Masthead

ଜଙ୍ଗଲ ଭିତରେ ଚୋରା ଗାଡ଼ିର ପାହାଡ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଲକ୍ ଡାଉନ୍ ସମୟରେ ପୋଲିସ୍ ଲୋକଙ୍କୁ ସଚେତନତା କରାଇବାରେ ବ୍ୟସ୍ତ ଥିବାବେଳେ ଏହି ମୈାକାର ଫାଇଦା ଉଠାଇଛନ୍ତି ବାଇକ୍ ଲୁଟେରା । ଗତ କିଛିମାସ ଧରି ରାଜଧାନୀ ଓ ଆଖପାଖ ଅଞ୍ଚଳରୁ ବହୁ ମୋଟସାଇକେଲ ଚୋରି ହେଉଥିବାର ସୂଚନା ମିଳିଛି । ଖାଲି ମୋଟସାଇକେଲ ନୁହେଁ, ଲୁଟେରାମାନେ ବସ୍ କୁ ମଧ୍ୟ ବେଶ୍ ଚତୁରତାର ସହ ଚୋରି କରୁଥିବାର ସୂଚନା ମିଳିଛି । କିନ୍ତୁ କଥାରେ ଅଛି\” ଚୋର ଯେତେ ଚାଲାକ୍ ହେଲେ ବି ପୋଲିସ୍ ତା ଠାରୁ ଅଧିକ ଚାଲାକ \” । ଲୁଟେରା ଗ୍ୟାଙ୍ଗ କୁ କାବୁ କରିବା ପାଇଁ ଖୋର୍ଦ୍ଧା ପୋଲିସ ପକ୍ଷରୁ ଏକ ଟିମ୍ ତନାଘନା ଆରମ୍ଭ କରିଥିଲା ।

ଘଟଣା ଟି ହେଲା କୌଣସି ସୂତ୍ରରୁ ଖବର ପାଇ ପୁଲିସ କୁଆପଦା ଗ୍ରାମ ନିକଟ ଜଙ୍ଗଲ ସମେତ ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ମୋଟ ୪୫ଟି ବାଇକ୍ ଜବତ ହୋଇଛି । ନୟାଗଡ଼ ଜିଲ୍ଲା ରଣପୁର ଥାନା ପାମ୍ପେଡ଼ାର କାଲୁ ଭୋଇ, ଜଟଣୀ ଥାନା ବେଣାପଞ୍ଜରୀର ମହମ୍ମଦ ଅରବାଜ, ଖୋର୍ଦ୍ଧା ଥାନା ବାରଘର ପାଟଣାର ରାଜେଶ କାଣ୍ଡି, ଜଙ୍କିଆ ଥାନା ମୁକ୍ତାପୁରର ଗୋବିନ୍ଦ ଜେନା, ଖୋର୍ଦ୍ଧା ସଦର ଥାନା ବରପଦାର ବିଶ୍ୱଜିତ ଜୟସିଂ ଏବଂ ଜଟଣୀ ଥାନା ବେଣାପଞ୍ଜରୀର ଅମିରୁଦ୍ଦିନ ଖାନଙ୍କୁ ଗିରଫ କରାଯାଇଥିବା ପୁଲିସ କହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି