Masthead

ନୂଆ ନୁହେଁ ପେଗାସସ ବିବାଦ, ୨୦୧୬ରେ ବି ଆସିଥିଲା ବଡ଼ ତଥ୍ୟ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ପେଗାସସ । ଯାହାକୁ ନେଇ ବର୍ତ୍ତମାନ ଭାରତରେ ବିବାଦ ଆରମ୍ଭ ହୋଇଛି । ଏହି ବିବାଦ ନୂଆ ନୁହେଁ, ପୂର୍ବରୁ ପେଗାସେସକୁ ନେଇ ଅନେକ ବିବାଦ ସାମ୍ନାକୁ ଆସିଥିଲା । ୨୦୧୬ ଅଗଷ୍ଟରେ ପେଗାସେସ ଆଇଓଏସରେ ଗଡ଼ବଡ଼ କରିଥିବା କଥା ସାମ୍ନାକୁ ଆସିଥିଲା । ଆରବର ମାନବାଧିକାର କର୍ମୀ ଅହମଦ ମନସୁର ଗୋଟିଏ ମେସେଜ ମାଧ୍ୟମରେ ଆସିଥିବା ଲିଙ୍କକୁ ଅନୁସରଣ କରି ୟୁଏଇର କାରାଗାରରେ ହେଉଥିବା ନିର୍ଯ୍ୟାତନା ବିଷୟରେ ଜାଣିବାକୁ ପାଇଥିଲେ । ଏହା ପରେ ସେ ଏହି ଲିଙ୍କକୁ ସିଟିଜେନ ଲ୍ୟାବକୁ ପଠାଇଥିଲେ । ଏହାର ଅନୁସନ୍ଧାନ ମିଳିତ ଭାବେ ଲୁକଆଉଟ ସଂସ୍ଥା କରିଥିଲା ।

ଏହା ପରେ ଜଣାପଡ଼ିଲା ଯେ, ଯଦି ମନସୁର ଏହି ଲିଙ୍କକୁ ଅନୁସରଣ କରିଥାନ୍ତେ ତେବେ ଏହା ଜେଲର ନିୟମ ଭାଙ୍ଗିଥାନ୍ତା ଏବଂ ସ୍ପାଏୱେୟାର ଭଳି କାମ କରିଥାନ୍ତା । ସିଟିଜେନ ଲ୍ୟାବ ଏହାକୁ ଏନଏସଓ ଗ୍ରୁପର ଆକ୍ରମଣ ସହ ଯୋଡିଥିଲେ । ଏହି ପ୍ରସଙ୍ଗ କେତେ ବ୍ୟାପକ ଏବଂ ସମ୍ବେଦନଶୀଳ ଥିଲା ସେ ସମ୍ବନ୍ଧରେ ଲୁକଆଉଟ ବ୍ଲଗପୋଷ୍ଟରେ ବିସ୍ତୁତ ଭାବେ ଉଲ୍ଲେଖ କରିଛି । ଆମେ ବିଶ୍ୱାସ କରୁଛୁ ଯେ ଏହି ସ୍ପାଏୱାରଟି ବହୁ ସମୟ ଧରି ସକ୍ରିୟ ରହିଆସିଥିଲା ।

ଏହାର କୋର୍ଡ ଦର୍ଶାଉଥିଲା ଯେ ଏକ କର୍ଣ୍ଣାଲମ୍ୟାପିଂ ଟେବୁଲ ଯାହା ଆଇଓଏସ୭କୁ ଫେରିବା ପର୍ଯ୍ୟନ୍ତ ହିଁ ମୂଲ୍ୟ ରଖିଥାଏ । ନ୍ୟୁୟର୍କ ଟାଇମ୍ସ ଏବୂଂ ଟାଇମ୍ସ ଅଫ୍ ଇସ୍ରାଏଲ ଉଭୟ ରିପୋର୍ଟ ପ୍ରକାଶ କରିଛନ୍ତି ଯେ ୨୦୧୩ରୁ ୟୁଏଇ ଏହି ଗୁପ୍ତଚର ଆପକୁ ବ୍ୟବହାର କରିଆସୁଥିଲା । ୨୦୧୮ରେ ପଡ଼ିଥିବା ଅନେକ ମକଦ୍ଦମା ଦାବି କରିଥିଲା ଯେ ଏନଏସଓ ଗ୍ରୁପ ଗ୍ରାହକମାନଙ୍କୁ ସଫ୍ଟୱେର ଚଳାଇବାରେ ସାହାଯ୍ୟ କରିଛି । ତେଣୁ ଏହା ମାନବାଧିକାର ଉଲ୍ଲଙ୍ଘନ । ୱାଶିଂଟନ ପୋଷ୍ଟର ସାମ୍ବାଦିକ ଜମାଲ ଖଗୋସୀଙ୍କ ହତ୍ୟାର ଦୁଇ ମାସ ପରେ ତୁର୍କୀର ଇସ୍ତାନବୁଲରେ ଏହି ଘଟଣା ପରେ କାନାଡାର ବାସିନ୍ଦା ଓମାର ଅବଦୁଲାଜିଜ ଏନଏସଓ ଗ୍ରୁପ ବିରୋଧରେ ଇସ୍ରାଏଲରେ ମକଦ୍ଦମା ଦାୟର କରିଛନ୍ତି । ସାଉଦି ସରକାର ଖଗୋସିଙ୍କ ସମେତ ତାଙ୍କ ବନ୍ଧୁଙ୍କ ଉପରେ ଗୁପ୍ତଚର କରିବା ପାଇଁ ସ୍ପାଏୱେର ଯୋଗାଇଥିବା ଅଭିଯୋଗ ହୋଇଛି

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି