Masthead

ଭାଇ ପୋଛିଦେଲା ଭଉଣୀ ମଥା ସିନ୍ଦୂର

ସୋର (ବଡ଼ ଖବର ବ୍ୟୁରୋ): ମଦୁଆ ଭିଣେଇକୁ ସାବାଡ଼ କରିବାକୁ ଆସି ଭଉଣୀର ସିନ୍ଦୂର ପୋଛିଲା ଭାଇ । ନିଶାଗ୍ରସ୍ତ ସ୍ୱାମୀର ଅତ୍ୟାଚାର ସହି ନପାରି ସ୍ୱାମୀକୁ ସାବାଡ଼ କରିବା ପାଇଁ ଭାଇକୁ ଡାକିଥିଲା ଭଉଣୀ । ଉତକ୍ଷିପ୍ତ ଭାଇ ଭଉଣୀ ଘରେ ପହଞ୍ଚି ଏମିତି ମାଡ ମାରିଲା ଯେ ଏକା ଥରକେ ଭିଣେଇ ଚାଲିଗଲେ ଆରପାରିକୁ । ଏମିତି ଏକ ଅମାନବୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ନିଶ୍ଚିନ୍ତପୁର ପଞ୍ଚାୟତ କୁଡେଇ ଗ୍ରାମରେ ।

ଶନିବାର ଏହି ଗ୍ରାମର ଯୁଧିଷ୍ଠିର ପ୍ରଧାନଙ୍କ ପୁଅ ସଞ୍ଜୟ ପ୍ରଧାନ ମହୁମୁହାନ ପଞ୍ଚାୟତ ଗହିରା ପଦା ଗ୍ରାମର ନାରାୟଣ ସାହୁଙ୍କ ଝିଅ କୌଶଲ୍ୟକୁ ବିବାହ କରିଥିଲେ । ସଞ୍ଜୟ ଅଧିକାଂଶ ଦିନ ନିଶାଗ୍ରସ୍ତ ହୋଇ ଘରକୁ ଫେରି ସ୍ତ୍ରୀକୁ ମାଡ ମାରିବା ସହିତ ମାନସିକ ନିର୍ୟାତନା ଦେଇଅସୁଥିଲେ । ଶନିବାରସଞ୍ଜୟ କୌଶଲ୍ୟାଙ୍କୁ ଅତ୍ୟଧିକ ମାର ଧର କରିବା ସମୟରେ ସେ ତାଙ୍କର ଭାଇ ଜଗଦା ସାହୁଙ୍କୁ ଡାକିଥିଲେ । ଜଗଦା ସେଠାରେ ପହଂଚି ସଂଜୟଙ୍କୁ ନିର୍ମମ ମାଡ଼ ମାରିଥିଲେ ।

ସଞ୍ଜୟ ଗୁରୁତର ହୋଇପଡିବାରୁ ତାଙ୍କୁ ଦାଦା ଗୌରାଙ୍ଗ ପ୍ରଧାନ ୧୦୮ ଆମ୍ବୁଲାନ୍ସ ଯୋଗେ ସୋର ମେଡିକାଲରେ ଭର୍ତ୍ତି କରିଥିଲେ । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ସମ୍ପର୍କରେ ମୃତ ସଂଜୟର ଭଉଣୀ ସ୍ୱପ୍ନାରାଣୀ ଖୁଣ୍ଟିଆ ସୋର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଜଗଦା ଏବଂ କୌଶଲ୍ୟାଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼