ଅଲଗା ହେବେ ବିଲ ଗେଟସ ଓ ମିଲିଣ୍ଡା ଗେଟସ

ୱାସିଂଟନ(ବଡ଼ ଖବର ବ୍ୟୁରୋ): ଅଲଗା ହେବେ ବିଲଗେଟସ ଓ ମିଲିଣ୍ଡା ଗେଟସ । ମଙ୍ଗଳବାର ଏନେଇ ଉଭୟ ଟ୍ୱିଟ କରି ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ଆଉ ଏକାଠି ରହି ଆଗକୁ ବଢ଼ିପାରିବୁ ବୋଲି ମନେକରୁନାହୁଁ । ତେଣୁ ବହୁ ଭାବିଚିନ୍ତି ଅଲଗା ହେବା ନେଇ ନିଷ୍ପତ୍ତି ନେଇଛୁ । ତେବେ ଗତ ୧୭ବର୍ଷ ମଧ୍ୟରେ ଏକାଠି ରହି ୩ଜଣ ପିଲାଙ୍କୁ ମଣିଷ କରିଛୁ । ଏହା ବ୍ୟତୀତ ବିଲ ଓ ମାଲିଣ୍ଡା ଭଳି ଫାଉଣ୍ଡେସନ ମଧ୍ୟ କରିଛୁ । ଯାହା ବିଶ୍ୱର ଅନେକ ଲୋକଙ୍କୁ ସୁସ୍ଥ ଓ ଉନ୍ନତ ଜୀବନ ବଞ୍ଚିବାରେ ସାହାଯ୍ୟ କରିଛି ।

ଆଗକୁ ଏହାର କାର୍ଯ୍ୟଧାରା ଜାରି ରହିବ । ଭିତ୍ତିଭୂମି ଆହୁରି ପ୍ରଶସ୍ତ କରାଯିବ । ଆମେ ଅଲଗା ହେଲେ ମଧ୍ୟ ଏହି ଫାଉଣ୍ଡେସନର କାର୍ଯ୍ୟ ପ୍ରଭାବିତ ହେବନି । କିନ୍ତୁ ଦମ୍ପତ୍ତି ଭାବେ ଆଉ ଆଗକୁ ବଢ଼ିପାରିବୁ ନାହିଁ । ତେବେ ୧୯୮୭ରେ ମିଲିଣ୍ଡା ଟେକ କମ୍ପାନୀ ମାଇକ୍ରୋସଫ୍ଟରେ ଯୋଗଦେବା ପରେ ବିଲ ଗେଟସଙ୍କ ସହ ଦେଖା ହୋଇଥିଲା । ୧୯୯୪ରେ ଉଭୟ ପ୍ରେମ ବିବାହ କରିଥିଲେ । ଆଉ ଏବେ ଦୁହେଁ ଅଲଗା ହେବାକୁ ଯାଉଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ