Masthead

ଚାନ୍ଦବାଲିରେ ଓଡ଼ିଶାର ଦ୍ୱିତୀୟ ହନୁମାନ ବାଟିକା

ଚାନ୍ଦବାଲି(ବଡ଼ ଖବର ବ୍ୟୁରୋ): ଓଡ଼ିଶାରେ ଦ୍ୱିତୀୟ ହନୁମାନ ବାଟିକା । ୧୧ଟି ମୂର୍ତ୍ତିକୁ ନେଇ ପ୍ରତିଷ୍ଠା ହୋଇଛି ଏହି ବିଶାଳ ହନୁମାନ ବାଟିକା । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ତୋଟାପଡ଼ା ପଞ୍ଚାୟତରେ କରାଯାଇଛି ଏହି ବାଟିକା । ଏହା ଓଡ଼ିଶାରେ ଦ୍ୱିତୀୟ ହନୁମାନ ବାଟିକା ହୋଇଥିବା ଜଣାପଡ଼ିଛି । ତେବେ ଆଜିକୁ ତିନି ବର୍ଷ ଧରି ଏହି ମୂର୍ତ୍ତି କାମ ଚାଲି ଆସୁଥିଲା । ଏବେ ଏହା ସମ୍ପୂର୍ଣ୍ଣ ହୋଇଛି ।

ବିଶାଳ ୫୮ଫୁଟ ଉଚ୍ଚର ଏହି ମୂର୍ତ୍ତି ଓଡ଼ିଶାରେ ଦ୍ୱିତୀୟ ବୃହତ୍ତ ମୂର୍ତ୍ତି । କୋଭିଡ଼ ଗାଇଡ଼ଲାଇନ ପାଳନ କରାଯାଇ ଏହାର ପ୍ରତିଷ୍ଠା କରାଯାଇଛି । ତେବେ ଓଡ଼ିଶାରେ ପ୍ରଥମ ବୃହତ୍ତ ହନୁମାନ ବାଟିକା ରହିଛି ରାଉକେଲାରେ । ୭୪ଫୁଟ ୨୨ଇଞ୍ଚ ଲମ୍ବର ଏହି ମୂର୍ତ୍ତିକୁ ୧୯୯୪ ମସିହାରେ ତତକାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଏହାକୁ ଉଦଘାଟନ କରିଥିଲେ । ଭଦ୍ରକ ଚାନ୍ଦବାଲିରେ ପ୍ରତିଷ୍ଠା ହୋଇଥିବା ଏହି ବାଟିକା ଏବେ ଓଡ଼ିଶାରେ ଦ୍ୱିତୀୟ ବୃହତ୍ତମ ହନୁମାନ ବାଟିକା ହୋଇଥିବା ଜଣାପଡ଼ିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ