Masthead

‘ଗିର୍ ମତ୍ ଜାନା’

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ବଳିଉଡର କଳାକାର ଚାହାନ୍ତି ଲୋକଙ୍କ ନଜରକୁ ଆସିବା ପାଇଁ । ସେଭଳି ମଲାଇକା ନିଜର ଯୋଗ କରୁଥିବାର ଏକ ଫଟୋ ସୋଶିଆଲ ମିଡିଆରେ ସେୟାର କରିଛନ୍ତି । ଯାହା ସୋଶିଆଲ ମିଡିଆରେ ଭାଇରାଲ ହେଉଛି । ସେ ନିଜ ଫିଗର ପାଇଁ ବେଶ ଚର୍ଚ୍ଚିତ । ସେ ସୋଶିଆଲ ମିଡିଆରେ ସର୍ବଦା ସକ୍ରିୟ । ମଲାଇକା ଆରୋରା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି ।

ଏହି ଫଟୋରେ ସେ ଏକ ପାଚେରି ଉପରେ ଚଢି ଯୋଗ କରୁଥିବା ନଜର ଆସିଛନ୍ତି । ସେ ନିଜ ହାତ ଏବଂ ପାଦ ବଳରେ ନିଜକୁ ସମ୍ପୂର୍ଣ୍ଣ ପଛକୁ ବୁଲାଇଛନ୍ତି । ଏହି ଫଟୋରେ ମଲାଇକାଙ୍କୁ ଫ୍ୟାନ୍ସମାନଙ୍କ ସହିତ ଅନେକ ସେଲିବ୍ରିଟିଙ୍କ ପ୍ରତିକ୍ରିୟା ମଧ୍ୟ ମିଳିଛି । ମଲାଇକାଙ୍କର ଏହି ଫଟୋ ଉପରେ କମେଣ୍ଟ ଦେଇ ସୀମା ଖାନ ଲେଖିଛନ୍ତି ‘ଗିର୍ ମତ୍ ଜାନା’ ଏହା ଏକ ବିପଦପୂର୍ଣ୍ଣ ଯୋଗର ପୋଜ ବୋଲି ଅନେକ ଫ୍ୟାନ୍ସମାନେ କହିଛନ୍ତି ।

ଏହି ଫଟୋ ସେୟାର କରି ମଲାଇକା ଲେଖିଛନ୍ତି- ‘ଏହା ଜାଣି ଏକ ଅଦ୍ଭୁତ ଆରାମ ଅନୁଭବ ହୋଇଥାଏ, ଯାହା କିଛି ହୋଇଗଲେ ବି ଆସନ୍ତାକାଲି ପୁଣି ସୂର୍ୟ୍ୟ ଉଦୟ ହେବ । ଆଜି ଯାହା ଆମ ପାଇଁ ସଂଘର୍ସ ତାହା କେବେ ପୁରୁଣା ଦିନ ହୋଇଯିବ ଯାହା ଉପରେ ଆସନ୍ତାକାଲି ଆମେ ହସିବା । ଜୀବନ ତୁମର ପରୀକ୍ଷା ନିଏ କିନ୍ତୁ ତୁମେ ଯାହା ଅଛ ତାକୁ ବଦଳାଇବାକୁ ଦିଅ ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସେହେଜାଦାରୁ ଜନନାୟକ 🔴 ବଢିଲା ଯୁକ୍ତ ୩ ଆସନ ସଂଖ୍ୟା 🔴 ଟେଲିଗ୍ରାମ ଉପରେ ସରକାରୀ ବ୍ୟାନ ବଜାୟ ରଖିଲେ ହାଇକୋର୍ଟ 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ସେହେଜାଦାରୁ ଜନନାୟକ 🔴 ବଢିଲା ଯୁକ୍ତ ୩ ଆସନ ସଂଖ୍ୟା 🔴 ଟେଲିଗ୍ରାମ ଉପରେ ସରକାରୀ ବ୍ୟାନ ବଜାୟ ରଖିଲେ ହାଇକୋର୍ଟ 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ