Masthead

“ଏକ ପଲ୍ କା ଜିନା” ଗୀତରେ ନାଚିଲେ ଆଶା

ମୁମ୍ବାଇ (ବଡ ଖବର ବ୍ୟୁରୋ): ବଲିଉଡର ଫେମସ ଗାୟିକା ଆଶା ଭୋସଲେ ତାଙ୍କ ସୁଲଳିତ କଣ୍ଠ ସ୍ୱରରେ ସାରା ବିଶ୍ୱରେ ପ୍ରଶିଦ୍ଧି ଲାଭ କରିଛନ୍ତି । ସେ ଇଣ୍ଡଷ୍ଟ୍ରିକୁ ଅନେକ ସୁନ୍ଦର ସୁନ୍ଦର ଗୀତ ଭେଟି ଦେଇଛନ୍ତି । ତାଙ୍କ କଣ୍ଠସ୍ୱର ସମସ୍ତଙ୍କୁ ଝୁମେଇବାକୁ ବାଧ୍ୟ କରିଦିଏ । ୮୭ ବର୍ଷ ବୟସରେ ବି ସେ ପୁରା ଫିଟ ଅଛନ୍ତି । ଗୀତ ଗାଇବା ସହ ଗାତର ତାଳେ ତାଳେ ଝୁମିବାକୁ ପସନ୍ଦ କରିଥାନ୍ତି ଆଶା । ନୀକଟରେ ସେ ହ୍ୟାଣ୍ଡସମ ହିରୋ ହ୍ରିତିକ ସହ ଏକ ସୁପର ହିଟ୍ ଗୀତରେ ନାଚୁଥିବାର ନଜର ଆସିଛନ୍ତି । ଏକ ଷ୍ଟେଜ୍ ଉପରରେ ହ୍ରିତିକ ରୋଶନଙ୍କ ‘ଏକ ପଲ୍ କା ଜିନା’ଗୀତର ହ୍ରିତିଙ୍କ ସିଗ୍ନେଚର ଷ୍ଟେପ୍ କରୁଛନ୍ତି ବଲିଉଡର ଏହି ଭେଟେରାନ୍ ଗାୟିକା।

ସେ ଏଥିରେ ହ୍ରିତିକଙ୍କ ପୁରା କପି କରିବା ପାଇଁ ଚେଷ୍ଟା ମଧ୍ୟ କରିଛନ୍ତି। ସୋଶାଲ ମିଡିଆରେ ଆଶାଙ୍କ ଏହି ଡ୍ୟାନ୍ସ ଭିଡିଓ ଏବେ ଜୋର୍ ସୋର୍ରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଅଶା ନୀଳ ରଙ୍ଗ ଶାଢ଼ୀ ପିନ୍ଧିଛନ୍ତି। ଆଶାଙ୍କ ଏହି ଭିଡିଓଟି ଆସିବା ପରେ ଲୋକେ ଖୁବ ଆଶ୍ଚର୍ଯ୍ୟ ହୋଇଛନ୍ତି । ଏବଂ ଆଶାଙ୍କ ଡ୍ୟାନ୍ସକୁ ଅନେକ ପ୍ରଶଂସା ମଧ୍ୟ କରିଛନ୍ତି । ଫିଲ୍ମ ଫେଆର ପକ୍ଷରୁ ଇନଷ୍ଟାଗ୍ରାମରେ ଏହି ଭିଡିଓକୁ ସେଆର କରାଯାଇଛି।

ଭିଡିଓଟିକୁ ଏଯାଏଁ ୧୦ ହଜାରରୁ ଅଧିକ ଲାଇକ୍ସ ଓ କେମଣ୍ଟ ମଧ୍ୟ ମିଳିସାରିଲାଣି। ଜଣେ ୟୁଜର୍ସ କେମଣ୍ଟ ରେ ପ୍ରସଂଶା କରି କହିଛନ୍ତି ଯେ ”ଯେ କୌଣଷି ବି ଫିଲ୍ଡ ହେଉ ନା କାହିଁକି ଆପଣ ସବୁଥିରେ ମାହିର” | ତେବେ ବଲିଉଡର ଏହି ପ୍ରସିଦ୍ଧ ଗାୟିକାଙ୍କୁ କୌଣସି ପରିଚୟର ଆବଶ୍ୟକ ନାହିଁ। ତାଙ୍କ ଗୀତକୁ ଲୋକେ ଆଜି ବି ପସନ୍ଦ କରନ୍ତି। ଏବଂ ଯେ କୌଣଷି ଗୀତ ହେଉନା କାହିଁ ପ୍ରତି ଗୀତରେ ତାଙ୍କ କଣ୍ଠ ସ୍ୱର ମ୍ୟାଚ କରି ଯାଏ । ନିକଟରେ ତାଙ୍କୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମହାରାଷ୍ଟ୍ର ଭୂଷଣ ପୁରସ୍କାରରେ ସମ୍ମାନିତ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ