କଂଗ୍ରେସର ନାଲିଆଖି ପରେ ଇସ୍ତଫା ଦେଲେ ସିଦ୍ଧୁଙ୍କ ପରାମର୍ଶଦାତା

ଚଣ୍ଡିଗଡ଼(ବଡ଼ ଖବର ବ୍ୟୁରୋ): ନିକଟରେ ପଞ୍ଜାବ କଂଗ୍ରେସର ମୁଖ୍ୟ ନବଜୋତ ସିଦ୍ଧୁ ଏକ ବିବାଦିୟ ମନ୍ତବ୍ୟକୁ ନେଇ ଅଡୁଆରେ ଛନ୍ଦି ହୋଇଥିଲେ । ସୂଚନା ଅନୁସାରେ କାଶ୍ମୀର ଓ ପାକିସ୍ତାନକୁ ନେଇ ସିଦ୍ଧୁଙ୍କ ଦୁଇ ପରାମର୍ଶଦାତା ବିବାଦୀୟ ବୟାନ ଦେଇଥିଲେ । ଯେଉଁଥିପାଇଁ ପରମର୍ଶଦାତା ମାନଙ୍କୁ ବହିଷ୍କାର କରିବା ପାଇଁ ସିଦ୍ଧୁଙ୍କୁ କଂଗ୍ରେସ ହାଇକମାଣ୍ଡ ଚରମବାଣୀ ଶୁଣାଇଥିଲେ । ଆଉ ଶେଷରେ ଏବେ ଦଳରୁ ଇସ୍ତଫା ଦେଇଛନ୍ତି ସିଦ୍ଧୁଙ୍କ ପରାମର୍ଶଦାତା ମାଲବିନ୍ଦର ସିଂ ମାଲି । କେବଳ ଏତିକି ନୁହେଁ ମାଲି କହଛନ୍ତି ଯେ ତାଙ୍କ ଜୀବନ ବିପଦରେ ରହିଛି ଏବଂ ଏଥିପାଇଁ କ୍ୟାପଟେନ୍ ଅମରିନ୍ଦରଙ୍କ ସମେତ ଅନେକ ଲୋକଙ୍କୁ ସେ ଦାୟୀ କରିଛନ୍ତି ।

ସିଦ୍ଧୁଙ୍କ ଦ୍ୱାରା ଲେଖାଯାଇଥିବା ଚିଠିରେ ମାଲବିନ୍ଦର ସିଂ ମାଲି କହିଛନ୍ତି ଯେ ମୁଁ ପରମର୍ଶ ଦେବା ପାଇଁ ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁଙ୍କୁ ଦେଇଥିବା ସମ୍ମତି ପ୍ରତ୍ୟାହାର କରିନେଉଛି । ସେ ଆହୁରି ମଧ୍ୟ କହଛନ୍ତି ଯେ , ଯଦି ମୋର କୌଣସି କ୍ଷତି ହୁଏ ତେବେ ଏଥିପାଇଁ କ୍ୟାପଟେନ ଅମରିନ୍ଦର ସିଂ,ବିଜୟ ଇନ୍ଦ୍ର ସିଙ୍ଗଲା ,ରାଘବ ଚଢା ଓ କଂଗ୍ରେସ ସାସଂଦ ମନୀଷ ତିୱାରୀ ଦାୟୀ ରହିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!