Masthead

ଅକ୍ଟୋବରରେ କରୋନାର ତୃତୀୟ ଲହର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କରୋନାର ତୃତୀୟ ଲହରକୁ ନେଇ ଦେଶରେ ଲାଗିରହିଛି କଳ୍ପନାଜଳ୍ପନା । ତୃତୀୟ ଲହରକୁ ମାତ୍ ଦେବା ପାଇଁ କେନ୍ଦ୍ର ଓ ରାଜ୍ୟସରକାରମାନେ ଜୋରଦାର ପ୍ରସ୍ତୁତ ଚଳାଇଛନ୍ତି । ଏହାରି ଭିତରେ ଆସିଛି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ବିଦେଶୀ ଗଣମାଧ୍ୟମ ରୟଟର କହିଛି କରୋନାର ତୃତୀୟ ଲହର ଭାରତରେ ଅକ୍ଟୋବରରେ ଆସିପାରେ । ବିଶ୍ୱର ୪୦ଜଣ ସ୍ୱାସ୍ଥ୍ୟ ବିଶେଷଜ୍ଞ, ଡାକ୍ତର, ବୈଜ୍ଞାନିକ, ପ୍ରଫେସର ପ୍ରଭୃତିକୁ ନେଇ ହୋଇଥିବା ସର୍ଭେ ରିପୋର୍ଟକୁ ଉଦ୍ଧାର କରି ରଏଟର ଏଭଳି ସୂଚନା ଦେଇଛି । କରୋନାର ଦ୍ୱିତୀୟ ଲହର ବେଳେ ଦେଖାଦେଇଥିବା ସମସ୍ୟା ସମାଧାନ ହୋଇଯାଇଛି । ପର୍ଯ୍ୟାପ୍ତ କୋଭିଡି ହସ୍ପିଟାଲ, ଅକ୍ସିଜେନ୍ ଯୋଗାଣ, ଭ୍ୟାକ୍ସିନ୍ ଓ ଅନ୍ୟାନ୍ୟ ଡାକ୍ତରୀ ସରଞ୍ଜାମ ଦେଶରେ ଆଉ ଅଭାବ ନାହିଁ । ଏହି କାରଣରୁ ତୃତୀୟ ଲହର ନିୟନ୍ତ୍ରଣରେ ସମସ୍ୟା ହେବ ନାହିଁ ବୋଲି ଦେଶର ୭୦ପ୍ରତିଶତ ଲୋକଙ୍କ ବିଶ୍ୱାସ କରୁଛନ୍ତି ।

ରୟଟର ପକ୍ଷରୁ ହୋଇଥିବା ଏହି ସର୍ଭେରେ ସଦସ୍ୟଥିବା ନୂଆଦିଲ୍ଲାୀ ଏମ୍ସର ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ କହିଛନ୍ତି ଦେଶରେ ସମୂହ ଟିକାକରଣ ଜୋରଦାର ଚାଳିଥିବାରୁ ତୃତୀୟ ଲହର ସେଭଳି ପ୍ରଭାବ ପକାଇପାରିବ ନାହିଁ । ତୃତୀୟ ଲହରକୁ ନିୟନ୍ତ୍ରଣ କରିବା ଅତି ସହଜ ହେବ । ସର୍ଭେରେ ଭାଗ ନେଇଥିବା ୮୫ ପ୍ରତିଶତ ବିଶେଷଜ୍ଞ କହିଛନ୍ତି ଆସନ୍ତା ଅକ୍ଟେବରରେ ତୃତୀୟ ଲହର ଭାରତରେ ହିଟ୍ କରିବ । ସର୍ଭେରେ ଅଂଶଗ୍ରହଣ କରିଥିବା ୩ଜଣ ବିଶେଷଜ୍ଞ କହିଛନ୍ତି ଭାରତରେ କରୋନାର ତୃତୀୟ ଲହର ଅଗଷ୍ଟ ୧୨ରୁ ସେପ୍ଟେମ୍ବର ମଧ୍ୟରେ ଆସିପାରେ । ଆଉ ୩ଜଣ ବିଶେଷଜ୍ଞ କହିଛନ୍ତି ତୃତୀୟ ଲହର ନଭେମ୍ବର ଓ ୨୦୨୧ ଫେବୃୟାରୀ ମଧ୍ୟରେ ଆସିପାରେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା