Masthead

ଉଦଘାଟନ ହେବ ବିଶ୍ୱର ସର୍ବବୃହତ୍ତ ଟନେଲ୍

ନୂଆଦିଲ୍ଲୀ: ଉଦଘାଟନ ହେବାକୁ ଯାଉଛି ବିଶ୍ୱର ସବୁଠୁ ଲମ୍ବା ଟଲେନ୍ । ରୋହତଙ୍ଗରେ ନିର୍ମିତ ୯.୦୨ କିମି ଲମ୍ବ ବିଶିଷ୍ଟ ଏହି ଟନେଲକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ‘ଅଟଳ ଟନେଲ’ନାମରେ ନାମିତ ଏହି ଟନେଲ ଆଜି ଲୋକାର୍ପଣ ହେବାକୁ ଯାଉଛି । ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଅଟଳ ଟନେଲ’। ସମୁଦ୍ର ପତନରୁ ୧୦ ହଜାର ଫୁଟ୍ ଉଚ୍ଚରେ ନିର୍ମିତ ହୋଇଛି । ଏହାଦ୍ୱାରା ମନାଲୀ ଓ ଲେହ ମଧ୍ୟରେ ୪୬ କିମିର ଦୂରତା କମ ହୋଇଯାଇଛି । ଏଣିକି ଉଭୟ ପଟରୁ ୫ରୁ ୬ ଘଣ୍ଟା ଯାତାୟତ ସମୟ କମ ରହିବ ।

       ଲୋକାର୍ପଣ ନେଇ ଆଜି ଚଣ୍ଡିଗଡରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାସହ ଚଣ୍ଡିଗଡରୁ ଏମ୍ଆଇ-୧୭ ବିମାନ ଯୋଗେ ମାନଲୀର ସାସେ ହେଲିପ୍ୟାଡରେ ଅବତରଣ କରିଛନ୍ତି ପ୍ରଧାନମନ୍ତ୍ରୀ । ସକାଳ ୧୧.୪୫ରୁ ଉଦଘାଟନ ସମାରୋହ ଆରମ୍ଭ ହେବ । ଏହାପରେ ପ୍ରଧାନମନ୍ତ୍ରୀ ମୋଦି ଜନସଭାକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼