Masthead

ମୁଁ ପଳାତକ ନୁହେଁ: ଅସରଫ

(ବଡ଼ ଖବର ବ୍ୟୁରୋ): ୟୁଏଇରୁ ଆଫଗାନବାସୀଙ୍କୁ ପୂର୍ବତନ ରାଷ୍ଟ୍ରପତି ଅସରଫ ଘନିଙ୍କ ସମ୍ବୋଧନ । ସେ କହିଛନ୍ତି , ସୁରକ୍ଷା କାରଣରୁ ଆଫଗାନିସ୍ତାନରୁ ଦୂରରେ ରହିବାକୁ ପଡିଲା । ଦେଶର ସୁରକ୍ଷାକର୍ମୀ ଓ ସେନାବାହିନୀଙ୍କୁ ଧନ୍ୟବାଦ ଜଣାଉଛି । ସେ ଆହୁରି ମଧ୍ୟ କହିଛନ୍ତି, ମୋ ଇଚ୍ଛା ବିରୋଧରେ ଦେଶରୁ ମୋତେ ବାହାରକୁ ପଠାଗଲା । ଯେଉଁମାନେ କହୁଛନ୍ତି ପଳାୟନ କଲି, ସେମାନେ ସତକଥା ଜାଣିବା ଜରୁରୀ । ତାଲିବାନ ସହ ହୋଇଥିବା ଆଲୋଚନା ଫଳପ୍ରଦ ନଥିଲା । ଶାନ୍ତିପୂର୍ଣ୍ଣ ଉପାୟରେ ତାଲିବାନକୁ କ୍ଷମତା ହସ୍ତାନ୍ତର ଚାହୁଁଥିଲି । କିଛି ଅଘଟଣ ଏଡାଇବାକୁ ଦେଶ ଛାଡିବାକୁ ପଡିଲା ।

ସୁରକ୍ଷା ଅଧିକାରୀଙ୍କ କହିବା ପରେ ଦେଶ ଛାଡିଲି । କାବୁଲରେ ରହିଥିଲେ ରକ୍ତାକ୍ତ ମୁହୂର୍ତ୍ତ ଦେଖିବାକୁ ପଡିଥାନ୍ତା । କାବୁଲର ଜନସାଧାରଣଙ୍କୁ ଅଘଟଣରୁ ବଞ୍ଚାଇବାକୁ ଏଭଳି ପଦକ୍ଷେପ ନେବାକୁ ପଡିଲା । ଟଙ୍କା ନେଇ ଦେଶରୁ ଫେରାର୍ ହୋଇଯାଇ ଥିବା କହିବା ଅଯଥାର୍ଥ । ଆଫଗାନିସ୍ତାନରେ ସଂକଟମୟ ପରିସ୍ଥିତି ବେଳେ ୟୁଏଇରେ ଶରଣ ନେଇଛନ୍ତି ପୂର୍ବତନ ଆଫଗାନ ରାଷ୍ଟ୍ରପତି ଅସରଫ ଘନି । ତାଙ୍କର ପୁରା ପରିବାର ୟୁଏଇର ଆବୁଧାବିରେ ଶରଣ ନେଇଥିବା ସେଠାକାର ସରକାରଙ୍କ ପକ୍ଷରୁ ମଧ୍ୟ ସ୍ପଷ୍ଟ କରାଯାଇଛି । ୟୁଏଇ ସରକାର କହିଛନ୍ତି, ମାନବିକତା ଦୃଷ୍ଟିରୁ ଘନି ଓ ତାଙ୍କ ପରିବାରକୁ ଶରଣ ଦିଆଯାଇଛି । ତାଲିବାନର କାବୁଲ ଦଖଲ ପରେ ଦେଶ ଛାଡ଼ିଥିଲେ ଅସରଫ ଘନି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ