରୀ କରୁନାହାନ୍ତି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦାୟିତ୍ୱ ଚାଷୀଙ୍କ ଧାନ ଉଠାଇବା, କିନ୍ତୁ ଏଭଳି ନକରି କେବଳ ପରସ୍ପର ଉପରେ ଦୋଷ ଲଦୁଛନ୍ତି । ମାନ୍ୟବର ମନ୍ତ୍ରୀ ବୈଠକ ଡାକି ଆଲୋଚନା କରିବା ସହ ଚାଷୀଙ୍କ ଧାନ ଉଠାନ୍ତୁ ନହେଲେ ଆମେ ଆନ୍ଦୋଳନ କରିବୁ । ଗୃହ ଚାଲିବା ଦରକାର ଓ ଚାଷୀଙ୍କ ଧାନ ଉଠିବା ଦରକାର ବୋଲି କହିଛନ୍ତି ତାରା । ତେବେ ଗୃହରେ ବିଜେପି ବିଧାୟକ ଆତ୍ମହତ୍ୟା ଉଦ୍ୟମ କରିବା ର୍ଦୁଭାଗ୍ୟଜନକ ବୋଲି କହିଛନ୍ତି ତାରା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି