Masthead

୫୭ ବର୍ଷରେ ମାଟ୍ରିକ୍ ପାସ କଲେ ମହିଳା

ଭଦ୍ରକ (ବଡ଼ ଖବର ବ୍ୟୁରୋ): କଥାରେ ଅଛି ପାଠ ପଢ଼ିବାର କୌଣସି ବୟସ ସୀମା ନଥାଏ । ଏହି କଥାକୁ ସତ ପ୍ରମାଣ କରିଛନ୍ତି ଜଣେ ୫୭ ବର୍ଷିୟା ଆଶା କର୍ମୀ । ୫୭ ବର୍ଷ ବୟସରେ ମାଟ୍ରିକ୍ ପରୀକ୍ଷାରେ ପାସ କରି ସାରା ରାଜ୍ୟରେ ଚର୍ଚ୍ଚାକୁ ଆସିଛନ୍ତି ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ କଂଟି ଗାଁର ସ୍ୱର୍ଣ୍ଣଲତା ପତି ।

ସ୍ୱର୍ଣ୍ଣଲତା ସପ୍ତମ ଶ୍ରେଣୀ ପାସ୍ କରି ଗାଁ ସ୍କୁଲରେ ଅଳ୍ପ ଦରମାରେ କାମ କରୁଥିଲେ । ପରେ ୨୦୦୫ ମସିହାରେ ନିଜ ଗାଁରେ ଆଶା ଦିଦି ଚାକିରୀ ପାଇ ବେଶ ଖୁସିଥିଲେ । କିନ୍ତୁ ପାଠ ପ୍ରତି ତାଙ୍କର ବହୁତ ଆଗ୍ରହ ଥିଲା । ଏମିତି କି ପାଠର ମହତ୍ତ୍ୱ ବି ଠିକ୍ ବୁଝିଥିଲେ । ସେଥିପାଇଁ ସେ ତାଙ୍କ ପିଲାମାନଙ୍କୁ ପୋଷ୍ଟ ଗ୍ରାଜୁଏଟ କରିବାରେ ସମର୍ଥ ହୋଇଥିଲେ ।

୨୭ ବର୍ଷ ବୟସରେ ସ୍ୱାମୀଙ୍କୁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଥିବା ସ୍ୱର୍ଣ୍ଣଲତା ନିଜ ଉଦ୍ୟମରେ ଦୁଇ ଦୁଇଥର ଜିଲ୍ଲାସ୍ତରରେ ଆଶା ଦିଦି ଭାବେ ପୁରସ୍କୃତ ମଧ୍ୟ ହୋଇଛନ୍ତି । ପରିବାର ଦାୟୀତ୍ୱ ଏବଂ ଚାକିରି, ଏହାରି ଭିତରେ ଏକ ସମନ୍ୱୟ ରଖି ପାଠ ପଢ଼ି ଚାଲିଥିଲେ। ଆଉ ଶେଷରେ ତାଙ୍କୁ ସଫଳତା ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼