Masthead

ଚିନ୍ତା ବଢ଼ାଇଲାଣି କେରଳ, ଅଧାରୁ ଅଧିକ ମାମଲା କେରଳରୁ ଚିହ୍ନଟ

କୋଚି(ବଡ଼ ଖବର ବ୍ୟୁରୋ): କେରଳରେ ବଢ଼ୁଛି କରୋନା ସଂକ୍ରମଣ । ଦେଶର ଦୈନିକ ସଂକ୍ରମଣ ମାମଲା ମଧ୍ୟରୁ ଅଧାରୁ ଅଧିକ ମାମଲା ରହିଛି କେବଳ କେରଳରୁ । କେରଳରୁ ଆସୁଥିବା ଦୈନିକ ମାମଲାକୁ ନେଇ ସ୍ୱାସ୍ଥ୍ୟ ବିଭାଗ ବି ଚିନ୍ତା ପ୍ରକଟ କରିଛି । ବୁଧବାର ଦେଶରେ ୪୩ ହଜାର ୬୫୪ ମାମଲା ଚିହ୍ନଟ ହୋଇଥିଲା, ଆଉ କେରଳରେ ରହିଥିଲା ୨୨ ହଜାର ୧୨୯ ମାମଲା । ମୃତ୍ୟୁ ସଂଖ୍ୟା ମଧ୍ୟ ଚିନ୍ତାଜନକ ରହିଛି । ଏବେ ବି ରାଜ୍ୟରେ ୧ ଲକ୍ଷ ୪୫ ହଜାରରୁ ଅଧିକ ସକ୍ରିୟ କରୋନା ଆକ୍ରାନ୍ତ ରହିଛନ୍ତି । ସବୁଠୁ ଚିନ୍ତାଜନକ ହେଉଛି କେରଳର ଟେଷ୍ଟ ପଜିଟିଭିଟି ରେଟ୍ ବା ସଂକ୍ରମଣ ହାର ।

ବୁଧବାର ଦିନ ରାଜ୍ୟର ସଂକ୍ରମଣ ହାର ରହିଥିଲା ୧୧.୨ ପ୍ରତିଶତ । ଯାହା ଜାତୀୟ ସଂକ୍ରମଣ ହାର ଠାରୁ ବହୁ ଅଧିକ । ସେପଟେ ବିଶ୍ୱରେ ଗୋଟିଏ ସପ୍ତାହରେ କରୋନା ଜନିତ ମୃତ୍ୟୁ ୨୧ ପ୍ରତିଶତ ବୃଦ୍ଧି ପାଇଛି । ଡେଲଟା ଭାଇରସ୍ ଯୋଗୁଁ ସ୍ଥିତି ସଂଗୀନ ହେବାରେ ଲାଗିଛି ବୋଲି କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଡବ୍ଲ୍ୟୁଏଚଓର ଆକଳନ, ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ସାରା ବିଶ୍ୱରେ ୨୦ କୋଟି ଟପିପାରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼