ବାଜି ମାରିନେଲେ ଵିରାଟ !

ଆଇପିଏଲ୍ ର ଏକ ରୋମାଞ୍ଚକର ମ୍ୟାଚ ଦେଖିଛନ୍ତି କ୍ରିକେଟ ଲଭର୍ । ଟିମ୍ ରୋହିତକୁ ସଂଘର୍ଷପୂର୍ଣ୍ଣ ମ୍ୟାଚର ସୁପର୍ ଓଭରରେ ଵିରାଟ ଵାହିନୀ ପରାସ୍ତ କରିଛନ୍ତି ।
ହାଇଭୋଲଟେଜ୍ ମ୍ୟାଚର ସୁପର ଓଭରରେ ବାଜି ମାରିନେଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ସୁପର ଓଭରରେ ମୁମ୍ବାଇ ୮ ରନର ଟାର୍ଗେଟ ଦେଇଥିବାବେଳେ ବିରାଟ-ଡିଭିଲିୟର୍ସଙ୍କ ଯୋଡ଼ି ଆରସିବିକୁ ବିଜୟ ମୁକୁଟ ପିନ୍ଧାଇଛନ୍ତି ।

ଟସ୍‍ ଜିତି ମୁମ୍ବଇ ଇଣ୍ଡିଆନ୍‍ସ ଫିଲ୍‍ଡିଂର ନିଷ୍ପତ୍ତି ନେଇଥିଲା। ରୟାଲ୍‍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଦୁଇ ଓପ୍‍ନର ଆରୋନ୍‍ ଫିଞ୍ଚ୍‍ ଓ ଦେବଦତ୍ତ ପାଡିକଲ ଚମତ୍କାର ଭାବେ ଇନିଂସ ଆରମ୍ଭ କରିଥିଲେ। ଏହି ଦୁଇ ଓପନରଙ୍କ ଶତକୀୟ ଭାଗିଦାରୀ ଏବଂ ଡିଭିଲିୟର୍ସଙ୍କ ଵିସ୍ଫୋରକ ବ୍ୟାଟିଂ ମ୍ୟାଚକୁ ଶେଷ ଓଭର ଯାଏଁ ନେଇଥିଲା । ଫଳରେ ବିରାଟ ବାହିନୀ ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ସାମ୍ନାରେ ୨୦୨ର ବିଶାଳ ସ୍କୋର ଛିଡ଼ା କରିଥିଲା । ୨୦୨ ରନ୍‍ ଟାର୍ଗେଟ ନେଇ ମୁମ୍ବଇ ଇଣ୍ଡିଆନ୍‍ସ ଇନିଂସ ଆରମ୍ଭ କରି ମ୍ୟାଚକୁ ଟାଇ କରିଥିଲା । ଏହାପରେ ସୁପର ଓଭରରେ ମୁମ୍ବଇ ୧ ୱିକେଟରେ ୭ ରନ୍ କରିଥିଲା। ସୁପର ଓଭରରେ ବିରାଟ-ଡିଭିଲିୟର୍ସଙ୍କ ଯୋଡ଼ି ଶେଷ ବଲ​ରେ ଆରସିବିକୁ ବିଜୟୀ କରି ବାଜି ମାରିନେଲେ ।
ବିରାଟ ବାହିନୀ ଦ୍ୱିତୀୟ ବିଜୟ ହାସଲ କରି ପଏଣ୍ଟ ଟେବୁଲ ତାଲିକାରେ ପୁଣି ୨ ପଏଣ୍ଟ ଯୋଡିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!