Masthead

ପ୍ରଧାନମନ୍ତ୍ରୀଙ୍କୁ କେଜ୍ରିୱାଲଙ୍କ ଚିଠି: ଡାକ୍ତରଙ୍କୁ ମିଳୁ ଭାରତ ରତ୍ନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଚଳିତ ବର୍ଷ ଭାରତ ରତ୍ନ ଡାକ୍ତରମାନଙ୍କକୁ ଦେବା ପାଇଁ ସେ ଚିଠିରେ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି । ଏହାସହ ସେ କହିଛନ୍ତି, ମହାମାରୀ କରୋନା କାଳରେ ଅନେକ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ସେମାନଙ୍କ ଜୀବନ ଉତ୍ସର୍ଗୀକୃତ କରିଛନ୍ତି । ତେଣୁ ଚଳିତବର୍ଷ ଭାରତ ରତ୍ନ ଏହିଭଳି ଡାକ୍ତରମାନଙ୍କୁ ଦିଆଯାଉ । ଏହାସହ ସେ ପତ୍ରରେ ଉଲ୍ଲେଖ କରିଛନ୍ତି, ଯଦି ଏଭଳି ଡାକ୍ତରମାନଙ୍କୁ ନିୟମ ଅନୁସାରେ ନମିଳେ, ତେବେ ସରକାର ଏହି ନିୟମକୁ ବଦଳାନ୍ତୁ । ଡାକ୍ତରଙ୍କୁ ଧନ୍ୟବାଦ ଦେବା ପାଇଁ ଏହା ହେଉଛି ଶ୍ରେଷ୍ଠ ମାଧ୍ୟମ ।

ସାରା ଦେଶ ଚାହୁଁଛି, ଚଳିତ ବର୍ଷ ଭାରତ ରତ୍ନ ଭାରତୀୟ ଡାକ୍ତରମାନଙ୍କୁ ଦିଆଯାଉ । ଏହାସହ ସେ କହିଛନ୍ତି, ମୋର ତାତ୍ପର୍ଜ୍ୟ କୌଣସି ବ୍ୟକ୍ତି ବିଶେଷଙ୍କ ପାଇଁ ନୁହେଁ, ଦେଶର ସମସ୍ତ ଡାକ୍ତର, ନର୍ସ ଓ ପାରାମେଡ଼ିକାଲର ସମସ୍ତ କର୍ମଚାରୀଙ୍କୁ ଏହି ସମ୍ମାନ ମିଳିବା ଦରକାର । ମହାମାରୀ କରୋନାରେ ଅନେକ ଡାକ୍ତର ଓ ନର୍ସ ନିଜର ଜୀବନ ହାରିଛନ୍ତି । ତେଣୁ ତାଙ୍କୁ ଏହି ସମ୍ମାନ ପ୍ରକୃତ ଶ୍ରଦ୍ଧାଞ୍ଜଳୀ ହେବ । କେଜ୍ରିୱାଲ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରି କହିଛନ୍ତି, ସେମାନଙ୍କୁ ଭାରତ ରତ୍ନ ଦେବା ସମସ୍ତ ଭାରତୀୟଙ୍କ ପାଇଁ ଖୁସିର କଥା ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼