Masthead

ବାଜି ମାରିନେଲେ ଵିରାଟ !

ଆଇପିଏଲ୍ ର ଏକ ରୋମାଞ୍ଚକର ମ୍ୟାଚ ଦେଖିଛନ୍ତି କ୍ରିକେଟ ଲଭର୍ । ଟିମ୍ ରୋହିତକୁ ସଂଘର୍ଷପୂର୍ଣ୍ଣ ମ୍ୟାଚର ସୁପର୍ ଓଭରରେ ଵିରାଟ ଵାହିନୀ ପରାସ୍ତ କରିଛନ୍ତି ।
ହାଇଭୋଲଟେଜ୍ ମ୍ୟାଚର ସୁପର ଓଭରରେ ବାଜି ମାରିନେଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ସୁପର ଓଭରରେ ମୁମ୍ବାଇ ୮ ରନର ଟାର୍ଗେଟ ଦେଇଥିବାବେଳେ ବିରାଟ-ଡିଭିଲିୟର୍ସଙ୍କ ଯୋଡ଼ି ଆରସିବିକୁ ବିଜୟ ମୁକୁଟ ପିନ୍ଧାଇଛନ୍ତି ।

ଟସ୍‍ ଜିତି ମୁମ୍ବଇ ଇଣ୍ଡିଆନ୍‍ସ ଫିଲ୍‍ଡିଂର ନିଷ୍ପତ୍ତି ନେଇଥିଲା। ରୟାଲ୍‍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଦୁଇ ଓପ୍‍ନର ଆରୋନ୍‍ ଫିଞ୍ଚ୍‍ ଓ ଦେବଦତ୍ତ ପାଡିକଲ ଚମତ୍କାର ଭାବେ ଇନିଂସ ଆରମ୍ଭ କରିଥିଲେ। ଏହି ଦୁଇ ଓପନରଙ୍କ ଶତକୀୟ ଭାଗିଦାରୀ ଏବଂ ଡିଭିଲିୟର୍ସଙ୍କ ଵିସ୍ଫୋରକ ବ୍ୟାଟିଂ ମ୍ୟାଚକୁ ଶେଷ ଓଭର ଯାଏଁ ନେଇଥିଲା । ଫଳରେ ବିରାଟ ବାହିନୀ ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ସାମ୍ନାରେ ୨୦୨ର ବିଶାଳ ସ୍କୋର ଛିଡ଼ା କରିଥିଲା । ୨୦୨ ରନ୍‍ ଟାର୍ଗେଟ ନେଇ ମୁମ୍ବଇ ଇଣ୍ଡିଆନ୍‍ସ ଇନିଂସ ଆରମ୍ଭ କରି ମ୍ୟାଚକୁ ଟାଇ କରିଥିଲା । ଏହାପରେ ସୁପର ଓଭରରେ ମୁମ୍ବଇ ୧ ୱିକେଟରେ ୭ ରନ୍ କରିଥିଲା। ସୁପର ଓଭରରେ ବିରାଟ-ଡିଭିଲିୟର୍ସଙ୍କ ଯୋଡ଼ି ଶେଷ ବଲ​ରେ ଆରସିବିକୁ ବିଜୟୀ କରି ବାଜି ମାରିନେଲେ ।
ବିରାଟ ବାହିନୀ ଦ୍ୱିତୀୟ ବିଜୟ ହାସଲ କରି ପଏଣ୍ଟ ଟେବୁଲ ତାଲିକାରେ ପୁଣି ୨ ପଏଣ୍ଟ ଯୋଡିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା