Masthead

ମୋଦି-ପାୱାର ଭେଟଘାଟ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଏନସିପି ସୁପ୍ରିମୋ । ଶରଦ ପାୱାର ଏବେ ଜାତୀୟ ରାଜନୀତିରେ ଚର୍ଚ୍ଚାରେ ରହିଛନ୍ତି । ଆଜି ପିଏମଓ ତରଫରୁ ଏକ ଟ୍ୱିଟ କରି ପ୍ରଧାନମନ୍ତ୍ରୀ ମୋଦି ଓ ପାୱାରଙ୍କ ଭେଟଘାଟ ସମ୍ପର୍କରେ ସୂଚନା ଦିଆଯାଇଛି । ତେବେ ଦୁଇଜଣ ଦୀର୍ଘ ୧ଘଣ୍ଟା ପର୍ଯ୍ୟନ୍ତ ଆଲୋଚନା କରିଥିବା ଜଣାପଡ଼ିଛି । କିନ୍ତୁ କେଉଁ ପ୍ରସଙ୍ଗରେ ସେମାନେ ଆଲୋଚନା କରୁଥିଲେ ତା’ ସ୍ପଷ୍ଟ ହୋଇନାହିଁ । ତେବେ ପାୱାରଙ୍କୁ ଗତକାଲି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଓ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲ ମଧ୍ୟ ଭେଟିଥିଲେ । ଏହାପରେ ପାୱାର ମୋଦିଙ୍କୁ ଭେଟିବା ସମସ୍ତଙ୍କୁ ଦ୍ୱନ୍ଦ୍ୱରେ ପକାଇଛି ।

ଏହି ଭେଟଘାଟ ପଛରେ କି କାରଣ ରହିଛି ତାହାକୁ ନେଇ ରାଜନୀତିଜ୍ଞ ମାନେ ଚର୍ଚ୍ଚା ମଧ୍ୟ ଆରମ୍ଭ କରିସାରିଲେଣି । କିଛିଦିନ ଆଗରୁ ରାଜନୀତି ରରନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କୁ ମଧ୍ୟ ଶରଦ ପାୱାର ଭେଟିଥିଲେ । ଏହାପରେ ୧୪ଟି ଅଣ ଏନଡିଏ ନେତାମାନଙ୍କ ସହ ଏକ ବୈଠକ କରିଥିଲେ ପାୱାର । ଆଗକୁ ରାଷ୍ଟ୍ରପତି ନିର୍ବାଚନ ଆସୁଥିବାରୁ ଶରଦ ପାୱାରଙ୍କୁ ପ୍ରଶାନ୍ତ କିଶୋର ରାଷ୍ଟ୍ରପତି ପ୍ରାର୍ଥୀ କରିବାକୁ ଚାହୁଁଛନ୍ତି । ଆଉ ଏହା ମଧ୍ୟରେ ଶାସକ ଦଳର ନେତାମାନେ ଶରଦଙ୍କୁ ଭେଟିବା ବି କିଛି ସଙ୍କେତ ଦେଉଛି । ତେବେ ପିଏମଓ ଯେଉଁ ଫଟୋ ଜାରି କରିଛି ଏଥିରେ ଉଭୟ ମୋଦି ଓ ପାସ୍ୱାର ରିଲାକ୍ସ ମୋଡ଼ରେ ଆଲୋଚନା କରୁଥିବା ଦେଖିବାକୁ ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼