ହାଇଦରକୁ କରୋନା

କଟକ (ବଡ଼ ଖବର ବ୍ୟୁରୋ): ହାଇଦର କରୋନା ପଜିଟିଭ, ରିମାଣ୍ଡ ସ୍ଥଗିତ । ଗ୍ୟାଙ୍ଗଷ୍ଟର ହାଇଦର କରୋନା ପଜିଟିଭ । ରିମାଣ୍ଡରେ ଆଣିବ ନାହିଁ ପୋଲିସ । ପ୍ରଥମେ ଆଣ୍ଟିଜେନ ଟେଷ୍ଟରୁ କରୋନା ନେଗେଟିଭ ଚିହ୍ନଟ ହୋଇଥିଲା । ନେଗେଟିଭ ଆସିବା ପରେ କୋର୍ଟରେ ହାଜର କରାଯାଇଥିଲା । ଆରଟିପିସିଆର ଟେଷ୍ଟ ରିପୋର୍ଟରୁ ପଜିଟିଭ ଆସିଛି । ଚୌଦ୍ୱାର ଜେଲରେ ଆଇସୋଲେସନରେ ହାଇଦରକୁ ରଖାଯାଇଛି ।

ସଂକ୍ରମଣରୁ ମୁକ୍ତ ନହେବା ଯାଏଁ ରିମାଣ୍ଡରେ ଯିବନି ହାଇଦର । ସୂଚନା ଦେଲେ କଟକ ଡିସିପି ପ୍ରତିକ ସିଂ । କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ହାଇଦରର ରିମାଣ୍ଡକୁ ସ୍ଥଗିତ ରଖାଯାଇଛି। କଟକ ମଙ୍ଗଳାବାଗ ପୁଲିସ୍ ତାକୁ ଆଜିଠୁ ୭ ଦିନ ପର୍ଯ୍ୟନ୍ତ ରିମାଣ୍ଡରେ ନେଇଥାନ୍ତା।

ଶୁକ୍ରବାର ହାଇଦରକୁ କଟକ ସିଟି ଜେଏମଏଫସି କୋର୍ଟରେ ହାଜର କରାଯିବା ପରେ ଚୌଦ୍ୱାର ଜେଲକୁ ପଠାଇ ଦିଆଯାଇଥିଲା। ଆଜି ସକାଳ ୭ଟାରୁ ତା’ର ରିମାଣ୍ଡ ଅବଧି ଆରମ୍ଭ ହୋଇଥାନ୍ତା ଓ ଏହା ୨୩ ତାରିଖ ସକାଳ ୭ଟାରେ ଶେଷ ହୋଇଥାନ୍ତା। କିନ୍ତୁ କରୋନା ପଜିଟିଭ ଚିହ୍ନଟ ହେବା ପରେ ତାକୁ ଚୌଦ୍ୱାର ଜେଲର ଆଇସୋଲେସନ ୱାର୍ଡରେ ରଖାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!