Masthead

୨୬୨ ତାଲିବାନ ଆତଙ୍କବାଦୀ ନିହତ

(ବଡ଼ ଖବର ବ୍ୟୁରୋ): ଆଫଗାନିସ୍ତାନ ସେନା ୨୬୨ ତାଲିବାନ ଆତଙ୍କବାଦୀଙ୍କୁ ହତ୍ୟା କରିଛି । ଏନେଇ ଆଫଗାନିସ୍ତାନର ପ୍ରତିରକ୍ଷା ମନ୍ତ୍ରାଳୟ ସୂଚନା ଦେଇଛନ୍ତି । ଏହି ଅଭିଯାନ ସମୟରେ ଆହୁରି ୧୭୬ ଜଣ ଆତଙ୍କବାଦୀ ଆହତ ହୋଇଛନ୍ତି ଏବଂ ୨୧ଟି ‘ଆଇଇଡି’ ବା ‘ଲ୍ୟାଣ୍ଡ୍‌ ମାଇନ୍‌’ ଅକାମି କରାଯାଇଛି ବୋଲି ନିରାପତ୍ତା ବଳ କହିଛି।

ଲଗମାନ, ନାନଗରହର, ନୁରିସ୍ତାନ, କୁଆଁର, ଗଜନି, ପକ୍ତିଆ, କାନ୍ଦାହାର, ହେରାତ, ବାଲ୍‌କ, ଜୌଓ୍ୱାଜ୍ଜାନ ହେଲମାନ୍ଦ, କୁନ୍ଦୁଜ୍ ଏବଂ କାପିସା ପ୍ରଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ଏଏନଡିଏସଏଫ୍ ଅଭିଯାନ ଫଳରେ ୨୬୨ ଜଣ ତାଲିବାନ ଆତଙ୍କବାଦୀ ନିପାତ ହୋଇଥିବା ଆଫଗାନିସ୍ତାନ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ତାଲିବାନମାନେ ବିଭିନ୍ନ ସହର ଆକ୍ରମଣ କରିବା ଆଶଙ୍କା ଥିବାରୁ ଶନିବାର ଦିନ ସରକାର ପ୍ରାୟ ସମଗ୍ର ଦେଶରେ କର୍ଫ୍ୟୁ ଜାରି କରିଛନ୍ତି। କାବୁଲ ଏବଂ ଅନ୍ୟ ଦୁଇଟି ପ୍ରଦେଶ ବ୍ୟତୀତ ଅନ୍ୟତ୍ର ରାତି ୧୦ଟାରୁ ଭୋର୍ ୪ ପର୍ୟ୍ୟନ୍ତ ସମସ୍ତ ପ୍ରକାର ଚଳପ୍ରଚଳ ଉପରେ କଟକଣା ଲାଗୁ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ