Masthead

ଚିନ୍ତା ବଢାଇଲାଣି ଡେଙ୍ଗୁ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟରେ କରୋନାର ତାଣ୍ଡବ ସରୁନଥିବା ବେଳେ ହୁ ହୁ ହୋଇ ମାଡିଚାଲିଛି ଡେଙ୍ଗୁ । ଚାରିଦିନ ହବେ ଡେଙ୍ଗୁ ମାମଲା ବଢିବାରେ ଲାଗିଛି । ବର୍ତ୍ତମାନ ରାଜଧାନୀରେ ୧୬୮ ପ୍ରତିଶତ ଡେଙ୍ଗୁ ମାମଲା ବୃଦ୍ଧି ପାଇଛି । ଏହି ମାମଲା ଜୁଲାଇ ୧୧ ରେ ୫୧ ଟି ଚିହ୍ନଟ ହୋଇଥିବା ବେଳେ ୧୫ରେ ୧୩୭ କୁ ବୃଦ୍ଧି ପାଇଥିଲା । ନିଲାଦ୍ରୀ ବିହାର, ଶୈଳଶ୍ରୀ ବିହାର ଏବଂ ଚନ୍ଦ୍ରଶେଖରପୁର ସବୁଠାରୁ ଅଧିକ ପ୍ରଭାବିତ ହୋଇଥିଲା। ବିଏମସି କହିବା ଅନୁଯାୟୀ, ଜୁଲାଇ ୧୫ ରେ ୨୧ଟି, ଜୁଲାଇ ୧୪ ରେ ୧୬ ଟି ମାମଲା ସାମ୍ନାକୁ ଆସିଥିଲା ।

ରିପୋର୍ଟ ଅନୁଯାୟୀ, ନିଲାଦ୍ରୀ ବିହାରରୁ ୩୫, ଶୈଳଶ୍ରୀ ବିହାରରୁ ରୁ ୧୬, କଳ୍ପନା ଛକରୁ ୭, ବିଡିଏ କଲୋନିରୁ ୫, ୟୁନିଟ-୧ ରୁ ୫, ବିଜେପି ନଗରରୁ ୪, ଲଷ୍ମୀସାଗର, ଶିରିପୁର, ୟୁନିଟ୍-୪, ୟୁନିଟ୍-୮ ଏବଂ ନୟାପଲ୍ଲୀରୁ ୩ ଲେଖାଏଁ ମାମଲା ଚିହ୍ନଟ ହୋଇଛନ୍ତି ।  ଭୁବନେଶ୍ୱର ଛାଡା ଗ୍ରାମାଞ୍ଚଳରେ ୧୭ ଟି ଡେଙ୍ଗୁ ରୋଗ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଜୁନ୍ ମାସର ଗତ ସପ୍ତାହରେ ଆରମ୍ଭ ହୋଇଥିଲା ଡେଙ୍ଗୁ ମାମଲା । ନାଗରିକ ସଂସ୍ଥା ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ ଏବଂ ବିଏମସି କର୍ମଚାରୀଙ୍କୁ ନେଇ ଏକ ରାପିଡ୍ ରେସପନ୍ସ ଟିମ୍ (ଆରଆରଟି) କୁ ଉତ୍ତରଜୋନ୍ ଥିବା ୱାର୍ଡ ୭ ଏବଂ ୧୪ ର ପ୍ରଭାବିତ ଅଞ୍ଚଳରେ ଏକତ୍ରିତ କରିଥିଲା।

ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଯଦି ବ୍ୟବସ୍ଥା ତ୍ୱରାନ୍ୱିତ ନହୁଏ ତେବେ ଅନ୍ୟ ଅଞ୍ଚଳରେ ବିସ୍ତାର ହେବାର ସମ୍ଭାବନା ରହିଛି । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର ନାଗରିକମାନଙ୍କୁ ସେମାନଙ୍କ ଘର ଏବଂ ପରିବେଶକୁ ସଫା ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜଳ ଜମା ନହେବାକୁ ଅନୁରୋଧ କରିଛନ୍ତି। ଜ୍ୱର ଏବଂ ଶରୀରରେ ଯନ୍ତ୍ରଣା ଭଳି କୌଣସି ଲକ୍ଷଣ ହେଲେ ମେଡିକାଲ ଯିବାକୁ ପରାମର୍ଶ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା