Masthead

ବନ୍ଦ ହେବ ଇସ୍ରାଇଲ ଓ ହମାସ ଗାଜା ଅଞ୍ଚଳରେ ଆକ୍ରମଣ ଓ ପ୍ରତିଆକ୍ରମଣ

(ବଡ଼ ଖବର ବ୍ୟୁରୋ): ଆଜିଠାରୁ ଇସ୍ରାଇଲ ଓ ହମାସ ଗାଜା ଅଞ୍ଚଳରେ ଆକ୍ରମଣ ଓ ପ୍ରତିଆକ୍ରମଣ ବନ୍ଦ ରଖିବେ। ଏ ସମ୍ପର୍କରେ ପାଲେଷ୍ଟିନୀୟ ଇସଲାମିକ ଗୋଷ୍ଠୀ ଏବଂ ଇଜିପ୍ଟ ଟେଲିଭିଜନ ସୂତ୍ରରୁ ଜାଣିବାକୁ ମିଳିଛି। ଏହାଦ୍ୱାରା ଦୀର୍ଘବର୍ଷ ପରେ ଦୁଇପକ୍ଷ ମଧ୍ୟରେ ଚାଲିଥିବା ଲଢ଼େଇ ବନ୍ଦରହିବ ବୋଲି ଆଶା କରାଯାଉଛି। ଇସ୍ରାଇଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ କାର୍ୟ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ଇଜିପ୍ଟ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ ଅନୁଯାୟୀ ତାଙ୍କର ନିରାପତ୍ତା କ୍ୟାବିନେଟ ସର୍ବସମ୍ମତିକ୍ରମେ ଏକ ପାରସ୍ପରିକ ଏବଂ ନିଃସର୍ତ୍ତ ମୋହର ମାରିଛି। ତେବେ ଏହା କେଉଁ ସମୟରୁ କାର୍ୟ୍ୟକାରୀ ହେବ ତାହା ସ୍ଥିର ହୋଇନାହିଁ। ହାମାସ ଓ ଇଜିପ୍ଟ ପକ୍ଷରୁ କୁହାଯାଇଛି ଯେ ଏହି ଯୁଦ୍ଧବିରତି ଗୁରୁବାର ଆନ୍ତର୍ଜାତିକ ସମୟ ରାତି ୯ଟାରୁ ଆରମ୍ଭ ହୋଇଛି।

ଏହାଫଳରେ ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ଗାଜା ଅଞ୍ଚଳରେ ୧୧ ଦିନ ଧରି ଚାଲିଥିବା ସଂଘର୍ଷରେ ପୂର୍ଣ୍ଣଚ୍ଛେଦ ପଡ଼ିବା ଆପାତତଃ ନିଶ୍ଚିତ ହୋଇଛି। ତେବେ ଯୁଦ୍ଧବିରତି ସମୟ ଆରମ୍ଭ ହେବା ପୂର୍ବରୁ ଉଭୟ ପକ୍ଷ ମଧ୍ୟରେ ପୁନଃ ଆକ୍ରମଣ ପ୍ରତିଆକ୍ରମଣ ହୋଇଥିବା ଖବର ମିଳିଛି। ଉଭୟ ପକ୍ଷ ମଧ୍ୟରେ ଚାଲିଥିବା ରକ୍ତପାତ ପରିପ୍ରେକ୍ଷୀରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ବୁଧବାର ଉତ୍ତେଜନା ହ୍ରାସ କରିବାକୁ ନେତାନ୍ୟାହୁଙ୍କୁ ପରାମର୍ଶ ଦେଇଥିଲେ। ଅନ୍ୟପକ୍ଷରେ ଗାଜାରେ ଶାନ୍ତି ପ୍ରତିଷ୍ଠା ପାଇଁ ଇଜିପ୍ଟ, କାତାର ଏବଂ ଜାତିସଂଘ ମଧ୍ୟସ୍ଥତା କରିବାକୁ ପ୍ରସ୍ତାବ ଦେଇଛି ।

 

ଇତିମଧ୍ୟରେ ହାମାସ ସଶସ୍ତ୍ର ଗୋଷ୍ଠୀର ମୁଖପାତ୍ର ଆବୁ ଉବେଇଦା କହିଛନ୍ତି, ଶତ୍ରୁ ପକ୍ଷକୁ କଡ଼ା ଜବାବ ଦେବାକୁ ସେମାନେ ସମର୍ଥ। ଇସ୍ରାଇଲ ଯଦି ଯୁଦ୍ଧ ବିରତି ରାଜିନାମା ଉଲ୍ଲଂଘନ କରେ ଏବଂ ଗାଜା ଉପରେ ପୁନର୍ବାର ଆକ୍ରମଣ କରେ ତେବେ ହାମାସର ରକେଟ ଇସ୍ରାଏଲର ସମସ୍ତ ଅଞ୍ଚଳକୁ ପହଞ୍ଚି ଧ୍ୱସ୍ତବିଧ୍ୱସ୍ତ କରିବାକୁ ସମର୍ଥ। ଗାଜାରେ ଚଳିତ ମଇ ମାସ ୧୦ ତାରିଖରେ ଲଢ଼େଇ ଆରମ୍ଭ ହୋଇଥିବାବେଳେ ସେଥିରେ ୬୫ ଶିଶୁଙ୍କ ସମେତ ୨୩୨ ଜଣ ପାଲେଷ୍ଟାଇନ ନାଗରିକଙ୍କର ମୃତ୍ୟୁ ଘଟିଛି ଏବଂ ୧୯୦୦ରୁ ଅଧିକ ଆହତ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ଅଧିକାରୀମାନେ କହିଛନ୍ତି। ଅନ୍ୟପକ୍ଷରେ ଇସ୍ରାଏଲରେ ୧୨ ଜଣଙ୍କର ପ୍ରାଣହାନି ଘଟିଛି ଏବଂ ଅନେକ ସାଧାରଣ ଲୋକ ଆହତ ହୋଇ ଏବେ ଚିକିତ୍ସିତ ହେଉଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି