Masthead

ଅଶ୍ୱିନୀଙ୍କୁ ରେଳ, ଧର୍ମେନ୍ଦ୍ରଙ୍କୁ ଶିକ୍ଷା ବିଭାଗ ଦାୟିତ୍ଵ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟରୋ): ନୂଆ ମନ୍ତ୍ରିମଣ୍ଡଳରେ ଓଡ଼ିଶାର ସାଂସଦ ଅଶ୍ୱୀନ ବୈଷ୍ନବଙ୍କୁ ରେଳ ଓ ଆଇଟି ମନ୍ତ୍ରାଳୟ ଦାୟିତ୍ୱ ମିଳିଛି । ସେହିପରି ନୂଆ କରି ତିଆରି ହୋଇଥିବା ମିନିଷ୍ଟ୍ରୀ ଅଫ୍ କୋଅପରେସନର ଦାୟିତ୍ୱ ଦିଆଯାଇଛି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ। ସେହିପରି ସ୍ୱାସ୍ଥ୍ୟ ବିଭାଗ ଦାୟିତ୍ୱ ମନସୁଖ ମାଣ୍ଡଭିୟଙ୍କୁ ଦିଆଯାଇଛି । ମନସୁଖ ମାଣ୍ଡଭିୟ ଗୁଜରାଟର ରାଜ୍ୟସଭା ସାଂସଦ। ସେହିପରି ପୀୟୂଷ ଗୋୟେଲ ହେଲେ ଟେକ୍ସଟାଇଲ୍ ମନ୍ତ୍ରୀ ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିଭାଗ ବଦଳିଛି। ୨୦୧୪ରୁ ମୋଦି ସରକାରରେ ପେଟ୍ରୋଲିୟମ ବିଭାଗରେ ଥିବା ଏହି ମନ୍ତ୍ରୀଙ୍କୁ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରାଳୟ ଦାୟିତ୍ୱ ଦିଆଯାଇଛି। ପୀୟୂଷ ଗୋୟେଲଙ୍କୁ ବୟନ ଶିଳ୍ପ ମନ୍ତ୍ରାଳୟ, ସ୍ମୃତି ଇରାନୀଙ୍କୁ ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ, ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଦାୟିତ୍ୱ ଦିଆଯାଇଛି। ଏହାସହ ହରଦୀପ ପୁରୀଙ୍କୁ ନଗର ଉନ୍ନୟନ ମନ୍ତ୍ରାଳୟ ଦାୟିତ୍ୱ ଦେଇଛନ୍ତି ସରକାର।

ଦିଲ୍ଲୀର ସାଂସଦ ମୀନାକ୍ଷୀ ଲେଖିଙ୍କୁ ବିଦେଶ ବିଭାଗର ରାଷ୍ଟ୍ରମନ୍ତ୍ରୀ। ବିଦେଶ ରାଷ୍ଟ୍ରମନ୍ତ୍ରୀ ସହ ସଂସ୍କୃତି ବିଭାଗ ସମ୍ଭାଳିବେ ମୀନାକ୍ଷୀ ଲେଖୀ। ପୁରଷୋତ୍ତମ ରୁପାଲାଙ୍କୁ ମତ୍ସ୍ୟ ଓ ଗୋପାଳନ ମନ୍ତ୍ରାଳୟ ଦାୟିତ୍ୱ ମିଳିଛି । ଅନୁରାଗ ଠାକୁରଙ୍କୁ ଯୁବ ଓ କ୍ରୀଡ଼ା ମନ୍ତ୍ରାଳୟ ଦାୟିତ୍ୱ ମିଳିଛି। କିରଣ ରିଜଜୁଙ୍କୁ ସଂସ୍କୃତି ମନ୍ତ୍ରାଳୟ ଦାୟିତ୍ୱ ଦିଆଯାଇଛି। ସେହିପରି ଯୁବ ଓ କ୍ରୀଡ଼ା ସହ ସୂଚନା ସହିତ ସୂଚନା ପ୍ରସାରଣ ମନ୍ତ୍ରାଳୟ ଦାୟିତ୍ୱ ଥିଲା ପ୍ରକାଶ ଜାଭଡେକରଙ୍କ ପାଖରେ। ଯିଏକି ନୂଆ ମନ୍ତ୍ରିମଣ୍ଡଳରେ ସାମିଲ ହୋଇନାହାନ୍ତି। ଏଲଜେପି ସାଂସଦ ପଶୁପତି କୁମାର ପାରସଙ୍କୁ ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରାଳୟ ମିଳିଥିବା ବେଳେ ଭୂପେନ୍ଦ୍ର ଯାଦବଙ୍କୁ ଶ୍ରମ ଓ ପରିବେଶ ମନ୍ତ୍ରାଳୟ ଦାୟିତ୍ୱ ଦିଆଯାଇଛି।

ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ୱାଲଙ୍କୁ ଆୟୁଷ, ବନ୍ଦର, ଜାହାଜ ପରିବହନ ଦାୟିତ୍ୱ, ନାରାୟଣ ରାଣେଙ୍କୁ ଏମଏସଏମଇ ମନ୍ତ୍ରାଳୟ ଦାୟିତ୍ୱ, ଏହା ପୂର୍ବରୁ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀଙ୍କ ପାଖରେ ଥିଲା। ଏହା ଅତିରିକ୍ତ ଭାବରେ ଗଡ଼କରୀଙ୍କ ପାଖରେ ଥିବାରୁ ଏବେ ଏମଏସଏମଇ ବିଭାଗ ନାରାୟଣ ରାଣେଙ୍କୁ ଦିଆଯାଇଛି। ପୂର୍ବରୁ ଏହି ବିଭାଗର ରାଷ୍ଟ୍ରମନ୍ତ୍ରୀ ଥିଲେ ପ୍ରତାପ ଷଡ଼ଙ୍ଗୀ। ପ୍ରତାପ ଷଡ଼ଙ୍ଗୀ ନୂଆ ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିଛନ୍ତି। ସେହିପରି ମୟୂରଭଞ୍ଚର ସାଂସଦ ବିଶ୍ୱେଶ୍ୱର ଟୁଡୁଙ୍କୁ ଜଳଶକ୍ତି ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ସହ ଜଳଶକ୍ତି ସହ ଆଦିବାସୀ ମନ୍ତ୍ରାଳୟର ଦାୟିତ୍ୱ ଦିଆଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି