Masthead

କଲବଲ କରୁଛି କରୋନା

ଭୁବନେଶ୍ୱର (ବଡଖବର ବ୍ୟୁରୋ): କେନା ମେଲାଉଛି କରୋନା । ଦିନକୁ ଦିନ କାୟା ବିସ୍ତାର କରିବାକୁ ବସିଲାଣି ମହାମାରୀ । ସାରା ବିଶ୍ୱରେ ଏବେ କରୋନା ଆତଙ୍କ ଖେଳାଇଥିବା ବେଳେ ଓଡିଶାରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଦେଶରେ ଏବେ ୬୩ ଲକ୍ଷରୁ ଉଦ୍ଧ୍ୱର୍ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଓଡିଶାରେ ୨ ଲକ୍ଷରୁ ଅଧିକ ଲୋକ ମହାମାରୀର ଶିକାର ହୋଇସାରିଲେଣି । କରୋନା କବଳରେ କବଳିତ ଲୋକଙ୍କୁ କାମ ଧନ୍ଦା ମିଳୁନଥିବାର ଦୃଶ୍ୟ ମଧ୍ୟ ନଜରକୁ ଆସୁଛି । ସରକାର ଏବଂ ଗଣମାଧ୍ୟମ ବିଭିନ୍ନ ପ୍ରକାର ସଚେତନ ବାର୍ତ୍ତା ଦେଉଥିଲେ ସୁଦ୍ଧା ଗାଁ ଗହଳିରେ ଏହାର ପ୍ରଭାବ ଠିକସେ ପଡୁନଥିବା ମଧ୍ୟ ଦେଖିବାକୁ ମିଳୁଛି ।

ସରକାରଙ୍କ ନିର୍ଦ୍ଦେଶ ପରେ ଏବେ ସ୍ୱାସ୍ଥ୍ୟକର୍ମୀମାନେ ଗାଁ ଗାଁ ବୁଲି କରୋନା ଟେଷ୍ଟ କରୁଛନ୍ତିି । ପୂର୍ବ ଅପେକ୍ଷା ଏବେ ପଟିଟିଭ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଏଯାବତ କରୋନା ଟିକା ବାହାରି ନଥିବା ଲୋକଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ସେପଟେ ସାମାନ୍ୟ ଥଣ୍ଡା ଜ୍ୱର ଥିଲେ ମଧ୍ୟ ରିପୋର୍ଟ ପଟିଟିଭି ଆସୁଥିବା ଲୋକଙ୍କ ଚିନ୍ତାର ବିଷୟ ପାଲଟିଛି । ପ୍ରଥମରୁ କରୋନାକୁ ନେଇ ଲୋକଙ୍କ ମନରେ ସୃଷ୍ଠି ହୋଇଥିବା ଭୁଲ ଧାରଣା ଏବେ ମଧ୍ୟ ରହିଥିବା ଶୁଣିବାକୁ ମିଳୁଛି । ଗାଁରେ ଯଦି କାହାର ରିପୋର୍ଟ ପଟିଟିଭ ଆସିଛି ତେବେ ଲୋକେ ତାଙ୍କୁ ଘୃଣା କରୁଥିବାର ଦୃଶ୍ୟ ମଧ୍ୟ ନଜରକୁ ଆସୁଛି ।

ପଜିଟିଭ ଆସିଥିବା ଲୋକଙ୍କ ପରିବାର ସହ ମଧ୍ୟ ଲୋକେ ମିଶିବାକୁ ଘୃଣା କରୁଛନ୍ତି । ରିପୋର୍ଟ ନେଗେଟିଭ ଆସିବା ପରେ ମଧ୍ୟ ଲୋକେ ମିଶୁ ନାହାଁନ୍ତି । ଗରିବ ଲୋକଙ୍କ କ୍ଷେତ୍ରରେ ଏଭଳି ଘଟଣା ଅଧିକ ଘଟୁଛି । ଏମିତିକି ସେମାନଙ୍କ କାମ ଧନ୍ଦା ମିଳୁନାହିଁ । ଭାଇରସର ଭୟଠାରୁ ବଳି ଯାଉଛି ଭୋକର ଜ୍ୱାଳା । ସହରି ଏବଂ ଶିକ୍ଷିତ ଲୋକ ମଧ୍ୟ ଏଥିରୁ ବାଦ ପଡି ନାହାଁନ୍ତି । ଘରକୁ କାମ କରି ଆସୁଥିବା ଲୋକଙ୍କ ସହ ବାବୁମାନଙ୍କ ବ୍ୟବହାର ଅତି ନିନ୍ଦନୀୟ । ରିପୋର୍ଟ କି ନଆସୁ ସେମାନେ କାମ କରି ଆସୁଥିବା ଲୋକଙ୍କ ଅତି ଛୋଟ ନଜରରେ ଦେଖୁଥିବାର ଅଭିଯୋଗ ମଧ୍ୟ ଲୋକାଲୋଚନକୁ ଆସୁଛି ।

କରୋନା ମହାମାରି ଲାଗି ସବୁକିଛି ମାନ୍ଦା ଅବସ୍ଥା ଦେଇ ଗତି କରୁଛି । ରାସ୍ତା କଡର ବେପାରୀଙ୍କ ଆଉ ପୂର୍ବଭଳି ବେପାର ହେଉନାହିଁ । ଏମିତିକି ଅଧିକାଂଶ ବେପାରୀ ବାଧ୍ୟ ହୋଇ ଗାଁ ମୁହାଁ ହେବାକୁ ଲାଗିଛନ୍ତି । ବେପାରୀ ଏବଂ ଗରୀବ ଶ୍ରେଣୀର ଲୋକଙ୍କ ଭଳି ମଧ୍ୟବିତ୍ତ ପରିବାର ଲୋକ ମଧ୍ୟ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପୂର୍ବରୁ ସେମାନଙ୍କୁ ଯେଉଁ ଦରମା ମିଳୁଥିଲା ଏବେ ଏହା ଅଧା ହୋଇଯାଇଛି । ଯାହାକି ଚଳିବା ଲାଗି କାଠିକର ପାଠ ହୋଇଯାଇଛି । ଯାହାକୁ ନେଇ ଏବେ ସମସ୍ତଙ୍କର ପ୍ରଶ୍ନ ଆଉ କେତେ ଦିନ ଏମିତି କଲବଲ କରିବୁ କରୋନା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ