Masthead

ଫେରିଲେ ୨୩ ଦାଦନ, ବଖାଣିଲେ ଅତ୍ୟାଚାରର କାହାଣୀ

ନୂଆପଡ଼ା (ବଡ଼ ଖବର ବ୍ୟୁରୋ): ଫେରିଲେ ୨୩ ଦାଦନ, ବଖାଣିଲେ ଅତ୍ୟାଚାରର କାହାଣୀ। ତେଲେଙ୍ଗାନାରେ ବନ୍ଧକ ପଡିଥିବା ୨୩ ଶ୍ରମିକ ଆଜି ନୂଆପଡ଼ାରେ ପହଁଚିଲେ । ନିଜ ଭିଟାମାଟିରେ ପାଦ ଦେଇ ଖୁସି ଥିବାବେଳେ , ବଖାଣିଲେ ସେଠି ହୋଇଥିବା ଅତ୍ୟାଚାରର କାହାଣୀ। ମାକେବିରଲି ଗାଁର ୨୩ ଜଣକୁ କେବଳ ଯେ ବନ୍ଧକ ରଖାଯାଇଥିଲା ତାହା ନୁହେଁ ବରଂ ସେଠି ସେମାନଙ୍କୁ ମିଳୁଥିଲା ଅକଥନୀୟ ନିର୍ଯ୍ୟାତନା।

ସ୍ୱାଧୀନ ଭାରତରେ କଳାପାଣି ସଜା ପାଇଲା ପରି ଜୀବନ ବିତୁଥିଲା ଦାଦନ ଶ୍ରମିକମାନଙ୍କର। ମାତୃ ଶକ୍ତି ହିଁ ରାଷ୍ଟ୍ରଶକ୍ତି କୁହାଯାଉଥିବାବେଳେ ଏଠି କିନ୍ତୁ ମାଆ ମାନଙ୍କୁ ଉଲଗ୍ନ କରି ମାଡ଼ ମରାଯାଉଥିଲା। ଖାଇବାକୁ ନଦେଇ କାମ କରିବାକୁ ବାଧ୍ୟ କରାଯାଉ ଥିଲା । ପାରିଶ୍ରମିକ କଥା ତ ନ କହିବା ଭଲ।

ଜୀବନ ବଞ୍ଚେଇ ପଳେଇ ଆସିଲେ ସିନା ତେଲେଙ୍ଗାନାର ପେଦାପଲ୍ଲୀ ଜିଲ୍ଲାର ପିଭିସି ବ୍ରିକସ କାମ କରୁଥିବା ଦାଦନମାନଙ୍କୁ ମାଲିକ ପାରିଶ୍ରମିକ ଦେଇ ନାହିଁ ଓଲଟା ଦାଦନମାନଙ୍କର ଫୋନ ଓ ପାଖରେ ଥିବା ଟଙ୍କା ଛଡାଇ ରଖିଦେଇଛି। ଏତେ ସବୁ ଘଟଣା ଘଟି ଯାଉଥିଲେ ବି ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ଚୁପ । ଏହା କେବଳ ମାକରବିରଲି ଗାଁର ଘଟଣା ନୁହେଁ କି ପେଦାପଲ୍ଲୀ ଜିଲ୍ଲା ଇଟାଭାଟିର କାହାଣୀ ନୁହେଁ , ନୂଆପଡା ଜିଲ୍ଲାର ଅନେକ ଦାଦନ ଏମିତି ନିର୍ଯ୍ୟାତନାର ଶିକାର ହେଉଛନ୍ତି ଯେ ତାଙ୍କର କୌଣସି ତଥ୍ୟ ନାହିଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ