Masthead

କାଲିଠୁ ଜଗା ଦର୍ଶନ କରିବେ ସେବାୟତଙ୍କ ପରିବାର

(ବଡ଼ ଖବର ବ୍ୟୁରୋ): କାଲିଠୁ ଆରମ୍ଭ ହେବ ଜଗା ଦର୍ଶନ । ପ୍ରଥମେ ୧୨ ଓ ୧୩ ତାରିଖରେ ସେବାୟତଙ୍କ ପରିବାର ସଦସ୍ୟଙ୍କ ଲାଗି ଶ୍ରୀମନ୍ଦିର ଦର୍ଶନ ଲାଗି ମିଳିବ ଅନୁମତି । ସାଧାରଣ ଜନତାଙ୍କ ଲାଗି ଆସନ୍ତା ୧୬ ତାରିଖରୁ ଶ୍ରୀମନ୍ଦିର ଖୋଲିବ। ତେବେ ୧୬ ତାରିଖରୁ ୨୦ ତାରିଖ ଯାଏଁ କେବଳ ପୁରୀ ପୌରାଞ୍ଚଳରର ଲୋକମାନଙ୍କୁ ଦର୍ଶନ ଲାଗି ଅନୁମତି ମିଳିବ। ଆସନ୍ତା ୨୩ ତାରିଖରୁ ସମସ୍ତ ଭକ୍ତଙ୍କୁ ଶ୍ରୀମନ୍ଦିରରେ ଜଗା ଦର୍ଶନ ଲାଗି ଅନୁମତି ମିଳିବ। ଶ୍ରୀମନ୍ଦିର ଖୋଲିବା ସମୟ ସକାଳ ୭ଟାରୁ ସନ୍ଧ୍ୟା ୭ଟା ରହିବ।

ସମସ୍ତ ଶନିବାର ଓ ରବିବାର ଶ୍ରୀମନ୍ଦିର ବନ୍ଦର ରହିବ। ଏହା ସହ କରୋନା ନିୟନ୍ତ୍ରଣ ଲାଗ ପ୍ରମୁଖ ପର୍ବପର୍ବାଣୀରେ ବି ଶ୍ରୀମନ୍ଦିର ବନ୍ଦ ରହିବା । ମନ୍ଦିର ପରିସରରେ ସମସ୍ତ ଭକ୍ତଙ୍କ ଲାଗି ମାସ୍କକୁ ବାଧ୍ୟତାମୂଳକ କରାଯାଇଛି । ଭକ୍ତମାନେ ମନ୍ଦିରରେ ପ୍ରବେଶ ପୂର୍ବରୁ ହାତ ସାନିଟାଇଜ କରିବେ । ସେମାନେ କୌଣସି ମୂର୍ତ୍ତିକୁ ଛୁଇଁବେ ନାହିଁ । ଶ୍ରୀମନ୍ଦିର ଭିତରକୁ ଫୁଲ ଓ ଭୋଗ ନିଆଯାଇପାରିବ ନାହିଁ । ମନ୍ଦିର ଭିତରେ ଦୀପ ଜାଳିବାକୁ ବି ଅନୁମତି ମିଳିବ ନାହିଁ । ପଲିଥିନ ବ୍ୟାଗକୁ ନିଷିଦ୍ଧ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ