Masthead

ମହାକାଶ ଯିବେ ଭାରତୀୟ ମହିଳା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ମହାକାଶକୁ ଯିବେ ଆଉ ଜଣେ ଭାରତୀୟ ମହିଳା । କଳ୍ପନା ଚାଓ୍ବଲା ଓ ସୁନୀତା ଓ୍ବିଲିଅମ୍ସଙ୍କ ପରେ ଶିରିଶା ମହାକାଶ ଯାତ୍ରା କରିବେ। ଭର୍ଜିନ୍ ଗାଲାକ୍ଟିକର ମାଲିକ ତଥା ଶିଳ୍ପପତି ରିଚାର୍ଡ ବ୍ରାନସନ ତାଙ୍କର ପ୍ରଥମ ମହାକାଶ ଯାତ୍ରା ସମ୍ପର୍କରେ ଘୋଷଣା କରିଛନ୍ତି। ରିଚାର୍ଡ ଜୁଲାଇ ୧୧ରେ ମହାକାଶ ଯାତ୍ରା ଆରମ୍ଭ କରିବେ। ତେବେ ତାଙ୍କ ସହ ଏହି ମହାକାଶ ଯାତ୍ରାରେ ଶିରିଶା ମଧ୍ୟ ରହିବେ। ରିଚାର୍ଡ ବ୍ରାନସନଙ୍କ ପାଞ୍ଚ ଜଣ ମହାକାଶଚାରୀଙ୍କ ମଧ୍ୟରୁ ଭାରତରେ ଜନ୍ମ ଗ୍ରହଣ କରିଥିବା ଶିରିଶା ବାନ୍ଦଲା ଅନ୍ୟତମ । ଶିରିଶା ଭର୍ଜିନ ଗାଲାକ୍ଟିକ୍ କମ୍ପାନୀରେ ସରକାରୀ ବ୍ୟାପାର ଓ ରିସର୍ଚ୍ଚ ଅପରେସନ ବିଭାଗର ଉପସଭାପତି ଭାବେ କାର୍ଯ୍ୟ କରୁଛନ୍ତି।

ମାତ୍ର ୬ବର୍ଷ ମଧ୍ୟରେ ସିରିଶା ଭର୍ଜିନ୍ ଗାଲାକ୍ଟିକରେ ଏଭଳି ବରିଷ୍ଠ ପଦ ହାସଲ କରିଛନ୍ତି । ଶିରିଶା ମହାକାଶକୁ ଯିବାର ଖବର ଆସିବା ମାତ୍ରେ ସୋସିଆଲ ମିଡିଆରେ ତାଙ୍କୁ ଅଭିନନ୍ଦନ ଜଣାଇଥିବା ଲୋକଙ୍କ ଭିଡ ଜମିଛି। ଲୋକମାନେ ସେମାନଙ୍କୁ ଭାରତ, ଆନ୍ଧ୍ରପ୍ରଦେଶ, ଗୁଣ୍ଟୁର ସହିତ ଯୋଡି ହୋଇ ଗର୍ବିତ ଅନୁଭବ କରୁଛନ୍ତି । ଶିରିଶା ଆନ୍ଧ୍ରପ୍ରଦେଶର ଗୁଣ୍ଟୁରରେ ଜନ୍ମଗ୍ରହଣ କରିଛନ୍ତି। ଶିରିଶା ସେପସ୍ ବିଜ୍ଞାନରେ ଉଚ୍ଚତ୍ତର ଶିକ୍ଷା ପାଇବା ପରେ ଜର୍ଜେଟାଉନ୍ ବିଶ୍ୱବିଦ୍ୟାଳୟରୁ ଏମବିଏ ଡିଗ୍ରୀ ହାସଲ କରିଥିଲେ। ଶିରିଶା ବର୍ତ୍ତମାନ ୱାଶିଂଟନ୍ ଅପରେସନର ଭର୍ଜିନ୍ ଅର୍ବିଟ ଦାୟିତ୍ବରେ ଅଛନ୍ତି । ଶିରିଶା ଉତ୍ତର ଆମେରିକାର ତେଲୁଗୁ ଆସୋସିଏସନ୍ ସହିତ ମଧ୍ୟ ଜଡିତ। ଏହା ଉତ୍ତର ଆମେରିକାର ସର୍ବ ପୁରାତନ ଏବଂ ବୃହତ୍ତମ ଇଣ୍ଡୋ-ଆମେରିକୀୟ ସଂଗଠନ । କିଛି ବର୍ଷ ପୂର୍ବେ, ଶିରିଶାଙ୍କୁ ୟୁଥ୍ ଷ୍ଟାର୍ ପୁରସ୍କାରରେ ଆମେରିକା ସରକାର ସମ୍ମାନିତ କରିଥିଲେ। ଏଥିସହ ଶିରିଶା ଆମେରିକୀୟ ଜ୍ୟୋତିର୍ବିଜ୍ଞାନ ସୋସାଇଟି ଏବଂ ଫ୍ୟୁଚର ସ୍ପେସ୍ ଲିଡର୍ସ ଫାଉଣ୍ଡେସନର ନିର୍ଦ୍ଦେଶକ ବୋର୍ଡରେ ଅଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼