Masthead

ସ୍ୱାମୀ କାଟିଦେଲା ସ୍ତ୍ରୀର ଗଳା, ଜାଣନ୍ତୁ କାହିଁକି..

ଜଟଣୀ (ବଡ଼ ଖବର ବ୍ୟୁରୋ) : ଚରିତ୍ରକୁ ସନ୍ଦେହ କରି ମହିଳାଙ୍କୁ ହତ୍ୟା । ଜଟଣୀ ଥାନାର ପାଇକରାପୁର ଅଞ୍ଚଳରେ ଘଟିଛି ଏଭଳି ଦୁଃଖଦ ଘଟଣା। ପୂଜା ମଲ୍ଲିକଙ୍କୁ ତାଙ୍କ ସ୍ବାମୀ ସୁକାନ୍ତ ମଲ୍ଲିକ ଏକ ଛୁରୀ ସାହାଯ୍ୟରେ ଗଳା କାଟି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପୂଜାଙ୍କ ଝିଅ। ପୂଜାଙ୍କୁ ଗତ ୧୩ ବର୍ଷ ତଳେ ସୁକାନ୍ତ ପ୍ରେମ ବିବାହ କରିଥିଲେ।

ସଂସାର ଠିକ ଚାଲିଥିବା ବେଳେ ସୁକାନ୍ତ ସ୍ତ୍ରୀର ଚରିତ୍ରକୁ ନେଇ ସନ୍ଦେହ କରିଥିଲେ । ଏଥିପାଇଁ ଉଭୟଙ୍କ ମଧ୍ୟରେ ପ୍ରତ୍ୟେକ ଦିନ ଝଗଡା ଲାଗିରହିଥିଲା। । ୩ ମାସ ତଳେ ପୂଜା ଘର ଛାଡି ଚାଲିଯାଇଥିଲେ । ଏନେଇ ସ୍ୱାମୀ ଜଟଣୀ ଥାନାରେ ଏତଲା ଦେଇଥିଲେ । ପରେ ପୂଜା ଘରକୁ ପୁଣି ଫେରିଆସିଥିଲେ । କିନ୍ତୁ ୩ ଦିନ ହେବ ଝଗଡା ଉଗ୍ର ରୂପ ନେଲା । ସ୍ୱାମୀ ସ୍ତ୍ରୀକୁ ଛୁରୀରେ ଗଳା କାଟି ହତ୍ୟା କରିବା ପରେ ଜଟଣୀ ଥାନାରେ ଆତ୍ମସମର୍ପଣ କରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ