Masthead

ଜୁନ ସୁଦ୍ଧା ମିଳିବ ୧୦ କୋଟି ଟିକା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଜୁନରେ ମିଳିବ ୧୦କୋଟି କୋଭିଡ ଟିକା । ଟିକା ମିଳିବା ନେଇ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଜୁନ୍ ମାସରେ ପ୍ରାୟ ୧୦ କୋଟି କୋଭିସିଲ୍ଡ ମାତ୍ରା ତିଆରି କରିବା ସହ ଯୋଗାଣ ପାଇଁ ଏହା ସକ୍ଷମ ବୋଲି ସିରମ୍ ପକ୍ଷରୁ ଆଜି ସ୍ପଷ୍ଟ କରାଯାଇଛି। ଦେଶରେ କୋଭିଡ୍ ଟିକା ଯଥାସମ୍ଭବ ଅଧିକ ମାତ୍ରାରେ ଉପଲବ୍ଧ କରିବା ପାଇଁ କର୍ମଚାରୀମାନେ ଅହରହ କାମ କରୁଛନ୍ତି ବୋଲି ସିରମ୍ ଇନଷ୍ଟିଚ୍ୟୁଟ ତରଫରୁ କୁହାଯାଇଛି । ତେବେ ଆଗାମୀ ଦିନରେ ଦେଶରେ ଜାରି ରହିଥିବା ଗଣଟିକାକରଣ କାର୍ୟ୍ୟକ୍ରମ ଆହୁରି ଦ୍ରୁତ ଓ ବ୍ୟାପକ ହେବ ବୋଲି ଅନୁମାନ କରାଯାଉଛି। ଟିକାକରଣକୁ ବ୍ୟାପକ କରିବା ପାଇଁ ଜୁନ ମାସରେ ୧୨କୋଟି କୋଭିଡ ଟିକା ମିଳିବା ନେଇ ସ୍ଵାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ରାଜ୍ୟରେ ଦେଖାଦେଇଥିବା ଟିକା ଅଭାବ ଦୂରେଇ ଯିବା ସହ ଅଧିକରୁ ଅଧିକ ହିତାଧିକାରୀ ଉପକୃତ ହୋଇପାରିବେ ବୋଲି ଆଶା କରାଯାଉଛି। ସେପଟେ ଶନିବାର ସନ୍ଧ୍ୟା ୭ଟା ସୁଦ୍ଧା ଦେଶରେ ମୋଟ ୨୧.୧୮ କୋଟି ହିତାଧିକାରୀଙ୍କର ଟିକାକରଣ କରାଯାଇଥିବା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସେଥି ମଧ୍ୟରୁ ଟିକାକରଣରେ ଚଳିତ ମାସ ପ୍ରାରମ୍ଭରେ ସାମିଲ ହୋଇଥିବା ୧୮ରୁ ୪୪ ବର୍ଷ ବୟସର ହିତାଧିକାରୀଙ୍କ ଭିତରୁ ୧୪.୧୫ ଲକ୍ଷ ସେମାନଙ୍କର ପ୍ରଥମ ମାତ୍ରା ନେଇଥିବା କେବଳ ଶନିବାର ୯,୦୭୫ ଜଣ ଏହି ବର୍ଗର ହିତାଧିକାରୀ ଦ୍ବିତୀୟ ମାତ୍ରା ନେଇଛନ୍ତି। ସେହିପରି ୯୮.୬୧ ଲକ୍ଷ ସ୍ବାସ୍ଥ୍ୟ କର୍ମୀ ପ୍ରଥମ ମାତ୍ରା ନେଇଥିବା ବେଳେ ୬୭.୭୧ ଲକ୍ଷ ଦ୍ବିତୀୟ ମାତ୍ରା ନେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି