Masthead

ପ୍ୟାରେଣ୍ଟର୍ସଙ୍କ ସିକ୍ରେଟ ଖୋଲିଲେ କଙ୍ଗନା

ମୁମ୍ବାଇ ( ବଡ଼ ଖବର ବ୍ୟୁରୋ): ସବୁବେଳେ ବିବାଦରେ ରହିବା ପସନ୍ଦ କରୁଥିବା ଅଭିନେତ୍ରୀ କଙ୍ଗନା ସମସ୍ତଙ୍କ ସିକ୍ରେଟ ଖୋଲିବା ନଜର ଆସନ୍ତି । କିନ୍ତୁ ଏଥର ସେ ତାଙ୍କ ବାପା ମାଙ୍କ ସମ୍ପର୍କକୁ ନେଇ ଏମିତି କିଛି ସତର ଖୁଲାସା କରିଛନ୍ତି ଯାହା ଜାଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି । କଙ୍ଗନା ନିକଟରେ ନିଜ ପ୍ୟାରେଣ୍ଟର୍ସଙ୍କ ସେୟାର କରି ତାଙ୍କୁ ମ୍ୟାରେଜ୍ ଆନିଭର୍ସରୀର ଶୁଭକାମନା ଦେଇଛନ୍ତି । ଏହା ସହିତ ସେ ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ମମ୍ମି-ପାପା ବିବାହ ସମ୍ପର୍କରେ ପିଲାଙ୍କୁ ମିଛ କହିଥିଲେ ଏବଂ ଆଇ ସତ କହିଥିଲେ । କଙ୍ଗନା ସୋସିଆଲ ମିଡିଆରେ ଲେଖିଛନ୍ତି ଯେ ‘ଆଜି ମୋ ପ୍ୟାରେଣ୍ଟର୍ସଙ୍କ ୱେଣ୍ଡିଂ ଆନିଭର୍ସରୀ । ଯେବେ ଆମେ ବଡ ହେଉଥିଲୁ ସେମାନେ ଆମକୁ ମିଛ କହିଥିଲେ କି ସେମାନଙ୍କ ବିବାହ ପାରମ୍ପରିକ ଉପାୟରେ ଆରେଞ୍ଜ ମ୍ୟାରେଜ୍ ହୋଇଥିଲା । କିନ୍ତୁ ପରେ ଆଇ କହିଲେ ଯେ ତାଙ୍କର ଆଫେୟର ଥିଲା । ପାପା ମମ୍ମିଙ୍କୁ ଏକ ବସ୍ ଷ୍ଟାଣ୍ଡରେ ଦେଖିଥିଲେ, ସେ କଲେଜରୁ ଫେରୁଥିଲେ । ସେ ପ୍ରତିଦିନ ସେହି ବସରେ ଆସିଲେ । ଦିନେ ଯେବେ ପାପା ପ୍ରପୋଜାଲ ପଠାଇଲେ ଅଜା ମନା କରିଦେଲେ କାରଣ ପାପାଙ୍କ ଇମେଜ ଭଲ ନଥିଲା ।’ କଙ୍ଗନା ଆଗକୁ ଲେଖିଛନ୍ତି ଯେ ‘ଅଜା ମାଙ୍କ ପାଇଁ ସରକାରୀ ଚାକିରୀ କରିଥିବା ପୁଅ ଖୋଜୁଥିଲେ । କିନ୍ତୁ ମା ସମସ୍ତ ପ୍ରକାର ସମସ୍ୟାର ସାମ୍ନା ପାପାଙ୍କୁ ବିବାହ କରିଥିଲେ । କଙ୍ଗନାଙ୍କ ୱାର୍କଫ୍ରଣ୍ଟ କଥା ଜଦି କହିବା ସେ ଏବେ ଥଲାଇବି, ତେଜସ୍ ଓ ଧାକଡ ଭଳି ଫିଲ୍ମରେ ନଜର ଆସିବେ । ତେବେ କୋଭିଡ ପାଇଁ ଥଲାଇଭିର ରିଲିଜ ଡେଟ ଘୁଞ୍ଚି ଜାଇଛି । ୩ଟି ଯାକ ଫିଲ୍ମର କଙ୍ଗନାଙ୍କ ଲୁକ୍ ସୋସିଆଲ ମିଡିଆରେ ସାମ୍ନାକୁ ଆସିସାରିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼