Masthead

କରୋନା ନେଲାଣି ୨୬୯ ଡାକ୍ତରଙ୍କ ଜୀବନ: ଆଇଏମଏ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କରୋନା ନେଲାଣି ୨୬୯ ଡାକ୍ତରଙ୍କ ଜୀବନ । କରୋନାର ଦ୍ୱିତୀୟ ଲହରିରେ ୨୬୯ ଡାକ୍ତର ସଂକ୍ରମିତ ହୋଇ ମୃତ୍ୟୁ ବରଣ କରିଛନ୍ତି । ବିହାରରେ ସବୁଠାରୁ ଅଧିକ ଡାକ୍ତରଙ୍କ ମୃତ୍ୟୁ ହୋଇଛି । ବିହାରରେ କରୋନାରେ ୭୮ ଡାକ୍ତରଙ୍କ ମୃତ୍ୟୁ ହୋଇଥିବା ବେଳେ ଉତ୍ତରପ୍ରଦେଶରେ ୩୭, ଦିଲ୍ଲୀରେ ୨୮, ଓଡ଼ିଶାରେ ୧୦, ମହାରାଷ୍ଟ୍ରରେ ୧୪ ଓ ଆନ୍ଧ୍ରପ୍ରଦେଶରେ ୨୨ ଡାକ୍ତରଙ୍କ ମୁଣ୍ଡନେଇଛି କରୋନା ।

ତେବେ ୨୦୨୦ରେ କରୋନାର ପ୍ରଥମ ଲହରି ବେଳେ ୭୪୮ଜଣ ଡାକ୍ତରଙ୍କ ମୃତ୍ୟୁ ହୋଇଥିବା ମଧ୍ୟ ସୂଚନା ଦେଇଛି ଆଇଏମଏ । ଆଇଏମଏ ଆହୁରି ମଧ୍ୟ କହିଛି ଯେ, ଏହାର ବାସ୍ତବିକ ସଂଖ୍ୟା ଅଧିକ ହୋଇ ପାରେ ଆଇଏମଏର ସଦସ୍ୟ ଥିବା ୩.୫ଲକ୍ଷ ଡାକ୍ତରଙ୍କ ସଂଖ୍ୟା ବିଷୟରେ ହିଁ ଆମେ ତଥ୍ୟ ଦେଇ ପାରିବୁ । ତେବେ ଦେଶରେ ୧୨ଲକ୍ଷ ଡାକ୍ତର କରୋନା ଲଢେଇରେ ରହି କାର୍ଯ୍ୟ କରୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନିଶାସକ୍ତ ପୁଅର ନୃଶଂସକାଣ୍ଡ, କୋଦାଳରେ ହାଣି ମା’କୁ କଲା ହତ୍ୟା 🔴 କେନାଲ ବନ୍ଧ ସହ ମାଟି ତାଡିନେଲେ ମାଟି ମାଫିଆ 🔴 ଟ୍ରମ୍ପ୍ ଓ ଏଲନ୍ ମସ୍କଙ୍କ ସମ୍ପର୍କରେ ଫାଟ 🔴 ଅବପାତରେ ପରିଣତ ହେଲା ଲଘୁଚାପ 🔴 ସ୍ୱାମୀକୁ ହାଣିଦେଲା ସ୍ତ୍ରୀ 🔴 ଶୀତଳ ଷଷ୍ଠୀ ପାଇଁ ଉତ୍ସବ ମୁଖର ରାଜଧାନୀବାସୀ 🔴 ଆଇସିୟୁରେ ପାକିସ୍ତାନର ଏୟାରବେସ୍ 🔴 ମହାରାଷ୍ଟ୍ର-ମଧ୍ୟପ୍ରଦେଶରେ ମଲ୍ଟି-ଟ୍ରାକିଂ ରେଳ ପ୍ରକଳ୍ପ 🔴 ପୁଣି ମକଡ୍ରିଲ୍, ଏଥର ଏହି ରାଜ୍ୟରେ… 🔴 ଧାନ ଏମଏସପି ୬୯ ଟଙ୍କା ବୃଦ୍ଧି 🔴 ନିଶାସକ୍ତ ପୁଅର ନୃଶଂସକାଣ୍ଡ, କୋଦାଳରେ ହାଣି ମା’କୁ କଲା ହତ୍ୟା 🔴 କେନାଲ ବନ୍ଧ ସହ ମାଟି ତାଡିନେଲେ ମାଟି ମାଫିଆ 🔴 ଟ୍ରମ୍ପ୍ ଓ ଏଲନ୍ ମସ୍କଙ୍କ ସମ୍ପର୍କରେ ଫାଟ 🔴 ଅବପାତରେ ପରିଣତ ହେଲା ଲଘୁଚାପ 🔴 ସ୍ୱାମୀକୁ ହାଣିଦେଲା ସ୍ତ୍ରୀ 🔴 ଶୀତଳ ଷଷ୍ଠୀ ପାଇଁ ଉତ୍ସବ ମୁଖର ରାଜଧାନୀବାସୀ 🔴 ଆଇସିୟୁରେ ପାକିସ୍ତାନର ଏୟାରବେସ୍ 🔴 ମହାରାଷ୍ଟ୍ର-ମଧ୍ୟପ୍ରଦେଶରେ ମଲ୍ଟି-ଟ୍ରାକିଂ ରେଳ ପ୍ରକଳ୍ପ 🔴 ପୁଣି ମକଡ୍ରିଲ୍, ଏଥର ଏହି ରାଜ୍ୟରେ… 🔴 ଧାନ ଏମଏସପି ୬୯ ଟଙ୍କା ବୃଦ୍ଧି