Masthead

ହସ୍ପିଟାଲ ବେଡରୁ ଗଢା ହେଉଛି ଭବିଷ୍ୟତ

ବ୍ରହ୍ମପୁର( ବଡ଼ ଖବର ବ୍ୟୁରୋ): କୁହାଯାଏ ଦୃଢ ଇଛାଶକ୍ତି ଆଗରେ ହାର ମାନିଯାଏ ସବୁ ପ୍ରତିବନ୍ଧକ । ମନର ଦୃଢ ସଂକଳ୍ପ ଥିଲେ ଏଭେରଷ୍ଟ ବି ଲଙ୍ଘି ହେବ । ଆଉ ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାରେ । ସାରା ଦେଶ କରୋନାର ଭୟାବହତା ଓ କରୁଣରୂପ ଦେଖୁଥିବା ବେଳେ ଗଞ୍ଜାମରୁ ଆସିଛି ଏମିତି କିଛି ଦୃଶ୍ୟ ଯାହା ଆପଣଙ୍କୁ ମନବଳ ବଢାଇଦେବ ନିଶ୍ଚୟ । କରୋନା ସଂକ୍ରମିତ ହୋଇ ଜଣେ ଯୁବକ ଚିକିତ୍ସିତ ହେଉଛନ୍ତି । ଲୋକେ ଆତଙ୍କିତ ଥିବାବେଳେ ଏହି ଯୁବକ ଜଣକ କିନ୍ତୁ ବିଚଳିତ ନୁହଁନ୍ତି । ବେଡରେ ଥାଇ ଭବିଷ୍ୟତ ଗଢୁଛନ୍ତି ଏହି ଯୁବକ ଜଣକ । ବ୍ରହ୍ମପୁର ଏମକେସିଜି କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଏହି ବ୍ୟକ୍ତି ଚାଟାର୍ଡ ଆକାଉଣ୍ଟିଂ ପାଇଁ ଚଳାଇଛନ୍ତି ପ୍ରସ୍ତୁତି । ମାନସିକ ଅବସାଦରୁ ବାହାରି କରୋନାରେ ଆଦୈ ବିଚଳିତ ନହୋଇ ସେ ଗଢୁଛନ୍ତି ଭବିଷ୍ୟତ ।

ଏହି ସମୟରେ ମେଡିକାଲ ପରିଦର୍ଶନରେ ଆସିଥିବା ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କଲାଙ୍ଗେ ଯୁବକଙ୍କୁ ଭେଟି ତାଙ୍କ ଧୈର୍ଯ୍ୟକୁ ସାବାସୀ ଦେଇଛନ୍ତି । ଏହି ଦୃଶ୍ୟକୁ ନିଜ ମୋବାଇଲରେ କଏଦ କରି ଟୁଇଟ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଯୁବକଙ୍କ ଏହି ସମର୍ପଣ ଭାବକୁ ଦେଖି ସେ କହିଛନ୍ତି କି ତୁମ ସମର୍ପଣଭାବ ତୁମ ଯନ୍ତଣାକୁ ଦୂରେଇ ଦେବ ନିଶ୍ଚୟ । ଏହାସହ ସେ ଯୁବକଙ୍କୁ ସାବାସୀ ଦେବା ସହ ଆଗମୀ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୨ ହଜାରରୁ କମ୍ UPI ଦେଣନେଣ ଦେୟମୁକ୍ତ 🔴 ଖଟିଆରେ ବୁହା ହେଲା ଦୁଇ ଭାଇଙ୍କ ମୃତଦେହ 🔴 ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ୩ ବାତ୍ୟାର ଆଶଙ୍କା, ଗୋଟିଏ ନେଇ ପାରେ ଶକ୍ତିଶାଳୀ ରୂପ 🔴 ‘ନୂଆଖାଇ’ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ୨ ହଜାରରୁ କମ୍ UPI ଦେଣନେଣ ଦେୟମୁକ୍ତ 🔴 ଖଟିଆରେ ବୁହା ହେଲା ଦୁଇ ଭାଇଙ୍କ ମୃତଦେହ 🔴 ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ୩ ବାତ୍ୟାର ଆଶଙ୍କା, ଗୋଟିଏ ନେଇ ପାରେ ଶକ୍ତିଶାଳୀ ରୂପ 🔴 ‘ନୂଆଖାଇ’ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ