Masthead

ଆସିବ ନୂଆ ଗାଇଡଲାଇନ !

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଗୁରୁବାର ଆସିବ ନୂଆ ଗାଇଡଲାଇନ । ଆଂଶିକ ଲକଡାଉନ୍ ସରିବାକୁ ଆଉ ମାତ୍ର ଗୋଟିଏ ଦିନ ରହିଲା । । ଗୁରୁବାର ରାଜ୍ୟ ସରକାର ଘୋଷଣା କରିବେ ନୂଆ ଗାଇଡଲାଇନ୍ । ତେବେ କ’ଣ ହେବ ନୂଆ ଗାଇଡଲାଇନ । କ’ଣ ଖୋଲିବ, କ’ଣ ବନ୍ଦ ରହିବ । ଅନଲକ୍ ହୋଇପାରେ ୨୫ ଜିଲ୍ଲା। ରାଜ୍ୟରେ କରୋନା ସଂକ୍ରମଣ କମିଥିଲେ ବି ଖୋର୍ଦ୍ଧା, କଟକ, ବାଲେଶ୍ବର, ମୟୁରଭଞ୍ଜ ଓ ପୁରୀ ସ୍ଥିତି ଏବେ ଚିନ୍ତା ଜନକ ରହିଛି । ପୁରୀ, କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ କମୁନଥିବାରୁ ସରକାରଙ୍କ ଫୋକସରେ ରହିଛି ଏହି ଜିଲ୍ଲା ।

ସେହିଭଳି ବାଲେଶ୍ବର ଓ ମୟୁରଭଞ୍ଜରେ ପଜିଟିଭିଟି ରେଟ୍ ଅଧିକ ରହୁଥିବାରୁ ଏହି ଦୁଇ ଜିଲ୍ଲାରେ ବଳବତ୍ତର ରହିପାରେ କଟକଣା । ଗଲା ୧୪ ଦିନ ଭିତରେ ରାଜ୍ୟରେ ଦୈନିକ ସଂକ୍ରମଣ ଢ଼େର୍ କମିଛି । ଜୁଲାଇ ୧ରେ ପଜିଟିଭିଟି ରେଟ୍ ୪.୧୭ ଥିବା ବେଳେ ୧୪ ତାରିଖ ବେଳକୁ ଏହା ହ୍ରାସ ପାଇ ୨.୯୯ ପ୍ରତିଶତରେ ପହଞ୍ଚିଛି । ପୂର୍ବଭଳି ଏସବୁ ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନ୍, ନାଇଟ୍ କର୍ଫ୍ୟୁ ବଳବତ୍ତର ରହିପାରେ । ଦୋକାନ ଖୋଲିବା ସମୟକୁ ଆଉ ଟିକେ ବଢ଼ାଇପାରନ୍ତି ସରକାର । କେସ୍ ଲୋଡ୍, ପଜିଟିଭ୍ ରେଟ୍, କୋଭିଡ୍ ଗାଇଡ୍ଲାଇନ୍ ଅନୁପାଳନକୁ ନଜରରେ ରଖି ଅନଲକ୍ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ । ପଜିଟିଭିଟି ରେଟ୍ ୫ପ୍ରତିଶତ ତଳେ ଥିବା ଜିଲ୍ଲାଗୁଡ଼ିକରେ ମଲ, ପାର୍ଲର, ସ୍ପା, ସାଲୁନ୍, ଜିମ୍, ସୁଇମିଂ ପୁଲ ଓ ବସ୍ ଚଳାଚଳକୁ କୋଭିଡ୍ କଟକଣା ସହ ଖୋଲିବାକୁ ଅନୁମତି ଦେଇପାରନ୍ତି ସରକାର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ