Masthead

ଆଜି ଶ୍ରୀମନ୍ଦିର ଖୋଲିବା ନେଇ ନିଷ୍ପତ୍ତି

ପୁରୀ (ବଡ଼ ଖବର ବ୍ୟୁରୋ): ଶ୍ରୀମନ୍ଦିର କେବେ ଖୋଲିବ ସେନେଇ ଆଜି ନିଆଯିବ ନିଷ୍ପତ୍ତି । ଅଗଷ୍ଟ ଅନଲକରେ ରାଜ୍ୟରେ ମନ୍ଦିର ଖୋଲିବା ଲାଗି ଅନୁମତି ମିଳିଛି । ତେବେ କେବେ ଖୋଲିବ ଶ୍ରୀମନ୍ଦିର ? ଜଗାକୁ ଦେଖିବାକୁ ଭକ୍ତ ବ୍ୟାକୁଳ ହେଲେଣି । ଏହା ଉପରେ ନିଷ୍ପତ୍ତି ନେବେ ଜିଲ୍ଲା ପ୍ରଶାସନ । ରାଜ୍ୟର ବିଭିନ୍ନ ସ୍ଥାନରେ ମନ୍ଦିର ଖୋଲିଲାଣି । ଆଜି ଛତିଶା ନିଯୋଗ ବୈଠକ ବସିବ । ସୂଚନା ଅନୁଯାୟୀ, ରାଜ୍ୟରେ କରୋନାର ୨ୟ ଲହର ସଂକ୍ରମଣକୁ ଦେଖି ପୁରୀ ମନ୍ଦିରରେ ସାଧାରଣ ଦର୍ଶନ ଉପରେ ରୋକ ଲଗାଇଥିଲା ପ୍ରଶାସନ । କେବଳ ମନ୍ଦିରରେ ପୂଜାର୍ଚ୍ଚନା ଜାରି ରହିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଥିଲା ।

କିନ୍ତୁ ସଂକ୍ରମଣ କମିବା ପରେ ରାଜ୍ୟରେ କଟକଣା ଧିରେ ଧିରେ କୋହଳ ହେବାରେ ଲାଗିଛି । ଏପିରିକି ରାଜ୍ୟର ସମସ୍ତ ମନ୍ଦିର ଖୋଲିବାକୁ ଗ୍ରୀନ୍‌ ସିଗନାଲ୍‌ ଦେଇଛନ୍ତି ରାଜ୍ୟ ସରକାର। ମନ୍ଦିର ଖୋଲିବା ନିଷ୍ପତ୍ତି ଜିଲ୍ଲାପାଳ ନେଇପାରିବେ । ଆଗାମୀ ଦିନରେ ମନ୍ଦିର ଖୋଲିବା ନେଇ ଯେଉଁ ସସ୍‌ପେନ୍ସ ଜାରି ରହିଛି । ତାହା ଆଜି ଶେଷ ହେବ । ଆଜି ଛତିଶା ନିଯୋଗ ବୈଠକ ବସିବାକୁ ଯାଉଛି । ଏଥିରେ ମନ୍ଦିର ଖୋଲିବା ଉପରେ ନିଷ୍ପତ୍ତି ନିଆଯିବାର ସୂଚନା ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା